1. କୃଷି ଖବର

Ration card Update: ସରକାର କଲେ ବଡ ଘୋଷଣା, ବନ୍ଦ ହେବ ମାଗଣା ରାସନ …

ବନ୍ଦ ହୋଇଯିବ ମାଗଣା ରାସନ ଯୋଜନା । କୋରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି ।

Sudesna Nayak
Sudesna Nayak
Ration card Update,free food will be stopped very soon

Ration card Update,free food will be stopped very soon

ବନ୍ଦ ହୋଇଯିବ ମାଗଣା ରାସନ ଯୋଜନା (Free Food) । କୋରୋନା (CORONA) ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ (Pradhan Mantri Garib Kalyan Yojana) ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି ।

ସୂଚନା ଅନୁଯାୟୀ, କେବଳ ମାଗଣା ଖାଦ୍ୟ (Free food) ଯୋଜନା ନୁହେଁ, କୌଣସି ପ୍ରକାର ବଡ଼ ଧରଣର ଟିକସ ହ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି । ଏସବୁ କରାଗଲେ, ସରକାରଙ୍କ ବିତ୍ତୀୟ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ସତର୍କ କରାଇ ଦେଇଛି । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ସରକାର ସଂଶୋଧିତ ଅଟକଳରେ ଖାଦ୍ୟ ସବ୍‌ସିଡି ବାବଦ ବ୍ୟୟ ୨.୮୬ ଲକ୍ଷ କୋଟି ଟଙ୍କା ରହିଥିଲା ।

୨୦୨୨-୨୦୨୩ରେ ଏ ବାବଦ ବ୍ୟୟ ୨.୦୭ କୋଟି ଟଙ୍କା ରହିବାନେଇ ବଜେଟରେ ଆକଳନ କରାଯାଇଛି । କିନ୍ତୁ, ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଖାଦ୍ୟ ଯୋଜନା (Pradhan Mantri Garib Kalyan Yojana)ବୃଦ୍ଧି କରାଯାଇଥିବାରୁ ଉକ୍ତ ସବ୍‌ସିଡି ବିଲ୍ ୨.୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । ସେପ୍ଟେମ୍ବର ମାସ ପରେ ଯଦି ଉକ୍ତ ଯୋଜନାକୁ ଆଉ ୬ ମାସ ବଢ଼ାଇ ଦିଆଯାଏ, ତା ହେଲେ ସବ୍‌ସିଡି ବୋଝ ଆଉ ୮୦ ହଜାର କୋଟି ଟଙ୍କା ୨୦୨୨-୨୩ ବର୍ଷରେ ବଢ଼ିଯିବ ।

ଅର୍ଥାତ୍ ଖାଦ୍ୟ ସବ୍‌ସିଡି ବାବଦ ଖର୍ଚ୍ଚ ୩.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ । ମାଗଣା ଖାଦ୍ୟ (Free food) ପ୍ରଦାନର ଅବଧି ବୃଦ୍ଧି କିମ୍ବା ଟିକସ ହ୍ରାସ ସରକାରଙ୍କ ବିତ୍ତୀୟ ସ୍ଥିତିକୁ ବିଗାଡ଼ିଦେବ । ସେପ୍ଟେମ୍ବର ପରେ ଉକ୍ତ ଯୋଜନାର ଅବଧି ଉଭୟ ଖାଦ୍ୟ ସୁରକ୍ଷା ଓ ବିତ୍ତୀୟ ଦୃଷ୍ଟିକୋଣରୁ ବୃଦ୍ଧି କରିବା ଠିକ୍‌ହେବ ନାହିଁ ବୋଲି ହିଁ ଅର୍ଥ ମନ୍ତ୍ରାଳୟ କହିଛି ।

ପ୍ରକାଶ ଥାଉ ଯେ, ନିକଟରେ ସରକାର ମାଗଣା ରାସନ (Free food) ପ୍ରଦାନର ଅବଧି ବୃଦ୍ଧି, ସାର ସବ୍‌ସିଡି ରାଶି ବୃଦ୍ଧି, ରନ୍ଧନ ଗ୍ୟାସ ଉପରେ ପୁନର୍ବାର ସବ୍‌ସିଡି ପ୍ରଦାନ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଏବଂ ଖାଇବା ତେଲ ଓ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ ଦେଶର ବିତ୍ତୀୟ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଗତମାସରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଦ୍ବାରା ସରକାରଙ୍କୁ ହିଁ ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିବ ।

Ration card: ରାସନ କାର୍ଡଧାରୀଙ୍କ ପାଇଁ ବଡ ଖବର; ଜାଣନ୍ତୁ...

ବଡ଼ ଖବର: ବାତିଲ ହୋଇଯିବ ଆପଣଙ୍କ ରାସନ କାର୍ଡ! ଜାଣନ୍ତୁ ନୂଆ ନିୟମ ବିଷୟରେ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments