News

Ration card: ରାସନ କାର୍ଡଧାରୀଙ୍କ ପାଇଁ ବଡ ଖବର; ଜାଣନ୍ତୁ...

ବର୍ତ୍ତମାନ ରାସନ କାର୍ଡ ନମ୍ବର ବିନା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ପଞ୍ଜୀକରଣ ମଧ୍ୟ ହୋଇପାରୁ ନାହିଁ । ତେଣୁ, ଆପଣ ସର୍ବଦା ଆପଣଙ୍କ ରାସନ କାର୍ଡକୁ ଅପଡେଟ୍ ରଖିବା ଉଚିତ ଏବଂ ଘରର ସମସ୍ତ ସଦସ୍ୟଙ୍କ ନାମ ଏଥିରେ ପଞ୍ଜିକୃତ ହେବା ଉଚିତ ।

08 June, 2022 12:26 PM IST By: Sudesna Nayak

ରାସନ କାର୍ଡର (Ration card) ନାମ ରହିବା ଏକ ଗୁରୁତ୍ୱପୂର୍ଣ୍ଣ, କାରଣ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବିବେଚନା କରାଯାଏ । ଏଥିରୁ ମାଗଣା ରାସନ ସମେତ ଗରିବ ଲୋକ ଅନେକ ଯୋଜନାର ଲାଭ ପାଆନ୍ତି, ବର୍ତ୍ତମାନ ରାସନ କାର୍ଡ ନମ୍ବର ବିନା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Yojna) ରେ ପଞ୍ଜୀକରଣ ମଧ୍ୟ ହୋଇପାରୁ ନାହିଁ । ତେଣୁ, ଆପଣ ସର୍ବଦା ଆପଣଙ୍କ ରାସନ କାର୍ଡକୁ ଅପଡେଟ୍ ରଖିବା ଉଚିତ ଏବଂ ଘରର ସମସ୍ତ ସଦସ୍ୟଙ୍କ ନାମ ଏଥିରେ ପଞ୍ଜିକୃତ ହେବା ଉଚିତ ।

ସୂଚନା ଅନୁଯାୟୀ, ଯଦି ଜଣେ ନବଜାତ ଶିଶୁ କିମ୍ବା ଜଣେ ସଦସ୍ୟ ଘରେ ବିବାହ କରନ୍ତି, ତାଙ୍କ ପତ୍ନୀ ଆସିବା ପରେ ତାଙ୍କ ନାମ ମଧ୍ୟ ରେସନ କାର୍ଡରେ ପଞ୍ଜିକୃତ ହେବା ଉଚିତ । ରାସନ କାର୍ଡ (Ration card)ରେ ନାମ ଯୋଡିବା ଏକ କଷ୍ଟକର କାର୍ଯ୍ୟ ନୁହେଁ । ବର୍ତ୍ତମାନ ଅନେକ ରାଜ୍ୟ ଅନଲାଇନରେ ଏହି ସେବା ଯୋଗାଇବା ଆରମ୍ଭ କରିଛନ୍ତି । ଆଜି ଆମେ ଆପଣଙ୍କୁ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ କିପରି ରାସନ୍ କାର୍ଡରେ ନୂତନ ସଦସ୍ୟଙ୍କ ନାମ ପଞ୍ଜିକରଣ କରିବେ, ତାହାର ପ୍ରକ୍ରିୟା କହିବୁ ...

ରାସନ କାର୍ଡରେ ନାମ ଯୋଡିବା ପାଇଁ ଜରୁରୀ ଡକ୍ୟୁମେଣ୍ଟ,ଜାଣନ୍ତୁ...

ଯଦି ଜଣେ ଶିଶୁର ନାମ ରାସନ କାର୍ଡ (Ration card)ରେ ଯୋଡାଯାଏ, ତେବେ ଘରର ମୁଖ୍ୟଙ୍କ ରାସନ କାର୍ଡ, ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ ଶିଶୁର ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ ହେବ । ନାମଯୋଡିବା ପାଇଁ ଏହି ଦଲିଲଗୁଡ଼ିକୁ ଫର୍ମ ସହିତ ସଂଲଗ୍ନ କରିବାକୁ ପଡିବ । ସେହିଭଳି, ଯଦି ଘରେ ଥିବା ନୂଆ ବୋହୂର ନାମ ରେସନ କାର୍ଡରେ ପଞ୍ଜୀକୃତ କରିବାକୁ ଚାହାନ୍ତି, ତେବେ ବିବାହର ପ୍ରମାଣ, ସ୍ୱାମୀଙ୍କ ରାସନ କାର୍ଡ, ବୋହୂର ବାପଘରେ ହଟାଇଥିବା ନାମର ପ୍ରମାଣପତ୍ର ଓ ବାପଘରେ ତିଆରି ଆଧାର କାର୍ଡ (Aadhaar Card), ଯେଉଁଥିରେ ସ୍ୱାମୀଙ୍କ ନାମ ଏଣ୍ଟ୍ରି ଥିବ, ତାହାକୁ ହିଁ ଫର୍ମ ସହିତ ସଂଲଗ୍ନ କରିବାକୁ ପଡିବ ।

ଅଫଲାଇନ୍ ପ୍ରକ୍ରିୟା,ଜାଣନ୍ତୁ...

ରାସନ କାର୍ଡ (Ration card)ରେ ନୂତନ ସଦସ୍ୟଙ୍କ ନାମ ଯୋଡିବାକୁ ହେଲେ ଆପଣଙ୍କୁ ଖାଦ୍ୟ ଯୋଗାଣ ବିଭାଗର କାର୍ଯ୍ୟାଳୟକୁ ଯାଇ ଏକ ଫର୍ମ ନେବାକୁ ପଡିବ । ନୂଆ ନାମକୁ ସଠିକ୍ ପଞ୍ଜିକରଣ ପାଇଁ ବ୍ୟବହୃତ ହେବାକୁ ଥିବା ଫର୍ମରେ ପଚରାଯାଇଥିବା ସମସ୍ତ ତଥ୍ୟ ପୁରଣ କରିବା ଜରୁରୀ । ଏହା ସହିତ ଆବଶ୍ୟକ ଦଲିଲଗୁଡ଼ିକୁ ସଂଲଗ୍ନ କରନ୍ତୁ ଏବଂ ଏହାକୁ ଖାଦ୍ୟ ଯୋଗାଣ କେନ୍ଦ୍ରରେ ଦାଖଲ କରନ୍ତୁ । ଏହାପରେ ରସିଦ ନେବାକୁ ଭୁଲନ୍ତୁ ନାହିଁ । ଅଧିକାରୀମାନେ ଆପଣଙ୍କର ଫର୍ମ ଯାଞ୍ଚ କରିବେ ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଆପଣ ନୂତନ ଅପଡେଟ୍ ରାସନ କାର୍ଡ ପାଇବେ ।

ଅନଲାଇନ୍ ପ୍ରକ୍ରିୟା,ଜାଣନ୍ତୁ...

ଅନେକ ରାଜ୍ୟରେ, ବର୍ତ୍ତମାନ ଏକ ନୂତନ ସଦସ୍ୟଙ୍କ ନାମ ଅନଲାଇନରେ ମଧ୍ୟ ଯୋଡା ଯାଇହେବ । ଓଡ଼ିଶାରେ ନାମ ଯୋଡିବା ପାଇଁ ରାଜ୍ୟର ଖାଦ୍ୟ ଯୋଗାଣ ବିଭାଗର ୱେବସାଇଟ https://www.pdsodisha.gov.in/Account/InternalLogin.aspx ଭିଜିଟ କରିପାରିବେ ।

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ମାଗଣା ରାସନ ଉପରେ ସରକାରଙ୍କ କଡା ଆଭିମୁଖ୍ୟ, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)