1. କୃଷି ଖବର

Ratan Tata: ପରଲୋକରେ ରତନ ଟାଟା !

୨୦୧୨ ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ ସେ । ଟାଟା ଗ୍ରୁପ୍ ବିଶ୍ୱସ୍ତରରେ ବିସ୍ତାର କରି ଟେଟ୍ଲି, କୋରୁସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି ପ୍ରମୁଖ କମ୍ପାନୀକୁ ଅଧିଗ୍ରହଣ କରିଥିଲେ l

Tanushree Mahapatra
Tanushree Mahapatra
ratan tata passes away

ratan tata passes away

ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ଦେହାନ୍ତ l ଏ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ମୁମ୍ବାଇର ଏକ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା l କିଛି ସମୟରେ ତାଙ୍କ ଦେହାନ୍ତ ହୋଇଥିବା ଖବର ଗତକାଲି ରାତିରେ ପ୍ରକାଶ ପାଇଥିଲା l ରତନ ଟାଟା ଭାରତୀୟ ଇଣ୍ଡଷ୍ଟ୍ରିର ବଡ଼ ବ୍ୟକ୍ତିତ୍ୱର ଏକ ସଫଳ ଉଦାହରଣ।

ସେ ୧୯୯୧ ରେ ଭାରତର ଅନ୍ୟତମ ବୃହତ୍ତମ ଓ ପ୍ରଭାବଶାଳୀ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ l  ୨୦୧୨ ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ ସେ । ଟାଟା ଗ୍ରୁପ୍ ବିଶ୍ୱସ୍ତରରେ ବିସ୍ତାର କରି ଟେଟ୍ଲି, କୋରୁସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି ପ୍ରମୁଖ କମ୍ପାନୀକୁ ଅଧିଗ୍ରହଣ କରିଥିଲେ l ଟାଟାକୁ ଘରୋଇ ସଂସ୍ଥାରୁ ଏକ ବିଶ୍ୱସ୍ତରୀୟ ଶକ୍ତିଶାଳୀ ପରିଚୟ ପ୍ରଦାନ କରିଥିଲେ l

ସେହିପରି ଶିଳ୍ପ କ୍ଷେତ୍ରରେ ନିଜ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ବିଶ୍ବବ୍ୟାପୀ ଥିଲେ ଜଣେ ପରିଚିତ ଶିଳ୍ପପତି ରତନ ଟାଟା। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧି ମଧ୍ୟ ପ୍ରଦାନ କରାଯାଇଥିଲା । ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ପାର୍ସି ପରିବାରରେ ରତନ ଟାଟା ଜନ୍ମ ହୋଇଥିଲେ।

ଗତକାଲି ତାଙ୍କ ଦେହାନ୍ତ ଖବର ଶୁଣି ଭାରତ ବର୍ଷରେ ଶୋକର ଛାୟା ଖେଳିଯାଇଛି । ଅନେକ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ନିଜର ଶୋକ ପ୍ରକାଶ କରିଛନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ସମେତ ଅନ୍ୟ ବିଶିଷ୍ଟ କ୍ଷେତ୍ରର ବ୍ୟକ୍ତିତ୍ୱ ନିଜର ଶୋକ ପ୍ରକାଶ କରିଛନ୍ତି।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ