1. କୃଷି ଖବର

Rain update: ୧୭ରୁ ହାଲୁକା ମଧ୍ୟମଧରଣର ବର୍ଷା !

୧୦ ଡିଗ୍ରି ତଳେ ରାଜ୍ୟର ୯ ସହର l ଆଗାମୀ ୧୭ ରୁ ମାଧ୍ୟମ ଧରଣର ବର୍ଷ ସମ୍ଭାବନା l

Tanushree Mahapatra
Tanushree Mahapatra
rain update in odisha  , image source - pexels.com

rain update in odisha , image source - pexels.com

ପୁଣିଥରେ ରାଜ୍ୟକୁ ଲେଉଟିଛି ଶୀତ। ରାତିର ତାପମାତ୍ରା କମିବା ସହ ରାଜ୍ୟର ପ୍ରାୟତଃ ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି । ସେହିପରି ଗତକାଲି ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୩ ଡିଗ୍ରି ରେକର୍ଡ କରାଯାଇଛି  । ତେବେ ରାଜ୍ୟରେ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ  କୁହୁଡ଼ି ଲାଗି ରହିବ ବୋଲି ଆକଳନ କରାଯାଇଛି ।

ଗତକାଲି ଠାରୁ ଅର୍ଥାତ ୧୬ ଓ ୧୭ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୧୭ରୁ ୧୯ ତାରିଖ ମଧ୍ୟରେ ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇ ସୂଚନା ଦିଆଯାଇଛି ।

ଆଉ ଦିନକ ପରେ ରାଜ୍ୟରେ ବଦଳିବ ପାଣିପାଗ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେହିପରି ଆସନ୍ତା ୧୭ ତାରିଖରୁ ବର୍ଷା ସମ୍ଭାବନା ରହିଛି ରାଜ୍ୟରେ । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କୁହାଯାଉଛି । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ l ସେହିପରି କିଛି ଅଞ୍ଚଳ ଶୁଖିଲା ରହିବା ସହ କିଛି ଅଞ୍ଚଳରେ ଶୀତ ଅନୁଭୂତ ହେବ । ଅନ୍ୟପଟେ ୧୭ ତାରିଖ ବେଳକୁ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ଥିବାରୁ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରିଛି ।

ବିଭାଗ ସୂଚନା ଅନୁଯାୟୀ ଆଗାମୀ ୧୭ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖରେ ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ ଶୁଖିଲା ରହିବ l ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି ଏହି ଜିଲ୍ଲାମାନଙ୍କରେ । ଆଜି ଅର୍ଥାତ ସୋମବାର ଘନ କୁହୁଡି ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ପାଣିପାଗ କେନ୍ଦ୍ର ପକ୍ଷରୁ । ଏହି ସବୁ ଜିଲ୍ଲାରେ ପ୍ରାୟତଃ ୫୦ ମିଟରରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ରହିବ ତେଣୁ ସତର୍କ ସୂଚନା ଜାରି କରାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments