News

AI in Defence: ପ୍ରତିରକ୍ଷାର ଶକ୍ତି ବୃଦ୍ଧି କରିବ ୭୫ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ସାମଗ୍ରୀ/ପ୍ରଯୁକ୍ତି (ଟେକ୍‌ନୋଲୋଜି)କୁ ଉଦ୍‌ଘାଟିତ । ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଛି ।

12 July, 2022 4:20 PM IST By: Shuvanshu Kar

ପ୍ରତିରକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଆୟୋଜିତ ସମ୍ମିଳନୀ(‘AI in Defence’) ଓ ପ୍ରଦର୍ଶନୀରେ ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ସାମଗ୍ରୀ/ପ୍ରଯୁକ୍ତି (ଟେକ୍‌ନୋଲୋଜି)କୁ ଉଦ୍‌ଘାଟନ କରିଛନ୍ତି। ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଛି ।

ଆଜାଦିର ଅମୃତ ମହୋତ୍ସବ ପାଳନର ଅଂଶସ୍ୱରୂପ ଏସବୁ ସାମଗ୍ରୀର ପ୍ରଚଳନ/ପ୍ରବର୍ତ୍ତନ ଆରମ୍ଭ କରାଯାଇଛି । ଏଥିରେ ଏଆଇ ପ୍ଳାର୍ଟଫର୍ମ ଅଟୋମେସନ/ଅନ୍‌ମ୍ୟାନ୍‌ଡ/ ରୋବୋଟିକ୍ସ ସିଷ୍ଟମ୍ସ; ବ୍ଲକଚେନ ବେସ୍‌ଡ୍ ଅଟୋମେସନ; ସାଇବର ସିକ୍ୟୁରିଟି, କମ୍ୟୁନିକେସନ, କମ୍ପ୍ୟୁଟର ଆଣ୍ଡ ଇଣ୍ଟେଲିଜେନ୍ସ, ସର୍ଭେଲାନ୍ସ ଆଣ୍ଡ ରେକଇସାନ୍ସ; ହ୍ୟୁମାନ ବିହେଭିହରାଲ ଆନାଲିସିସ୍‌, ଇଣ୍ଟେଲିଜେନ୍ସଣ୍ଟ ମନିଟରିଂ ସିଷ୍ଟମ ସାମିଲ ରହିଛି ।

ଡିପିଏସ୍‌୍‌ଗୁଡିକ ଦ୍ୱାରା ବିକଶିତ ତିନିଟି ଏଆଇ ପ୍ରଡକ୍ଟର ଡୁଆଲ ୟୁଜ୍ ଆପ୍ଲିକେସନ ସୁବିଧା ଓ ଉତ୍ତମ ବଜାର ଚାହିଦା ରହିଛି । ଏଗୁଡିକ ହେଲା-ଏଆଇ ପରିଚାଳିତ ଭଏସ୍ ଟ୍ରାନ୍ସକ୍ରିପସନ୍‌/ଆନାଲିସିସ୍ ସପ୍ଟଓୟାର, ଡ୍ରାଇଭର ଫଟିଗ୍ ମନିଟରିଂ ସିଷ୍ଟମ ଏବଂ ଏଆଇ ପରିଚାଳିତ ଅଣବିଧ୍ୱଂସକାରୀ ସାମଗ୍ରୀ ଏକ୍ସ-ରେ ଥିବା ୱେଲ୍‌ଡିଂ ତ୍ରୁଟିର ମୂଲ୍ୟାୟନ ସିଷ୍ଟମ । ଏଥିମଧ୍ୟରୁ ପ୍ରଥମଟି ଭାରତ ଇଳେକ୍‌ଟ୍ରୋନିକ୍ସ ଲିମିଟେଡ, ଦ୍ୱିତୀୟଟି ଭାରତ ଆର୍ଥ ମୁଭର୍ସ ଲିମିଟେଡ ଓ ତୃତୀୟଟି ଗାର୍ଡେନରିଚ ସ୍ଥିତ ସିପ୍ ବିଲ୍‌ଡରସ୍ ଆଣ୍ଡ ଇଞ୍ଜିନିୟରିଂ ସଂସ୍ଥା ଦ୍ୱାରା ବିକଶିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଏହି ତିନିଟି ଟେକ୍‌ନୋଲୋଜି ପ୍ରଦର୍ଶିତ ହୋଇଥିଲା । ଏସବୁ ସାମଗ୍ରୀ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ରାଷ୍ଟ୍ରାୟତ୍ତଉଦ୍ୟୋଗଗୁଡିକର ବ୍ୟାବସାୟିକ କାରବାର ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ପ୍ରତିରକ୍ଷାମନ୍ତ୍ରୀ ଏହି ଅବସରରେ ଏହି ୭୫ଟି ଯାକ ସାମଗ୍ରୀର ତଥ୍ୟ ସମ୍ବଳିତ ପୁସ୍ତକ ଓ ଏହାର ଇଲେକ୍‌ଟ୍ରୋନିକ୍ସ ପ୍ରତିଲିପିକୁ ଆଜି ମଧ୍ୟ ଉନ୍ମୋଚନ କରିଥିଲେ । ଏଥିରେ ଡିଆରଡିଓ, ବିଭିନ୍ନ ପ୍ରତିରକ୍ଷା ପିଏସ୍‌ୟୁ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ ଏ କ୍ଷେତ୍ରରେ ଉଦ୍ୟମ ଓ ସହଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ ଅଛି । ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ତାଙ୍କ ଭାଷଣରେ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମଗ୍ର ମାନବଜାତିର କଲ୍ୟାଣ ଦିଗରେ ଏକ ବୈପ୍ଳବିକ ପଦକ୍ଷେପ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୌଦ୍ଧିକତା ଏବେ ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଭେଷଜ, କୃଷି, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସମେତ ପ୍ରାୟ ସବୁ କ୍ଷେତ୍ରରେ ପ୍ରବେଶ କରି ନୂଆ ବିପ୍ଳବ ଆଣିଛି । ଏସବୁ କ୍ଷେତ୍ରରେ ମଣିଷର ଚେତନା ଓ ଏଆଇର ଦକ୍ଷତାକୁ ମିଳିତଭାବେ ବ୍ୟବହାର କରି ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ସେ ପ୍ରତିରକ୍ଷା କ୍ଷେତ୍ର ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଆହ୍ୱାନ ଜଣାଇଥିଲେ ।

ଯୁଦ୍ଧରେ ଯେତେବେଳେ ସମ୍ପୂର୍ଣ୍ଣ ମାନବିକ ସମ୍ପୃକ୍ତି ରହୁଛି ସେତେବେଳେ ନୂଆ ଅଟୋନମସ୍ ଉଇପନ/ ସିଷ୍ଟମ ସବୁ ଏଆଇ ଆପ୍ଲିକେସନ ଦ୍ୱାରା ବିକଶିତ ହେଉଛି । ତେଣୁ ମଣିଷର ନିୟନ୍ତ୍ରଣ ବିନା ଏହା ମାଧ୍ୟମରେ ଶତ୍ରୁର ଘାଟିଗୁଡିକୁ ଅନାୟସରେ ନଷ୍ଟ କରାଯାଇପାରିବ । ଏଆଇ ପରିଚାଳିତ ସାମରିକ ଉପକରଣ ବିପୁଳ ପରିମାଣରେ ଡାଟା ପରିଚାଳନା କରିବାକୁ ସକ୍ଷମ । ସୈନିକମାନଙ୍କ ତାଲିମରେ ଏହା ବିଶେଷ ସହାୟକ ହୋଇ ପାରିବ । ଆଗାମୀ ଦିନରେ ଅଗମେଣ୍ଟେଡ ଓ ଭର୍ଚୁଆଲ ରିୟଲିଟି ଟେକ୍‌ନୋଲୋଜିକୁ ସଫଳତାର ସହିତ ପ୍ରୟୋଗ କରାଯିବ ବୋଲି ରାଜନାଥ କହିଛନ୍ତି ।

ଇସ୍ରୋ ସହିତ ୬୦ଟି ଷ୍ଟାର୍ଟଅପ୍ ପଞ୍ଜୀକୃତ କରିଛନ୍ତି ସରକାର

କୃଷି କ୍ଷେତ୍ରକୁ ଆକାଶ ଛୁଆଁଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)