News

ଆସୁଛି ଲଘୁଚାପ, ପୂଜାରେ ଭିଜିବ ଓଡିଶା

ଆସୁଛି ଲଘୁଚାପ । ଲୋକଙ୍କୁ ବର୍ଷା ଭୟ ଘାରିଲାଣି । ପୂଜାକୁ ବର୍ଷା ଭିଜାଇବା ଆଶଙ୍କା ଆସିଲାଣି । ଆଗ ପଛ ହୋଇ 2ଟି ଘୂର୍ଣ୍ଣିବଳୟ ଆସୁଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

23 September, 2022 10:35 AM IST By: Sudesna Nayak

ଆସୁଛି ଲଘୁଚାପ (low pressure)। ଲୋକଙ୍କୁ ବର୍ଷା (Rain)ଭୟ ଘାରିଲାଣି । ପୂଜାକୁ ବର୍ଷା ଭିଜାଇବା ଆଶଙ୍କା ଆସିଲାଣି । ଆଗ ପଛ ହୋଇ 2ଟି ଘୂର୍ଣ୍ଣିବଳୟ ଆସୁଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, 2 ବର୍ଷ ପରେ କଟକଣାମୁକ୍ତ ପୂଜା ହେବ । ଯାହାକୁ ନେଇ ପୂଜାକୁ ଧୂମ୍‌ଧାମରେ ପାଳିବାକୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ସାରା ରାଜ୍ୟ ପୂଜାକୁ ଅପେକ୍ଷା କରି ରହିଛି । ଠିକ୍‌ ସେତିକି ବେଳେ ଲୋକଙ୍କୁ ବର୍ଷା (Rain)ଭୟ ଘାରିଲାଣି ।

୨୬ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଅକ୍ଟୋବର 1 କିମ୍ବା ଅକ୍ଟୋବର 2 ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବା ସମ୍ଭାବନା ଅଧିକ । ୩୦ ତାରିଖରୁ ୬ ତାରିଖ ଭିତରେ ଠାଏ ଠାଏ ବର୍ଷା (Rain) ହେବ । ଆହୁରି ମଧ୍ଯ କିଛି କିଛି ଜିଲ୍ଲାର ଠାଏ ଠାଏ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ପ୍ରକାଶ ଥାଉ ଯେ, ରାଜ୍ୟରେ ୨୩ ରୁ ୨୯ ତାରିଖ ଭିତରେ ବର୍ଷା (Rain) ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ତେବେ ବର୍ଷା (Rain) ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବ । ୨୮ ଓ ୨୯ ତାରିଖ ବେଳକୁ କିଛି ସ୍ଥାନରେ ପ୍ରବଳ ବର୍ଷା (Rain) ହୋଇପାରେ ।

ଆଜିଠୁ ରାଜ୍ୟରେ କମିବ ବର୍ଷା

OAS EXAM:ଏଣିକି ଓଡ଼ିଆରେ OAS ପରୀକ୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)