1. କୃଷି ଖବର

RBI new Scheme: କୃଷକକୁ ଋଣ ମିଳିବା‌ ହେବ ସହଜ

ଚାଷୀଙ୍କୁ ମିଳିବ ସହଜରେ ଋଣ l ଋଣ ଦେବା ନେଇ RBI ର ନୂଆ ଯୋଜନା l

Tanushree Mahapatra
Tanushree Mahapatra
rbi has made a new scheme for farmers , image source - pexels.com

rbi has made a new scheme for farmers , image source - pexels.com

ଚାଷ ଓ ଚାଷୀ ଦୁହେଁ ପରିପୂରକ l ଦୁହେଁ ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ l ଯାହାଙ୍କ ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତେ ତତ୍ପର l ଦେଶର ଚାଷ ଉତ୍ପାଦିତ ଖାଦ୍ୟ ଦ୍ରବ୍ୟ ଦେଶ ତଥା ଦେଶ ବାହାରେ ମଧ୍ୟ ନିଜର ପରିଚୟ ଯୄସୃଷ୍ଟି କରି ପାରିଛି l ବେଳେବେଳେ ଆର୍ଥିକ ଅଭାବରେ ଚାଷ କରିବା ଏକ ପ୍ରକାର ଅସମ୍ଭବ ହୋଇପଡେ l ତେଣୁ ଦେଶରେ ଅନେକ ପ୍ରକାର ଋଣ ବ୍ୟବସ୍ଥା କରାଯାଇଛି l ଯାହା ମହିଳା ଏବଂ ପୁରୁଷ ଚାଷୀ ନିଜ ଚାଷ କାର୍ଯ୍ୟ ବ୍ୟବହାର କରିପାରୁଛନ୍ତି l

ବିଭିନ୍ନ ସମୟରେ ବେସରକାରୀ ଅନୁଷ୍ଠାନରୁ ଚାଷୀ ଋଣ ନେଇ ଅନେକ ସମସ୍ୟାରେ ପଡ଼େ l କିନ୍ତୁ ଏ ସମସ୍ତ ଅସୁବିଧା ଆଗାମୀ ଭବିଷ୍ୟତରେ ଦୂର ହେବାକୁ ଯାଉଛି l ଋଣ ପାଇଁ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀମାନେଭୋଗୁଥିବା ସମସ୍ୟା ଦୂର ହେବାକୁ ଯାଉଛି । କାରଣ , ରିଜର୍ଭ ବ୍ୟାଙ୍କ ଏଥିପାଇଁ ଆଣିବାକୁ ଯାଉଛି ଏକ ନୂଆ ଯୋଜନା। କୃଷକ ଏବଂ ଏମଏସଏମଇ (  MSME) କୁ ଋଣ ପାଇଁ ୟୁପିଆଇ ପରି ପ୍ଲାଟଫର୍ମ ଆଣିବାକୁ ଆରବିଆଇ ଏବେ ଚିନ୍ତା କରୁଛି ।

ଏହି ନିଷ୍ପତ୍ତି ଅନୁଯାୟୀ ପ୍ରସ୍ତାବିତ କ୍ରେଡିଟ୍ ବିତରଣ ପ୍ଲାଟଫର୍ମ ୟୁପିଆଇ ଡିଜିଟାଲ୍ ପେମେଣ୍ଟ ପାଇଁ କାର୍ଯ୍ୟ କରୁଥିବା ପରି ସମାନ କାର୍ଯ୍ୟ କରିବ । ଏହା କୃଷକ ଏବଂ ଏମଏସଏମଇଙ୍କ ପାଇଁ ଋଣ ପ୍ରକ୍ରିୟାକୁ ଅଧିକ ରୁ ଅଧିକ ସରଳ କରିବ ବୋଲି କୁହାଯାଉଛି । ଆରବିଆଇ କହିବା ଅନୁସାରେ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ଜଣେ ଗ୍ରାହକଙ୍କ ପାଇଁ ଋଣ ବର୍ତ୍ତମାନ ଏକ ସାଧାରଣ କାର୍ଯ୍ୟ ପାଲଟିଛି । କିନ୍ତୁ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପାଇବା ପାଇଁ ଅନେକ ବ୍ୟାଙ୍କଗୁଡିକ ବୁଲିବାକୁ  ପଡ଼େ l ପରେ ହଇରାଣ ହେବା ସହିତ ହତାଶ ହେବାକୁ ପଡ଼ିଥାଏ ।

ତେବେ ଆରବିଆଇ ପ୍ରସ୍ତାବ ଅନୁଯାୟୀ, କ୍ରେଡିଟ୍ ପ୍ଲାଟଫର୍ମ ଦେଶର କୃଷକ ଏବଂ ଏମ୍ଏସ୍ଏମ୍ଇ ପାଇଁ ଋଣ ପ୍ରକ୍ରିୟାକୁ ଆହୁରି ସହଜ କରିବ । ବର୍ତ୍ତମାନ ଦେଶରେ କୃଷକମାନଙ୍କୁ ହିତାଧିକାରୀଙ୍କୁ କୃଷି ଋଣ କିମ୍ବା କିଷାନ କ୍ରେଡିଟ୍ କାର୍ଡ ପାଇବା ପାଇଁ ବ୍ୟାଙ୍କ ସହିତ ଜମି ରେକର୍ଡ ମଧ୍ୟ ରଖିବା ପାଇଁ ବିଭାଗକୁ ଯିବାକୁ ପଡୁଛି । RBI  ପ୍ରସ୍ତାବିତ ପ୍ଲାଟଫର୍ମ ଅନୁଯାୟୀ ଏହି ସମସ୍ତ ସମସ୍ୟାର ସମାଧାନ ହେବ l ଶୀଘ୍ର ଋଣ ପାଇବା ସମ୍ଭବ ହୋଇ ପାରିବ l

ପିଟିପିଏଫସି ମାଧ୍ୟମରେ ଏହି କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି କୁହାଯାଉଛି  l ଆଗକୁ ପ୍ରଚଳିତ ଏହି ପ୍ଲାଟଫର୍ମ ବର୍ତ୍ତମାନ କୃଷି ଋଣ, କିଷାନ୍ କ୍ରେଡିଟ୍ କାର୍ଡ, କ୍ଷୁଦ୍ର ଏମ୍ଏସ୍ଏମ୍ଇ ଋଣ ପରି ଉତ୍ପାଦ ଉପରେ କାର୍ଯ୍ୟ କରୁଛି । ଏହି ପ୍ଲାଟଫର୍ମ ସହିତ ବିଭିନ୍ନ ବ୍ୟାଙ୍କ, ଅନେକ ପ୍ରକାର ଆର୍ଥିକ ପ୍ରତିଷ୍ଠାନ ଏବଂ ଷ୍ଟାର୍ଟଅପ୍ ପ୍ରଭୃତିକୁ ସାମିଲ କରାଯାଇପାରିବ ବୋଲି କୁହାଯାଇଛି । କୃଷି ଏବଂ ଏମଏସଏମଇକୁ ପ୍ରାୟ ୩୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ବଣ୍ଟନ କରାଯାଇଥିବା ନେଇ ସୂଚନା ରହିଛି ।

ଆଗାମୀ ଭବିଷ୍ୟତରେ ଏହା କାର୍ଯ୍ୟକାରୀ କରିବା ଦ୍ୱାରା ଦେଶରେ ସମସ୍ତ ଚାଷୀଙ୍କ ପାଇଁ ଋଣ ନେବା ଏକ ପ୍ରକାର ସହଜ ହୋଇଯିବ l ବିଭିନ୍ନ ସମୟରେ ଚାଷୀ ଋଣ ନେବା ପାଇଁ ସ୍ଥିର ହୋଇପାରେ ନାହିଁ l କାରଣ , ଋଣ ନେବାପରେ ସେହି ଋଣ ଟଙ୍କାକୁ ଅଧିକ ସୁଧ ଦେଇ ସୁଝିବାକୁ ପଡ଼େ l ତେବେ ଏହି ନିଷ୍ପତ୍ତି ଦ୍ଵାରା ଚାଷୀ ଋଣ ନେଇ ତାହାକୁ ସହଜ ପ୍ରକ୍ରିୟା ଦ୍ୱାରା ଫେରସ୍ତ ମଧ୍ୟ କରିପାରିବ l ଆଗକୁ ଅପେକ୍ଷା ଏହି ନିଷ୍ପତ୍ତି କେବେ ଓ କିପରି କାର୍ଯ୍ୟକାରୀ କରାଯାଇପାରୁଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments