1. କୃଷି ଖବର

ରାଜ୍ୟରେ ସକ୍ରିୟ ଲଘୁଚାପ, ୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଚଳିତ ମୌସୁମୀରେ ଲଘୁଚାପ ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ରାଜ୍ୟରେ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ରହିବ ବୋଲି କୁହାଯାଇଛି l

Tanushree Mahapatra
Tanushree Mahapatra
Rains continue across the state, image source - twitter

Rains continue across the state, image source - twitter

ଚଳିତ ମୌସୁମୀରେ ଲଘୁଚାପ ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ରାଜ୍ୟରେ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ରହିବ ବୋଲି କୁହାଯାଇଛି l ଏହି ବର୍ଷା ଯୋଗୁଁ ଟ୍ରାଫିକ୍‌ ପରିଚାଳନାରେ ସମସ୍ୟାର ହୋଇପାରେ ବୋଲି କୁହାଯାଇଛି ।

ସବୁଠାରୁ ବଡ଼ କଥା କେତେକ ସ୍ଥାନରେ ଭୂସ୍ଖଳ ଭଳି ସମସ୍ୟାର ଆଶଙ୍କା ରହିଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଏହି ଲଘୁଚାପ ବର୍ଷାରେ ନୂଆପଡ଼ା, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ସେହି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ବିଭାଗ ପକ୍ଷରୁ । ଏହାର ଠିକ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର-ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି  । ବିଶେଷ କରି ଏହି ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏ ନେଇ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ପାଣିପାଗ କେନ୍ଦ୍ର ପକ୍ଷରୁ । ସୂଚନା ଅନୁଯାୟୀ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟ  ଲଘୁଚାପ ଅଧିକ ଘନୀଭୂତ ହୋଇପାରୁନାହିଁ । ଯେଉଁଥିପାଇଁ ଅବପାତରେ ପରିଣତ ନହେବା ନେଇ ଆକଳନ କରିଛି ବିଭାଗ । 

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ , ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉପକୂଳରେ ସକ୍ରିୟ ଲଘୁଚାପ କ୍ଷେତ୍ରରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ଏହା । ଯାହାକି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଚାଲିଆଟା ମୌସୁମୀ ଆରମ୍ଭ ଜୁନ୍‌ ପହିଲାରୁ ଆଜି ସୁଦ୍ଧା ଓଡ଼ିଶାରେ ସ୍ବାଭାବିକ ଭାବେ ପ୍ରାୟ ୪୮୯ ମିମି ବର୍ଷା ହେବା କଥା । ଯେତେବେଳେ କି ଚଳିତବର୍ଷ ମୌସୁମୀରେ ୪୨୫.୮ ମିମି ବର୍ଷା ରେକର୍ଡ କରାଯାଇଛି ଏ ପର୍ଯ୍ୟନ୍ତ । ସେହିପରି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଥିବା ବେ‌ଳେ ଦୁଇଟି ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି ଯାହାଦ୍ୱାରା ସେଠାକାର ଚାଷ ଉପରେ ଏହାର ପ୍ରଭାବ ପଡିଛି । ଅନ୍ୟପଟେ ରାଜ୍ୟର ୧୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

ତେବେ ସୃଷ୍ଟି ହୋଇଥବା ଲଘୁଚାପ ଯୋଗୁଁ ଆସନ୍ତା ୨୯ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରାଯାଇଛି । ତେବେ କିଛି ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ହାନି ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି l ଚଳିତ ମୌସୁମୀରେ ସଠିକ ରୂପରେ ବର୍ଷା ନ ହେବା ଯୋଗୁଁ ରାଜ୍ୟରେ କେତେକ ସ୍ଥାନରେ ଚାଷ ମଧ୍ୟ ପ୍ରଭାବିତ ହୋଇଥିବା ନଜର ରହିଛି l ଯେଉଁଥିପାଇଁ ପରିବା ଦର ମଧ୍ୟ ବୃଦ୍ଧି ପାଇଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments