1. ସଫଳ କାହାଣୀ

ସଫଳ ଗୋଲମରିଚ ଚାଷୀ: ନାନାଦାର ମାରକ

ଦେଶର ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ କୃଷି ଏକ ମୁଖ୍ୟ ପେଶା ଯେଉଁ ଠାରେ ଚାଷୀମାନେ ମସଲା ଓ ଜଡିବୁଟି ଚାଷ କରିଥାନ୍ତି l ଅଧିକାଂଶ ଚାଷୀମାନେ ଏହାକୁ ହିଁ ରୋଜଗାରର ମୁଖ୍ୟ ମାଧ୍ୟମ ହିସାବରେ ଗ୍ରହଣ କରିଛନ୍ତି l ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଚାଷୀଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ଗୋଲମରିଚ ଚାଷରେ ବହୁତ ବଡ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି ଏବଂ ନାମ ମଧ୍ୟ କମାଇଛନ୍ତି l

Sugyan Kumar Nayak
Sugyan Kumar Nayak

ଦେଶର ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ କୃଷି ଏକ ମୁଖ୍ୟ ପେଶା ଯେଉଁ ଠାରେ ଚାଷୀମାନେ ମସଲା ଓ ଜଡିବୁଟି ଚାଷ କରିଥାନ୍ତି l ଅଧିକାଂଶ ଚାଷୀମାନେ ଏହାକୁ ହିଁ ରୋଜଗାରର ମୁଖ୍ୟ ମାଧ୍ୟମ ହିସାବରେ ଗ୍ରହଣ କରିଛନ୍ତି l ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଚାଷୀଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ଗୋଲମରିଚ ଚାଷରେ ବହୁତ ବଡ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି ଏବଂ ନାମ ମଧ୍ୟ କମାଇଛନ୍ତି l ଏହି କୃଷକଙ୍କର ନାମ ନାନାଦାର ବି. ମାରକ ଯିଏ ବହୁତ କମ ଅର୍ଥ ବିନିଯୋଗ କରି ଗୋଲମରିଚ ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ଏବଂ ଏହି ଚାଷ ପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଛି l ଆପଣ ଜାଣିଥିବେ ମେଘାଳୟ ଏକ ଏପରି ରାଜ୍ୟ ଯେଉଁଠାରେ ଚାଷୀମାନେ ସବୁବେଳେ ଚାଷ କ୍ଷେତ୍ରରେ ନୂଆ ନୂଆ ଉପାୟ ଓ କୌଶଳ ପ୍ରୟୋଗ କରିଥାନ୍ତି l ଏମିତିରେ ମେଘାଳୟର ଚାଷୀ, ନାନାଦାର ବି ମାରକ ଜୈବିକ ଉପାୟ ଅବଲମ୍ବନ କରି ଗୋଲମରିଚର ଚାଷ ଆରମ୍ଭ କରିଥିଲେ ଏବଂ ସେଥିରୁ ସେ କୃଷି କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି l ଯେଉଁଥି ପାଇଁକି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି l

୬୧ ବର୍ଷୀୟ ନାନାଦାର ମାରକ ମେଘାଳୟର ଉତ୍କୃଷ୍ଟ ଚାଷୀମାନଙ୍କ ମଧ୍ୟରୁ ଅନ୍ୟତମ l ତାଙ୍କୁ ୧୯୮୦ ମସିହାରେ ୫ ହେକ୍ଟର ଜମି ନିଜ ଶଶୁର ଘର ତରଫରୁ ଉପହାର ସ୍ୱରୂପ ମିଳିଥିଲା l ଏଥିରେ ସେ ଗୋଲମରିଚର ପାଖାପାଖି ୩୪୦୦ ଗଛ ଲଗାଇଥିଲେ l ସେ ପ୍ରଥମେ କିରମୁଣ୍ଡା ପ୍ରଜାତିର ଗୋଲମରିଚ ଲଗାଇଥିଲେ, ଯାହାକି ମଧ୍ୟମ ଆକାରର ହୋଇଥାଏ l ସେ ଚାଷର ଆରମ୍ଭ ମାତ୍ର ୧୦ହଜାର ଟଙ୍କାରୁ ଆରମ୍ଭ କରିଥିଲେ l ସେ ବର୍ଷକୁ ବର୍ଷ ଗଛର ସଂଖ୍ୟା ବଢାଇବା ଆରମ୍ଭ କଲେ l ତାଙ୍କର କହିବା ହିସାବରେ ସେତେବେଳେ ସାଧାରଣତଃ ଚାଷୀମାନେ ରାସାୟନିକ ସାରର ବ୍ୟବହାର କରୁଥିଲେ ମଧ୍ୟ ସେ କୌଣସି ରାସାୟନିକ ସାର ବ୍ୟବହାର ନକରି ଜୈବିକ ଉପାୟରେ ଚାଷ ଆରମ୍ଭ କରିଥିଲେ l କୃଷି କରିବା ସମୟରେ ମଧ୍ୟ ନାନାଦାର ମାରକ ପର୍ଯାବରଣର ବି ବିଶେଷ ଧ୍ୟାନ ରଖିଥିଲେ l ସେ ସମ୍ପୂର୍ଣ୍ଣ ପାହାଡିଆ ଓ ଜଙ୍ଗଲ କ୍ଷେତ୍ରରେ ରହୁଥିଲେ ତେଣୁ ସେ କୌଣସି ଗଛ ନ କାଟି ମଧ୍ୟ ଚାଷ କରିପାରିଥିଲେ l ସେ ରାଜ୍ୟ କୃଷି ଓ ବଗିଚା ବିଭାଗର ସାହାଯ୍ୟରେ କୃଷି କରିବା ଆରମ୍ଭ କରିଥିଲେ l ଏହା ସହ ନିଜ ଜିଲ୍ଲାର ଅନ୍ୟ ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ ସହଯୋଗ କରୁଥିଲେ l ଆଜି ପୁରା ଦୁନିଆରେ ତାଙ୍କ ଦ୍ୱାରା ଉପାର୍ଜନ କରାଯାଇଥିବା ଗୋଲମରିଚର ଚାହିଦା ବଢ଼ିବାରେ ଲାଗିଛି l ନାନାଦାର ବି ମାରକ ୨୦୧୯ରେ ନିଜ ଜମିରୁ ପାଖାପାଖି ୧୯ ଲକ୍ଷ ଟଙ୍କାର ଗୋଲମରିଚ ଉତ୍ପାଦନ କରିପାରିଥିଲେ l ସବୁଠାରୁ ବଡ କଥା ଏହା ଯେ ବର୍ଷକୁ ବର୍ଷ ତାଙ୍କ ରୋଜଗାର ବଢିବାକୁ ଲାଗିଛି, ତେଣୁ ୭୨ତମ ଗଣତନ୍ତ୍ର ଦିବସ ଅବସରରେ ଦେଶର ପ୍ରଧାନ ମନ୍ତ୍ରିଙ୍କ ଦ୍ୱାରା ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି l

ଚାଷୀ ଜଣକ ପ୍ରତିଟି ଗଛ ମଧ୍ୟରେ ୮-୮ ଫୁଟ ର ଦୂରତା ରଖିଛନ୍ତି l ତାଙ୍କର କହିବା ଆନୁଯାୟୀ ଗଛ ଭିତରେ ଏତିକି ଦୂରତା ରଖିବା ଜରୁରୀ l ଏହା ଦ୍ୱାରା ଗଛଗୁଡ଼ିକର ଭଲ ଭାବରେ ବିକାଶ ହୋଇପାରିଥାଏ l ଗଛରୁ ଫଳଗୁଡିକୁ ତୋଳି ସାରିବା ପରେ ତାହାକୁ ଶୁଖାଇବା ଓ ସାଇତି ରଖିବା ପ୍ରତି ଧ୍ୟାନ ଦେବା ଉଚିତ l ଏହାର ଦାନାଗୁଡିକୁ କାଢିବା ପାଇଁ କିଛି ସମୟ ପାଣିରେ ରଖାଯାଏ ଓ ଏହାପରେ ଶୁଖାଯାଇଥାଇ ଏମିତି କରିବା ଦ୍ୱାରା ଦାନାଗୁଡିକର ରଙ୍ଗ ଭଲ ଆସିଥାଏ l ଗୋଲମରିଚ ଚାଷ ପାଇଁ ପ୍ରତିଟି ଗଛରେ ପ୍ରାୟ ୧୦-୨୦ କିଲୋ ଗୋବର ଖତ ଓ କମ୍ପୋଷ୍ଟ ର ବ୍ୟବହାର କାରାଯିବା ଲାଭଦାୟକ ହୋଇଥାଏ l

ଏହାର ଫଳ ତୋଳିବା ପାଇଁ ଥ୍ରେସିଂଗ ମେସିନ୍ର ବ୍ୟବହାର କରାଯାଏ l ଏହି ଫଳ ତୋଳାଯିବା ସମୟରେ ପ୍ରାୟ ୭୦ ପ୍ରତିଶତ କଞ୍ଚା ଥାଏ ତେଣୁ ଏହାକୁ ଭଲ ଭାବରେ ଶୁଖାଇ ରଖିବା ଜରୁରୀ l କାରଣ ଅଧିକ ଓଦା ରହିଲେ ଫଳଗୁଡିକ ଖରାପ ହେଇଯିବାର ସମ୍ଭାବନା ରହିଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments