
rainfall increase in odisha, image source - pexels
ରାଜ୍ୟରେ ଲାଗି ରହିଛି ବର୍ଷା । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏହା ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି ସୂଚନା ରହିଛି ।
ପ୍ରଭାବରେ ୫ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ l ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ବିଶେଷକରି, ରାଜ୍ୟର ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। ଏନେଇ ଆଜି ଅର୍ଥାତ ଗୁରୁବାର ଦିନ ଏବଂ ଶୁକ୍ରବାର ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର କିଛି ଜିଲ୍ଲାକୁ ସତର୍କତା ଜାରି କରିଛି।
ଆସନ୍ତାକାଲି ୫ ତାରିଖ ଦିନ ରାଜ୍ୟରେ କିଛି ସ୍ଥାନରେ ବିଜୁଳି ଘଡ଼ଘ଼଼ଡି ସହ ପ୍ରବଳ ବର୍ଷା ନେଇ ସୂଚନା ରହିଛି l ଏହି ଜିଲ୍ଲାଙ୍କ ମଧ୍ୟରେ କୋରାପୁଟ, ରାୟଗଡା, ନବରଙ୍ଗପୁର,ଗଜପତି ଜିଲ୍ଲା ସହିତ ମାଲକାନଗିରି ଜିଲ୍ଲାକୁ ମଧ୍ୟ ଏ ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି।
ସେହିପରି, ଆଗାମୀ ୬ ତାରିଖରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡି ହେବା ନେଇ ନବରଙ୍ଗପୁର, ଗଜପତି,ମାଲକାନଗିରି, କୋରାପୁଟ, ରାୟଗଡା ସହିତ ଗଂଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରହିବ। ମୁଖ୍ୟତ ୫ ତାରିଖ ଏବଂ ୬ ତାରିଖରେ ଅଧିକରୁ ଅଧିକ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି l
ଅଧିକ ପଢ଼ନ୍ତୁ
ଓଡ଼ିଶା ରାଜ୍ୟର ସରକାରୀ ମାନ୍ୟତାପ୍ରାପ୍ତ ଛେଳିର ନାମ ଏବଂ ସେମାନଙ୍କର ଖାଦ୍ୟ ତାଲିକା
Share your comments