1. କୃଷି ଖବର

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ରାସନ କାର୍ଡକୁ ଆଧାର ସହ ଯୋଡିବାର ଶେଷ ତାରିଖ 31 ମାର୍ଚ୍ଚ ଥିଲା । ଏବେ ଏବହାକୁ ବଢାଇ 30 ଜୁନ କରିଦିଆଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ଖାଦ୍ୟ ଓ ଯୋଗାଣ ବିଭାଗ ।

KJ Staff
KJ Staff
ration card latest news deadline for ration card linking with aadhar extended till 30 june 2022

ration card latest news deadline for ration card linking with aadhar extended till 30 june 2022

ରାସନ କାର୍ଡକୁ ଯଦି ଆଧାର କାର୍ଡ ସହ ଲିଙ୍କ କରାଇ ନହାନ୍ତି, ତେବେ ଶୀଘ୍ର କରାଇ ନିଅନ୍ତୁ । କାରଣ ହିତାଧିକାରୀଙ୍କୁ ବଡ ସୁଯୋଗ ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ରାସନ କାର୍ଡକୁ ଆଧାର ସହ ଯୋଡିବାର ଶେଷ ତାରିଖ 31 ମାର୍ଚ୍ଚ ଥିଲା । ଏବେ ଏବହାକୁ ବଢାଇ 30 ଜୁନ କରିଦିଆଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ଖାଦ୍ୟ ଓ ଯୋଗାଣ ବିଭାଗ(Dept of Food and Public Distribution)

ଆଧାର କାର୍ଡ ସହ ରାସନ କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ

କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଡ ହୀତାଧିକାରୀଙ୍କୁ କମ ଦାମରେ ରାସନ ଯୋଗାଇ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ୱାନ ନେସନ ୱାନ ରାସନ କାର୍ଡ ଯୋଜନା ଅନ୍ତର୍ଗତ ଦେଶରେ ଅନେକ ଲୋକଙ୍କୁ ଲାଭ ମିଳିୁଛି । ରାସନ କାର୍ଡର ଅନ୍ୟ ସୁବିଧା ମଧ୍ୟ ରହିଛି । ଆପଣ ଆଧାର କାର୍ଡକୁ ରାସନ କାର୍ଡ ସହ ଲିଙ୍କ କରି ୱାନ ନେସନ ୱାନ ରାସନ କାର୍ଡ ଯୋଜନା ଅନ୍ତର୍ଗତ ଦେଶର କୌଣସି ରାଜ୍ୟରୁ ନିଜ ରାସନ ପ୍ରାପ୍ତ କରିପାରିବେ ।

ଅନଲାଇନରେ ଆଧାର କାର୍ଡକୁ କିପରି ଲିଙ୍କ୍ କରିବେ?

1. ଏଥିପାଇଁ ପ୍ରଥମେ ଆପଣ ଆଧାରରଅଫିସିଆଲ୍ ୱେବସାଇଟ୍ uidai.gov.in କୁ ଯାଆନ୍ତୁ ।
2. ବର୍ତ୍ତମାନ ଆପଣ 'Start Now'ଉପରେ କ୍ଲିକ୍ କରନ୍ତୁ ।
3. ଏହାପରେ ନିଜର ଠିକଣା ଜିଲ୍ଲା ରାଜ୍ୟ ସହିତ ପୂରଣ କରନ୍ତୁ ।
4.'Ration Card Benefit'ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
5. ବର୍ତ୍ତମାନ ଆଧାର କାର୍ଡ ନମ୍ବର, ରାସନ କାର୍ଡ ନମ୍ବର, ଇ-ମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବର ଇତ୍ୟାଦି ପୁରଣ କରନ୍ତୁ ।
6. ବର୍ତ୍ତମାନ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ଆସିବ ।
7. ଏଠାରେ OTP ଭରିବା ପରେ, ଆପଣ ନିଜର ସ୍କ୍ରିନରେ ପ୍ରକ୍ରିୟାର ବାର୍ତ୍ତା ପାଇବେ ।

ଅଫଲାଇନରେ ଆଧାର କାର୍ଡକୁ କିପରି ଲିଙ୍କ୍ କରିବେ?

ଆପଣ ଚାହିଁଲେ ଅଫଲାଇନରେ ମଧ୍ୟ ରାସନ କାର୍ଡକୁ ନିଜ ଆଧାର କାର୍ଡ ସହିତ ଲିଙ୍କ କରାଇପାରିବେ । ଏଥିପାଇଁ ଆପଣଙ୍କୁ ଜରୁରୀ କାଗଜପତ୍ର, ଯେମିତି କି ଆଧାର କାର୍ଡ କପି, ରାସନ କାର୍ଡ କପି ଓ ରାସନ କାର୍ଡ ହିତାଧିକାରୀଙ୍କ ପାସପୋର୍ଟ ସାଇଜ ଫଟୋ ନେଇ ରାସନ କାର୍ଡ କେନ୍ଦ୍ରରେ ଜମା କରାଇବାକୁପଡିବ । ଆପଣ ଚାହିଁରେ ରାସନ କାର୍ଡ କେନ୍ଦ୍ରକୁ ଯାଇ ନିଜ ଆଧାରକାର୍ଡର ବାୟୋ ମେଟ୍ରିକ ଡାଟା ଭେରିଫିକେସନ ମଧ୍ୟ କରାଇପାରିବେ ।

ଏହି ତାରିଖ ପୂର୍ବରୁ PAN-Aadhar ଲିଙ୍କ କିରି ନିଅନ୍ତୁ , ନଚେତ୍ ୧୦,୦୦୦ ଟଙ୍କା ଜରିମାନା

Ration Card: ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ ନଚେତ ପଡିବେ ଅସୁବିଧାରେ

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments