ଆଜି ରବିବାର (Sunday)ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା (Rain)ର ପରିମାଣ ଓ ବିସ୍ତୃତି ବଢ଼ିବ । ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲା ଆଦି ଜିଲ୍ଲାରେ ପ୍ରବଳ ବର୍ଷା (Rain)ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ମହାଷ୍ଟମୀରୁ ଅର୍ଥାତ ଅକ୍ଟୋବର 3 ତାରିଖରୁ ସାରା ରାଜ୍ୟକୁ ବର୍ଷା (Rain)ର ବିସ୍ତୃତି ବଢ଼ିବ। ଉପକୂଳ ସମେତ ଆଉ କିଛି ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷିବ (Rain)। ଅକ୍ଟୋବର 5 ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (Rain) ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଏଥିସହିତ ଅକ୍ଟୋବର 4 ତାରିଖ ଦିନ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷିବ (Rain)। ବିଶେଷ କରି ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ପୁରୀ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (Rain) ହେବ ।
ପ୍ରକାଶ ଥାଉ ଯେ, ଆଜି ରାଜଧାନୀରେ ପାଗ ଆଶିଂକ ମେଘୁଆ ରହିବା ସହ ଅପରାହ୍ନରେ ବର୍ଷା (Rain)ସମ୍ଭାବନା ରହିଛି । ଦୀର୍ଘ 2 ବର୍ଷ ପରେ ଧୁମଧାମରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା (Dussehra)। କିନ୍ତୁ ଏଥରର ପୂଜାକୁ ଫିକା କରିଦେଇପାରେ ବର୍ଷା (Rain) ।