1. କୃଷି ଖବର

Heavy rain: ୮ ଜିଲ୍ଲାକୁ ବର୍ଷା ଆଲର୍ଟ !

ଏହି ସବୁ ଜିଲ୍ଲାରେ ବର୍ଷ ଆଲର୍ଟ ଜାରି l ଆସନ୍ତା ୮ ପର୍ଯ୍ୟନ୍ତ ପାଗରେ ହେବ ନାହିଁ ପରିବର୍ତ୍ତନ

Tanushree Mahapatra
Tanushree Mahapatra
rainfall alert for five days, image source - pixeles

rainfall alert for five days, image source - pixeles

ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା ପାରଦ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି ଗତକାଲି । ତାପମାତ୍ରା ବୃଦ୍ଧି ପାଉଥିଲେ ସୁଦ୍ଧା ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି l ଏହାର ପ୍ରଭାବରେ ଆଗାମୀ ରାଜ୍ୟରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ନାହିଁ ।

ମାର୍ଚ୍ଚ ୮ ତାରିଖ ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । କିଛି ପୂର୍ବ ଉପକୂଳ ଜିଲ୍ଲା ସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା କୁହାଯାଇଛି । ଏହାପରେ ମାର୍ଚ୍ଚ ୯ ତାରିଖରେ ପ୍ରାୟତଃ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ପୂର୍ବ ଉପକୂଳ ଜିଲ୍ଲାରେ ଏହି ଦିନ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ରାଜ୍ୟରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି ଯେଉଁଥିପାଇଁ ପାଣିପାଗ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । ଏଣୁ ଅନେକ ସ୍ଥାନରେ ହାଲୁକା ବର୍ଷା ହେଉଥିବା ଦେଖିବାକୁ ମିଳିଛି । ସେହିପରି ଗତକାଲି ବାଲେଶ୍ବରର ବାହାନଗାରେ ସର୍ବାଧିକ ୨୦ ମିମି ବର୍ଷା ରେକର୍ଡ ହୋଇଛି । ଏହାପରେ ବୌଦ୍ଧର କଣ୍ଟାମାଳରେ ୧୮ ମିମି ବର୍ଷା ରେକର୍ଡ ହୋଇଛି । ଏହାପରେ ଅନୁଗୁଳ ଜିଲ୍ଲାର ଗୋବିନ୍ଦପୁର ଏବଂ ବାଲେଶ୍ବର ଜିଲ୍ଲାର ସୋର, ବଲାଙ୍ଗୀର ଓ କେନ୍ଦୁଝରର ଚମ୍ପୁଆରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

ତେବେ ଅନ୍ୟପଟେ ଭୁବନେଶ୍ବର ଏବଂ କଟକର କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି l ତେଣୁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିନଥିଲା ଗତକାଲି । ଭୁବନେଶ୍ବରରରେ ୩୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ଏବଂ କଟକରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ଗତକାଲି। ଅନ୍ୟପଟେ ପାଣିପାଗ ବିଭାଗ ଆଜି ପାଇଁ ରାଜ୍ୟର ୮ ଜିଲ୍ଲାରେ ବର୍ଷା ଆଲର୍ଟ ଜାରି କରିଛି। ଅନ୍ୟପଟେ ମୟୂରଭଞ୍ଜ, କେନ୍ଦୁଝର,ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୂଆପଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେଣୁ ଆସନ୍ତାକାଲି ମାର୍ଚ୍ଚ ୭ ତାରିଖ ଦିନ ରାଜ୍ୟର ୪ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

Flower farming: କିପରି କରିବେ ଅଧିକ ଉତ୍ପାଦନ ?

Profitable mushroom: ଏହି ପ୍ରଣାଳୀରେ କରନ୍ତୁ ଛତୁଚାଷ, ମିଳିବ ଅଧିକ ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments