News

ସଫଳତାର ଏକ ନୂଆ ସ୍କ୍ରିପ୍ଟ ଲେଖିଛନ୍ତି ମୁଜାଫରନଗରର ଝିଅ ରାକ୍ଷୀ

ରାକ୍ଷୀ ଜଣେ ଝିଅ ପିଲା ଯିଏ ମାଁ ପାଇଁ ପୁଅ ଓ ଭଉଣୀ ପାଇଁ ଭାଇ ପାଲଟିଛନ୍ତି l ମୁଜାଫରନଗରର ତିତାବୀ ଗାଁ ର ଝିଅ ରାକ୍ଷୀ ଲଟିୟନ ଅନେକ କଷ୍ଟ ପରେ ସଫଳତା ର ଶୀର୍ଷ ରେ ପହଞ୍ଚିଛନ୍ତି l ଆଉ ପାଲଟିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ l

10 November, 2022 12:57 PM IST By: Tanushree Mahapatra

ରାକ୍ଷୀ ଜଣେ ଝିଅ ପିଲା ଯିଏ ମାଁ ପାଇଁ ପୁଅ ଓ ଭଉଣୀ ପାଇଁ ଭାଇ ପାଲଟିଛନ୍ତି l ମୁଜାଫରନଗରର ( muzaffarnagar )ତିତାବୀ ଗାଁ ର ଝିଅ ରାକ୍ଷୀ ଲଟିୟନ ( rakhi latiyan ) ଅନେକ କଷ୍ଟ ପରେ ସଫଳତା ର ଶୀର୍ଷ ରେ ପହଞ୍ଚିଛନ୍ତି l ଆଉ ପାଲଟିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ l କହିବାକୁ ଗଲେ ସଫଳତା ର ଯାହା କହନ୍ତି ତା ଉପରେ ଏକ ନୂଆ ସ୍କ୍ରିପ୍ଟ ଲେଖିଛନ୍ତି l ପରିବାରରେ କୌଣସି  ଭାଇ ନାହାଁନ୍ତି ଏବଂ ପିତାଙ୍କ ଛାୟା ମଧ୍ୟ ତାଙ୍କ ମୁଣ୍ଡରୁ ଉଠିଛି | ଏଭଳି ପରିସ୍ଥିତିରେ ନିଜ  ଅଧ୍ୟୟନ ସହିତ 25 ଏକର ଜମିରେ ଚାଷ କରି ଏକ ଉଦାହରଣ ପାଲଟିଲେ  |

| ଘରେ ଏକାକୀ ମା ପାଇଁ ସେ ପୁଅଠାରୁ ଅଧିକ l ପାନିପତ  -ଖଟିମା ( panipat - khatima ) ରାଜପଥରେ ଥିବା ତୀତାୱି ଗାଁରେ ମହିଳାମାନେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରନ୍ତି | କିନ୍ତୁ, ଏପରି ଏକ ଝିଅ ଅଛି ଯିଏ ନିଜ ପରିବାରର ଯତ୍ନ ନେଉଛନ୍ତି ଏବଂ ଏକତ୍ର ଚାଷ ମଧ୍ୟ କରୁଛନ୍ତି | ଏମ.ଏ  ଶିକ୍ଷା ଏବଂ କମ୍ପ୍ୟୁଟର ଅଧ୍ୟୟନ କରିଥିବା ରାକ୍ଷୀ ଆଜିକାଲି କ୍ଷେତରେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଛନ୍ତି । ସେ ଏକ ବାଇକ୍ ଚଳାଇ କ୍ଷେତକୁ ନୂତନ ଉପାୟରେ ଜଳସେଚନ କରନ୍ତି l

ରାକ୍ଷୀ ଏକ ଗଣମାଧ୍ୟମକୁ ନିଜ ଚାଷ ଏବଂ ସଂଘର୍ଷ ବିଷୟରେ କହିଛନ୍ତି l  ସେ କହିଛନ୍ତି  ଆମେ ପରିବାରର କେବଳ ତିନି ଭଉଣୀ | ବଡ ଭଉଣୀ ନମିତା ଏବଂ ମେନୁ ବିବାହିତ | ବହୁ ବର୍ଷ ପୂର୍ବେ ପିତା ଧାନ ସିଂ ଅସୁସ୍ଥତା ହେତୁ ଦେହାନ୍ତ ହୋଇଥିଲେ । ଏଭଳି ପରିସ୍ଥିତିରେ ମାତା ବୋହତି ଦେବୀ ( ୭୫ )ଙ୍କୁ ରାକ୍ଷୀ ତାଙ୍କ କୃଷି କାର୍ଯ୍ୟରେ  ସହାୟତା କରିବା ଆରମ୍ଭ କଲେ | ଧୀରେ ଧୀରେ ସେ ଚାଷ କରିବା ଶିଖିଲେ | ବର୍ତ୍ତମାନ ସେ ନିଜେ ଚାଷ କରୁଛନ୍ତି । ତାଙ୍କ ପାଇଁ  ସବୁଠାରୁ ବଡ ସମସ୍ୟା ହେଉଛି ତାଙ୍କ ଜମି ନଅଟି ସ୍ଥାନରେ ରହିଛି ଅଲଗା ଅଲଗା ହୋଇ  | ସମାନ ଗ୍ରାମରେ ଜମି ବହୁ ଦୂର ହୋଇଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି  | ଚାଷରେ ବ୍ୟୟ ମଧ୍ୟ ଅଧିକ ଖର୍ଚ୍ଚ ହୋଇଛି ।  

 

ରାକ୍ଷୀ  ଯିଏ ପ୍ରଥମେ ଶିକ୍ଷା ତଥା ବର୍ତ୍ତମାନ କୃଷି କ୍ଷେତ୍ରରେ ତିତାଭି ଗାଁ ର ନାମକୁ  ଆଲୋକିତ କରୁଛନ୍ତି l ତାଙ୍କ ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ସେ ସୃଷ୍ଟି କରିଛନ୍ତି । ଚାରିମାସ ମଧ୍ୟରେ ବହୁ ସଂଖ୍ୟାରେ ଲୋକ ତାଙ୍କ ସହ ଯୋଗଦାନ କରିଛନ୍ତି  | ତାଙ୍କର କାର୍ଯ୍ୟ ଏବଂ ସାହସ ପାଇଁ ବହୁତ ପ୍ରଶଂସା ମଧ୍ୟ ପାଇଛନ୍ତି  | ଯାହା ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଉଛି l  ରାକ୍ଷୀ କହିଛନ୍ତି ଯେ ତାଙ୍କ ଚ୍ୟାନେଲ ମାଧ୍ୟମରେ ସେ ଲୋକଙ୍କ ସହ ଯୋଡି ହୋଇଛନ୍ତି  । ଦୂରଦୂରାନ୍ତରୁ ଲୋକମାନେ ତାଙ୍କୁ ଭେଟିବାକୁ ଆସି ତାଙ୍କୁ ଉତ୍ସାହିତ କରନ୍ତି ଏବଂ ତାଙ୍କ ଚଷା କଥା ପଚାରି ବୁଝନ୍ତି ଯାହା ତାଙ୍କୁ ଖୁସି ଦିଏ l

ଅବିବାହିତ ରାକ୍ଷୀ  କହିଛନ୍ତି ଯେ ଗାଁ ଏବଂ ସମାଜ ଆମର ଶକ୍ତି | ମୋ ଗାଁର ସମସ୍ତେ ସାହସ ଦେଇଥିଲେ ମତେ ଚାଷ କାମ କରିବା ପାଇଁ ଆଜି ସେଥିପାଇଁହ ହୁଏତ ମୁ ସଫଳ ହୋଇ ପାରିଛି । ଆବଶ୍ୟକ ସମୟରେ ସାହାଯ୍ୟ କରିଛନ୍ତି ଗ୍ରାମବାସୀ | ସେଠାରେ ସମସ୍ତ ପ୍ରକାରର ଲୋକ ଅଛନ୍ତି | ମୋ ଗାଁ ପରି, ଅନ୍ୟ ଗାଁର ଲୋକମାନେ ମଧ୍ୟ ସେମାନଙ୍କ ଝିଅ ମାନଙ୍କୁ ଚାଷ କାମ ପାଇଁ  ସମର୍ଥନ କରିବା ଉଚିତ୍ ବୋଲି ସେ ବାର୍ତ୍ତା ଦେଇଛନ୍ତି  | ପରିବର୍ତ୍ତିତ ସମୟରେ, ଝିଅ ମାନେ କାହାଠାରୁ କମ୍ ନୁହଁନ୍ତି |

ରମ୍ଭା କିସାନ: ଓଡ଼ିଶାର ସଫଳ ମହିଳା ଚାଷୀ

ସଫଳ ଗୋଲମରିଚ ଚାଷୀ: ନାନାଦାର ମାରକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)