1. କୃଷି ଖବର

Weather Update: ୧୨ ଜିଲ୍ଲାରେ ପ୍ରବଳ ବର୍ଷା!

ଆସନ୍ତା ୨୯ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଏହାପରେ ପୁଣିଥରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ।

Tanushree Mahapatra
Tanushree Mahapatra
Rainfall alert to 12 district of odisha, image source - pexels.com

Rainfall alert to 12 district of odisha, image source - pexels.com

ରାଜ୍ୟରେ ପୁଣି ବଦଳିଛି ପାଣିପାଗ । ସୋମବାର ଅର୍ଥାତ ଆଜି ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିଭଳି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅନ୍ୟ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟତଃ ୧୨ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏ ନେଇ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି  ।

ରାଜ୍ୟରେ ପ୍ରାୟତଃ  ୧୨ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ରହିଛି ଯଥା:- ନୂଆପଡ଼ା, କନ୍ଧମାଳ, ଝାରସୁଗୁଡ଼ା, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ ଦେବଗଡ଼ । ସେହିପରି ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ମେଘୁଆ ପାଗ ରହିବା ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଲାଗି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ରାଜ୍ୟରେ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ସେହିଭଳି ଆଗାମୀ ୫ ଦିନ ରାଜ୍ୟରେ ପାଗ ମେଘୁଆ ରହିବ ।

ଗତ ଦୁଇ ଦିନ ହେବ ରାଜ୍ୟରେ କିଛି କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇଥିବା ଯୋଗୁଁ ତାପମାତ୍ରା କମିବା ସହ ଖରା ଗରମ ରୁ ନିସ୍ତାର ମିଳିଛି । ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ଏଭଳି ପାଗ ଲାଗି ରହିବ । ସେହିପରି ଆସନ୍ତାକାଲି ମଙ୍ଗଳବାର ଉତ୍ତର ଆଭ୍ୟନ୍ତରିଣ ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ରହିଛି । ଅନ୍ୟପଟେ ଆସନ୍ତା ୨୯ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଏହାପରେ ପୁଣିଥରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments