1. କୃଷି ଖବର

Odisha Weather: ଆସୁଛି ବଡ ବର୍ଷା

କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ସିକ୍କିମ, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଅଧିକ କୁହୁଡ଼ି ପରିସ୍ଥିତି ଜାରି ରହିବ ।

Tanushree Mahapatra
Tanushree Mahapatra
rainfall alert to these areas for haivy rain  , image source - pexels.com

rainfall alert to these areas for haivy rain , image source - pexels.com

ରାଜ୍ୟରେ ଥରହର କରୁଛି ଶୀତ ପ୍ରକୋପ l ଥଣ୍ଡାର ଜାଡରେ ଥରୁଛି ଓଡ଼ିଶାର ପ୍ରାୟତଃ ଅଧିକାଂଶ ଜିଲ୍ଲା l ତେବେ ପାଣିପାଗ ବିଭାଗ ଅନୁଯାୟୀ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି l କେବଳ ଓଡିଶା ନୁହେଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବର୍ଷା ହେବା ନେଇ କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି l

ମାଡ଼ି ଆସୁଛି ବଡ ବର୍ଷା । ଆଗାମୀ ୫ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞମାନେ । ବର୍ଷା କାରଣରୁ ଶୀତ ମଧ୍ୟ ଅଧିକ ବଢିବ ବୋଲି କୁହାଯାଇଛି ।

ଏପରିକି କିଛି ସ୍ଥାନରେ ବର୍ଷା ଯୋଗୁଁ ପାରଦ ହ୍ରାସ ପାଇବା ଫଳରେ ପ୍ରବଳ ଶୀତ ହେବା ନେଇ କୁହାଯାଇଛି  । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ବର୍ଷା ହେବାର ସମ୍ଭାବନା ରହିଛି । ତାମିଲନାଡୁରେ ପ୍ରବଳ ବର୍ଷା ମଧ୍ୟ ଆରମ୍ଭ ହୋଇଛି ଯାହାଦ୍ୱାରା ସେଠାକାର ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛନ୍ତି l ଅନ୍ୟପଟେ ବିଭାଗ ସୂଚନା ଅନୁଯାୟୀ ଝାଡଖଣ୍ଡରେ ହାଲୁକା ଧରଣର ବର୍ଷା ହୋଇପାରେ । ସେହିପରି ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ସମେତ ଆଉ କିଛି ରାଜ୍ୟରେ ପ୍ରବଳ ରୁ ପ୍ରବଳ ଶୀତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଦେଶରେ ରାଜସ୍ଥାନର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ ଯେ , ଦେଶର ପୂର୍ବ ଏବଂ ମଧ୍ୟ ରାଜ୍ୟଗୁଡିକରେ ଅଧିକ ବର୍ଷା ହେତୁ ଥଣ୍ଡା ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ପାଞ୍ଚ ଦିନ ପାଇଁ ୩ଟି ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ । କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ଅଧିକ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେଣୁ ସେହି ରାଜ୍ୟରେ ଆଲର୍ଟ ମଧ୍ୟ ଜାରି କରାଯାଇଛି l

ତେବେ ଏହି ବର୍ଷା ହେବା ନେଇ ଓଡ଼ିଶାକୁ ଭୟ ନଥିଲେ ବି କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି କୁହାଯାଇଛି । ପଞ୍ଜାବ, ଦିଲ୍ଲୀ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ ୧୫ଟି ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବଢୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଶିକ୍ଷା ବିଭାଗ ରାଜ୍ୟରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ସମୟ ବଦଳାଇ ଦେଇଛନ୍ତି । ଏଥି ସହିତ କିଛି କିଛି ରାଜ୍ୟରେ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଜାନୁଆରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେପରି କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ସିକ୍କିମ, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଅଧିକ କୁହୁଡ଼ି ପରିସ୍ଥିତି ଜାରି ରହିବ । ତେବେ ଏହି ସବୁ ରାଜ୍ୟକୁ ଘନ କୁହୁଡି ଏବଂ ପ୍ରବଳ ବର୍ଷା ଯୋଗୁଁ ଆଲର୍ଟ ଜାରି କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments