1. କୃଷି ଖବର

ବର୍ଷାରେ ଭିଜିବ ଦଶହରା !

ବର୍ଷାରେ ଭିଜିବ ଏଥର ପାର୍ବଣ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Sudesna Nayak
Sudesna Nayak
weather update in odisha rain shadow looms over durga puja in coming days

weather update in odisha rain shadow looms over durga puja in coming days

ବର୍ଷା (Rain)ରେ ଭିଜିବ ଏଥର ପାର୍ବଣ । ଦୁର୍ଗାପୂଜା (Dussehra)ଆରମ୍ଭରୁ ହିଁ ପ୍ରବଳ ବର୍ଷା (Rain)ର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନା ଅନୁଯାୟୀ, ଅକ୍ଟୋବର ପହିଲାରୁ ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଅକ୍ଟୋବର 1 ତାରିଖରୁ ରାଜ୍ୟରେ ବର୍ଷା (Rain)ର ପରିମାଣ ବଢ଼ିବ । ଏହାପରେ 2 ଏବଂ 3 ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain) ବଢିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଆଜି ବୁଧବାର (Wednesday)28 ଓ 29 ତାରିଖରେ କିଛି ସ୍ଥାନରେ ବର୍ଷା (Rain) ସମ୍ଭାବନା ଅଛି । 28 ଏବଂ 29 ତାରିଖରେ ଉପକୂଳ ସମେତ 20 ଜିଲ୍ଲାକୁ ପ୍ରବଳ ବର୍ଷା (Rain) ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରକାଶ ଥାଉ ଯେ, ବୁଧବାର (Wednesday) ଓ ଗୁରୁବାର ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ ଅଧିକ ବର୍ଷା (Rain) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅକ୍ଟୋବର ୧ ରୁ ବଢ଼ିବ ବର୍ଷା,ଭିଜିବ ଦଶହରା

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ରୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments