1. କୃଷି ଖବର

ରାୟଗଡ ଜିଲ୍ଲା ଖରିଫ ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଅନୁଷ୍ଠିତ

ରାୟଗଡ ଜିଲ୍ଲାର ଖରିଫ ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଶେଷ ହୋଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଶାସନ ପ୍ରହରାଜଙ୍କ ଦ୍ୱାରା ଆହୁତ ଏହି ସଭାରେ ରାୟଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ସଭାପତିତ୍ୱ କରିଥିଲେ ।

Gyanadutta Behra
Gyanadutta Behra

ରାୟଗଡ,(ଏମ୍‌.ଏନ୍‌.ଏସ୍‌) : ରାୟଗଡ ଜିଲ୍ଲାର ଖରିଫ ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଶେଷ ହୋଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଶାସନ ପ୍ରହରାଜଙ୍କ ଦ୍ୱାରା ଆହୁତ ଏହି ସଭାରେ ରାୟଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏହି ସଭା କରୋନା ମହାମାରୀ କଟକଣା ଯୋଗୁଁ ଭିଡିଓ କନଫେରେସିଙ୍ଗ ମାଧ୍ୟମରେ କରାଯାଇଥିଲେ ମଧ୍ୟ ଏଥିରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯଥା ଉଦ୍ୟାନ କୃଷି ନିର୍ଦ୍ଦେଶକ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ସମବାୟ ଉପ ନିବନ୍ଧକ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ, ବଡନାଳ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ, ଉଠା ଜଳ ସେଚନ ନିଗମର ନିର୍ବାହିଯନ୍ତ୍ରୀ, କୃଷି ଯନ୍ତ୍ରପାତି ବିଭାଗରେ ନିର୍ବାହିଯନ୍ତ୍ରୀ, ରାୟଗଡ, ମୁନିଗୁଡା ଓ ଗୁଣପୁରରର କୃଷି ଜିଲ୍ଲା ଅଧିକାରୀ, ୧୧ଟି ବ୍ଲକର ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ, ଜିଲ୍ଲା ମାନେଜର, ଓଡିଶା କୃଷି ଶିଳ୍ପ ନିଗମ, ଜୋନାଲ ମାନେଜର, ରାଜ୍ୟ ବିହନ ନିଗମ, ଜୟପୁର ଓ ବିଭିନ୍ନ ସାର ଯୋଗଣ କାରୀ କମ୍ପାନୀ ମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ବିହନ ଓ ସାର ଯୋଗଣ, ଫସଲଋଣ, ମାଟି ପରୀକ୍ଷା ଓ ମୂର୍ତିକା । ସ୍ୱାସ୍ଥ୍ୟ କାର୍ଡ ବଂଟନ, ସମନ୍ନିତ ରୋଗ ପୋକ ପରିଚାଳନା, ଜୈବିକ କୃଷି, ଧାନ ପରିବର୍ତେ ଅଣଧାନ ଚାଷ, ଫାର୍ମ ପୋଖରୀ ଓ କୃଷିକ ତାଲିମ ଉପରେ ବିଷାଦ ଭାବେ ଆଲୋଚନା କରାଯାଇଥିଲା । ଚଳିତ ଖରିଫ ଋତୁରେ ଅଧିକ ଅମଳ କ୍ଷମ ଧାନଚାଷ ୫୫୦୦୦ ହେକ୍ଟର, ମକାଚାଷ ୧୦୦୦୦ ହେକ୍ଟର, ମାଣ୍ଡିଆ ୧୧୫୦୦ ହେକ୍ଟର, ଡାଲିଜାତୀୟ ଫସଲ ୨୭୮୭୬ ହେକ୍ଟର, ତୈଳବୀଜ ୬୩୦୦ ହେକ୍ଟର, କପା ୪୦,୦୦୦ ହେକ୍ଟର, ପନିପରିବା ୧୦୮୦୦ ହେକ୍ଟର, ମସଲା ଜାତୀୟ ଚାଷ ୨୫୫୦ ହେକ୍ଟର ଚାଷ କରାଯିବା ପାଇଁ ସ୍ଥିର କରାଗଲା । 

ଗୁଣପୁର ବ୍ଲକରେ ହୋଇଥିବା ୪ଟି ମେଗା ଉଠାଜଳ ସେଚନ ପଏଂଟ ଅଂଚଳରେ ୧୦୦୦ ହେକ୍ଟର ଅଣଧାନ ଚାଷ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଏଥିରେ କପା, ହରଡ ଓ ପନିପରିବା ଚାଷ କରାଯିବା । ଚଳିତ ବର୍ଷ ମୂର୍ତିକା ପରୀକ୍ଷାଗାରରେ ୧୦୦୦୦ଟି, ମୂର୍ତିକା ପରୀକ୍ଷା ଭ୍ୟାନ ଦ୍ୱାରା ୫୦୦୦ଟି ଓ ବ୍ଲକ ସ୍ତରୀୟ କୀଟ୍ ଦ୍ୱାରା ୬୬୦୦ ଟି ମାଟି ନମୁନା ସଂଗ୍ରହ କରାଯାଇ ଚାଷିମାନଙ୍କୁ ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯିବା । ଅଧିକାରୁ ଅଧିକ ଚାଷୀଙ୍କୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଭୁକ୍ତ କରାଯିବା । ରାସାୟନିକ ସାର ପ୍ରୋୟାଗ ପ୍ରତି ହେକ୍ଟର ପିଛା ୮୪.୮ କି.ଗ୍ରା ପ୍ରୟୋଗ ଲକ୍ଷ ରଖାଯାଇଛି । ସୌର ଜଳନିଧି ଯୋଜନାରେ ଜଳ ସେଚନ ପାଇଁ ଚାଷୀକୁ ରିହାତି ଯୋଗଇଦିଆଯିବା । ଜିଲ୍ଲାରେ କାର୍ଯ୍ୟକାରୀ ଓଡିଶା ମିଲ୍ଲେଟ ମିଶନ ଜରିଆରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରାଯିବ ଓ ଏଥିପାଇଁ ୧୧୫୦୦ ହେକ୍ଟର ମାଣ୍ଡିଆ ଚାଷ ପାଇଁ ଚାଷଧାର୍ଜ୍ୟ କରାଯାଇଛି । ଜୈବିକ କୃଷିକୁ ଗୁରୁତ୍ୱ ଦିଆଯିବ, ବିଶେଷକରି ନିୟମଗିରି ଅଂଚଳରେ ରହୁଥିବା ଆଦିବାସୀ ବହୁଳ ଗାଁରେ ଜୈବିକ ଚାଷ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ ଉପନିର୍ଦ୍ଦେଶକ ଖରିଫ ଋତୁରେ ପ୍ରଥମ ଥର ପାଇଁ ଜିଲ୍ଲାରେ ଡ୍ର‌୍ୟାଗନ ପଳ ଚାଷ ଓ ବର୍ଷା ଦିନିଆ ଆଳୁ ଚାଷ କରାଯାଉଥିବା କଥା ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଉପରୋକ୍ତ ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ୱୟ ରକ୍ଷାକାରୀ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ବିଶେଷ କାରୀଅଣ ଧାନ ଚାଷ, ସାର ଓ ବିହନ ଯୋଗାଣ, ଜୈବିକ କୃଷି, ମାଟି ପରୀକ୍ଷା ଓ ବଳରାମ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେ ଗୁରୁତ୍ୱ ଆରୋପ କରିଥିଲେ । ଏହି ବୈଠକ ପରୋକ୍ଷ ରୂପେ କରାଯାଇଥିଲେ ମଧ୍ୟ ଏଥିରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀ ମାନେ ଯୋଗ ଦେଇବହୁତ ଫଳପ୍ରଦ ଆଲୋଚନା କରିଥିଲେ ।

Like this article?

Hey! I am Gyanadutta Behra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ