1. କୃଷି ଖବର

ଆଜି ଠୁ ରାଜ୍ୟରେ ବର୍ଷା, 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗୁରୁବାର ଠାରୁ ବର୍ଷା ଆରମ୍ଭ ହେବ । 1 ତାରିଖରୁ ବର୍ଷା ପରିମାଣ ବଢିଯିବ । 3 ତାରିଖ ଯାଏଁ ବର୍ଷା ଜାରି ରହିବ ।

Sudesna Nayak
Sudesna Nayak
weather update in odisha thunderstorms in the fall increasing rain

weather update in odisha thunderstorms in the fall increasing rain

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗୁରୁବାର (Thursday)ଠାରୁ ବର୍ଷା (Rain) ଆରମ୍ଭ ହେବ । 1 ତାରିଖରୁ ବର୍ଷା (Rain)ପରିମାଣ ବଢିଯିବ । 3 ତାରିଖ ଯାଏଁ ବର୍ଷା (Rain) ଜାରି ରହିବ ।

ସୂଚନା ଅନୁଯାୟୀ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶା (odisha)ରେ ବର୍ଷା (Rain) ହେବ । ସମ୍ଭାବ୍ୟ ଲଘୁଚାପ ଯୋଗୁ ଅକ୍ଟୋବର ପହିଲା 1 ତାରିଖରୁ ବର୍ଷା (Rain)ପରିମାଣ ବଢିଯିବ । ଅକ୍ଟୋବର 3 ତାରିଖ ଯାଏଁ ବର୍ଷା (Rain) ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଗୁରୁବାର (Thursday)14 ଜିଲ୍ଲାର କିଛି ସ୍ଥାନରେ ବର୍ଷା (Rain)ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି ।

ଅକ୍ଟୋବର ପହିଲା ବେଳକୁ ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ପ୍ରଭାବରେ ଓଡ଼ିଶା ପାଗରେ ପରିବର୍ତ୍ତନ ଘଟିବ ଏବଂ ଉତ୍ତର ଉପକୂଳରେ ବର୍ଷା (Rain)ପରିମାଣ ବଢ଼ିବ । ୨ ତାରିଖରୁ ବିସ୍ତୃତ ଭାବେ ବର୍ଷା(Rain) ପରିମାଣ ବୃଦ୍ଧି ପାଇ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା ପ୍ରଭାବିତ ହେବ ।

ପ୍ରକାଶ ଥାଉ ଯେ, 30 ତାରିଖରେ ଉତ୍ତର ଓ ଦକ୍ଷିଣ ଓଡିଶା (odisha)ର ବିଭିନ୍ନ ସ୍ଥାନରେ ବର୍ଷା (Rain)ସମ୍ଭାବନା ଅଛି । ତେବେ ୧ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ୧ ଓ ୨ ତାରିଖରେ ପ୍ରବଳ ବର୍ଷିବ ।

ବର୍ଷାରେ ଭିଜିବ ଦଶହରା !

କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଉପଭୋକ୍ତାଙ୍କ ପାଇଁ ବଡ ଖୁସିଖବର,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments