News

କୃଷକଙ୍କ ପାଇଁ ଦିନ ଟିଏ

ଆଜି ଭଳି ଦିନରେ ଦେଶରେ କୃଷକ ମାନଙ୍କ ଅବଦାନକୁ ଉଜ୍ଜିବିତ ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମ ଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରତି ଡିସେମ୍ବର ୨୩ ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି ।

23 December, 2022 12:25 PM IST By: Tanushree Mahapatra

ଆଜି ଭଳି ଦିନରେ ଦେଶରେ କୃଷକ ମାନଙ୍କ ଅବଦାନକୁ ଉଜ୍ଜିବିତ ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ( 5th pm of india chaudhary charan singh )  ନିଜ ଜନ୍ମ ଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରତି ଡିସେମ୍ବର ୨୩ ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି । ଜୀବନ ଧାରଣର ମୁଖ୍ୟ ଅବଶ୍ୟକତା ହେଉଛି କୃଷି । ଆଉ ଆଜି ସେହି କୃଷକ ଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି l

ସେଥିପାଇଁ ଆଜି କେବଳ ରାଜ୍ୟ ରେ ନୁହେଁ ଦେଶ ତଥା ଦେଶ ବାହାରେ ମଧ୍ୟ କୃଷି ଉନ୍ନତି ର ପଥ ରେ ଆଗେଇ ଚାଲିଛି l

ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳରେ ଦେଶର କୃଷକମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଥିଲେ । ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ କମ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ତାହାକୁ ନଜରରେ ରଖି ୨୦୦୧ ମସିହା ଠାରୁ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଉଛି ।

ଜୀବନ୍ତ ରହିବାକୁ ହେଲେ ଖାଦ୍ୟ ତ ନିଶ୍ଚିନ୍ତ ଆବଶ୍ୟକ । ହେଲେ ସେ ଖାଦ୍ୟ ଦେଶର କୃଷକ ଭାଇ ଯୋଗାଇ ଥାଏ । ଦେଶର ୭୦ ପ୍ରତିଶତ ଲୋକ ଏବେ ବି କୃଷି କ୍ଷେତ୍ରକୁ ଜୀବୀକା କରି ଜୀବନ ନିର୍ବାହ କରୁଛନ୍ତି । କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ।  କୃଷକମାନେ ଦେଶର ଅର୍ଥନୀତିର ମେରୁଦଣ୍ଡ । କୃଷି ଓ କୃଷକର ଉନ୍ନତି ବ୍ୟତିରକେ ଦେଶର ପ୍ରଗତି ଅସମ୍ଭବ । ସେଥିପାଇଁ କୃଷକଙ୍କୁ ଆମେ ଦେଶର ଅନ୍ନଦାତା କହିଥାଉ I ଦେଶର ପ୍ରତି ନାଗରିକ ଅନ୍ନଦାତାଙ୍କ ପ୍ରତି ଚିରଋଣୀ ।

ଓଡିଶାକୁ ଏକ କୃଷି ପ୍ରବଣ ରାଜ୍ୟ ଭାବେ ବିବେଚନା କରାଯାଇଥାଏ । ଏହି ରାଜ୍ୟର ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ତେବେ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ସାଙ୍ଗକୁ ଉନ୍ନତ ପଦ୍ଧତିର ଚାଷ ପ୍ରଣାଳୀକୁ ଉପଲ୍ଲବ୍ଧ କରାଇବା ସହିତ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଇବାର ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ପରିସ୍ଥିତି ଏବେ ସୁଧୁରିବାରେ ଲାଗିଛି । ସରକାର ବିଭିନ୍ନ ପ୍ରକାର ଶସ୍ୟ , ପନିପରିବା ଉତ୍ପାଦନ ସାଙ୍ଗକୁ କୃଷି ଆନୁଷଙ୍ଗିକ ବୃତ୍ତି ପ୍ରତି ଗୁରୁତ୍ୱାରୋପ କରି କୃଷି ବିକାଶ ପ୍ରକ୍ରିୟା କୁ ତ୍ବରାନିତ କରିଛନ୍ତି l କୃଷି ଉପକରଣରୁ ଆରମ୍ଭ କରି ବିହନ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଚାଷୀ ପାଇ ପାରୁଛି l

ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ‘ଛୋଟୁରାମ ବିରାସତ’ ନାମରେ ଏକ ସଂଗଠନ ଗଢିଥିଲେ । ଏହାସହ ସେ ୨୩ ଡିସେମ୍ବର ୧୯୭୮ ମସିହାରେ କିଷାନ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ  କରିଥିଲେ । ଯେଉଁ ଟ୍ରଷ୍ଟ ଏବେ ବି କୃଷକ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ସହ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି । କୃଷି ଓ କୁଷକ ପାଇଁ ଦେଶର ଉନ୍ନତି ସମ୍ଭବ ହୋଇଥାଏ l ଗୋଟେ କୃଷକ ନିଜର ଝାଳ ବୁହାଇ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇଥାଏ l ଏହି ଦୃଷ୍ଟି ରୁ ଦେଶର ପ୍ରତିଟି ନାଗରିକ କୃଷକ ଜାତିକୁ ସମ୍ମାନ ଦେବା ଉଚିତ l କୃଷକ ର ମହତ୍ୱ କୁ ବୁଝିବା ଆବଶ୍ୟକ l ଏହି ଦିବସ ପାଳନ ର ଆଉ ଏକ ଉଦ୍ଦେଶ୍ୟ ହେଉଛି କୃଷକଙ୍କ ଯୋଗଦାନ କୁ ଲୋକଙ୍କୁ ଜଣାଇବା l

ସେହିପରି  ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା କୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଇଥାଏ ଓଡ଼ିଶାରେ  । ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୂରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରନ୍ତି । ଏହିଦିନ କୃଷକମାନେ ଭଲ ତିଥି ଓ ସମୟ ଯୋଗ ଦେଖି ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା କୃଷକ ସମାଜ ପାଇଁ ଏକ ବଡ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ଏବେ ଏହି ପବିତ୍ର ଦିନକୁ ରାଜ୍ୟ ସରକାର ‘କୃଷକ ଦିବସ’ ଭାବେ ଘୋଷଣା କରିଛନ୍ତି । ତେବେ ସମସ୍ତେ ମିଶି କୃଷକ ତଥା କୃଷି କୁ ପ୍ରୋତ୍ସାହିତ କରିବା ଦେଶ ସେତିକି ଆଗକୁ ଯିବ l

କୃଷକଙ୍କ ପାଇଁ କେତେ ସହାୟକ ଟେକ୍ନଲୋଜି ?

National Farmers' Day : ରାଷ୍ଟ୍ରୀୟ କୃଷକ ଦିବସ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)