News

୧୭ରେ ଓଡିଶା ଛୁଇଁବ ମୌସୁମୀ

ଜୁନ୍‌ ଶେଷ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା କରାଇବ । ଆସନ୍ତା ୧୭ ରେ ମୌସୁମୀ ଓଡ଼ିଶା ଛୁଇଁବ । ୧୭ ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

13 June, 2022 10:38 AM IST By: Sudesna Nayak

ଜୁନ୍‌ ଶେଷ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା (Rain)ହେବ । ମୌସୁମୀ (Monsoon)ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା (Rain)କରାଇବ । ଆସନ୍ତା ୧୭ ରେ ମୌସୁମୀ ଓଡ଼ିଶା (Odisha) ଛୁଇଁବ । ୧୭ ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା ଜୁନ୍‌ ୧୪ ଯାଏଁ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା (Rain) ହେବ । କିନ୍ତୁ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୫ ତାରିଖ ଓ ୧୬ତାରିଖରେ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୪୦ ମିଲିମିଟର ବର୍ଷା (Rain)ହେବ । ଆଭ୍ୟନ୍ତରରେ ୧୫ ରୁ ୨୫ ମିଲିମିଟର ବର୍ଷା (Rain) ହୋଇପାରେ । କେନ୍ଦ୍ରୀୟ ତଥା ଦକ୍ଷିଣ ଉପକୂଳରେ କମ୍‌ ବା ମାତ୍ର ୧୦ ମିଲିମିଟର ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କହୁଛି, ଆସନ୍ତା ୪ ଦିନରେ ମୌସୁମୀ (Monsoon) ଓଡ଼ିଶା (Odisha) ସମେତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ପହଞ୍ଚିବ । ସେହିଭଳି ୧୪ ରୁ ୧୬ ଭିତରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା (Rain)ହେବ ବୋଲି କୁହାଯାଇଛି ।

ରାଜ୍ୟରେ ସମ୍ଭାବ୍ୟ ବର୍ଷା (Rain)ପାଇଁ ୧୩ରୁ ୧୬ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ (IMD) । ସେପଟେ ଆଜି ରାଜ୍ୟର ୧୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ସାମାନ୍ୟ ବର୍ଷା (Rain) ହୋଇଥିବା ସୂଚନା ମିଳିଛି । ଡ. ପଶୁପାଳକ ଆହୁରି କହିଛନ୍ତି, ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳ ଓ ସଂଲଗ୍ନ ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପୂର୍ବ ଉତ୍ତରପ୍ରଦେଶରେ ମୌସୁମୀ ବର୍ଷା (Rain) ହେବାର ସମ୍ଭାବନା ଅଛି ।
ଆଭ୍ୟନ୍ତରୀଣ ଓଡ଼ିଶାରେ ଜୁନ୍‌ ୧୭ ରେ ମୌସୁମୀ (Monsoon) ଛୁଇଁପାରେ । ୧୮ରେ ଭୁବନେଶ୍ୱର (BHUBANESWAR)ସମେତ ଉପକୂଳରେ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୧୭ ରୁ ରାଜ୍ୟରେ ବର୍ଷା (Rain) ବଢ଼ିବ ।

୧୭ ରୁ ୨୧ ଭିତରେ ଉପକୂଳ ଜିଲ୍ଲାରେ ୨୦ରୁ ୩୦ ମିଲିମିଟର ବର୍ଷା (Rain) ହେବ । ଆଭ୍ୟନ୍ତରୀଣ ଅଞ୍ଚଳରେ ୬୦ ରୁ ୭୫ମିଲିମିଟର ବର୍ଷା (Rain) ହୋଇପାରେ । ଜୁନ୍‌ ଶେଷ ସପ୍ତାହରେ ଅଧିକ ବର୍ଷା (Rain) ହେବ । ଭୁବନେଶ୍ୱର ସମେତ ଉପକୂଳରେ ଜୁନ୍‌ ୧୪ ରୁ ଗରମ କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ରୁ କମିବ ।

ପ୍ରକାଶ ଥାଉ ଯେ, ଚାଷୀଙ୍କୁ ପରାମର୍ଶ ଦେଇ ଡ. ପଶୁପାଳକ କହିଛନ୍ତି, ଏବେ ଧାନ ତଳି ପକାନ୍ତୁ । ଆଗକୁ ବର୍ଷା (Rain) ଥିବାରୁ ଗଜା ମରୁଡିର ଆଶଙ୍କା ନାହିଁ । ଅକ୍ଟୋବରରେ ଭଲ ବର୍ଷା (Rain) ହେବ । ମଧ୍ୟମ ଓ ଖାଲ ଜମି ପାଇଁ ଦୀର୍ଘ ଅବଧି ଧାନ କିସମ ଲଗାନ୍ତୁ ।

ରଜରେ ଭିଜିବ ଓଡିଶା

ତାତିରୁ ମିଳିବ ତ୍ରାହି ,ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)