1. କୃଷି ଖବର

ଅକ୍ଟୋବର ୧ ରୁ ବଢ଼ିବ ବର୍ଷା,ଭିଜିବ ଦଶହରା

ଅକ୍ଟୋବର 1 ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଏଥିସହିତ 28 ଏବଂ 29 ତାରିଖରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସମେତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାରେ ଆହୁରି 3 ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡଘଡି ଏଥିଲାଗି ଚେତାବନୀ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Sudesna Nayak
Sudesna Nayak
weather update rain in odisha rainfall will increase from 1st october

weather update rain in odisha rainfall will increase from 1st october

ଅକ୍ଟୋବର 1 ତାରିଖରୁ ରାଜ୍ୟରେ ବର୍ଷା (Rain)ର ପରିମାଣ ବଢ଼ିବ । ଏଥିସହିତ 28 ଏବଂ 29 ତାରିଖରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସମେତ ପ୍ରବଳ ବର୍ଷା (Rain) ସମ୍ଭାବନା ରହିଛି । ଓଡ଼ିଶା (odisha) ରେ ଆହୁରି 3 ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡଘଡି ଏଥିଲାଗି ଚେତାବନୀ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନା ଅନୁଯାୟୀ, ଏଥର ଦଶହରା (Dussehra)କୁ ଭିଜାଇବ ବର୍ଷା (Rain)। ଆସନ୍ତା 2 ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ (low pressure) ସୃଷ୍ଟି ହେବାର ସମ୍ଭାବନା ଅଛି । ଏହି ଲଘୁଚାପ (low pressure) ପ୍ରଭାବରେ ପୂଜା ସମୟରେ ପ୍ରବଳ ବର୍ଷା (Rain) ହେବ । 2 ଓ 3 ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା (odisha)ରେ ବର୍ଷିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅକ୍ଟୋବର 1 ତାରିଖରୁ ରାଜ୍ୟରେ ବର୍ଷା (Rain)ରେ ବୃଦ୍ଧି ସମ୍ଭାବନା ରହିଛି । ଆସନ୍ତା 9 ତାରିଖ ଯାଏଁ ରାଜ୍ୟରେ ଏହି ଭଳି ଭାବେ ବର୍ଷା (Rain) ଜାରି ରହିବ ବୋଲି ପୂର୍ବାନୁମାନ କରାଯାଉଛି ।

ପ୍ରକାଶ ଥାଉ ଯେ, ଅକ୍ଟୋବର 2 ତାରିଖରେ ସମ୍ଭାବ୍ୟ ଲଘୁଚାପ (low pressure) ପ୍ରଭାବରେ ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କଟକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା (Rain) ସମ୍ଭାବନା ଅଛି ।

କୁମାର ପୂର୍ଣ୍ଣିମା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା ପାଗ

ଆସୁଛି ଲଘୁଚାପ, ପୂଜାରେ ଭିଜିବ ଓଡିଶା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments