1. କୃଷି ଖବର

ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ୍‌

ବନ୍ଦ ହେବାକୁ ଯାଉଛି ୨୦୦୦ ହଜାର ଟଙ୍କିଆ ନୋଟ l ଏ ନେଇ ସମ୍ନାକୁ ଆସିଛି ଏକ ବଡ ଖବର l ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୨୦୦୦ ହଜାର ଟଙ୍କିଆ ନୋଟ୍‌ ଫେରାଇନେବା ପାଇଁ ଘୋଷଣା କରିଛି ।

Tanushree Mahapatra
Tanushree Mahapatra
Rbi to withdraw rs 2000 note from circulation, IMAGE SOURCE - RBI

Rbi to withdraw rs 2000 note from circulation, IMAGE SOURCE - RBI

ବନ୍ଦ ହେବାକୁ ଯାଉଛି ୨୦୦୦ ହଜାର ଟଙ୍କିଆ ନୋଟ l ଏ ନେଇ ସମ୍ନାକୁ ଆସିଛି ଏକ ବଡ ଖବର l ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୨୦୦୦ ହଜାର ଟଙ୍କିଆ ନୋଟ୍‌ ଫେରାଇନେବା ପାଇଁ ଘୋଷଣା କରିଛି । ଗ୍ରାହକମାନେ ବ୍ୟାଙ୍କରେ ସେପ୍ଟେମ୍ବର ୩୦ ସୁଦ୍ଧା ୨ହଜାର ଟଙ୍କିଆ ନୋଟ ଫେରାଇ ଦେବାକୁ ଘୋଷଣା କରାଯାଇଛି ।

ଏବେ ଆଉ ଛପା ହେବ ନାହିଁ ୨ ହଜାର ଟଙ୍କିଆ ନୋଟ୍ । ଏବେ ୨୦୦୦ ଟଙ୍କିଆ ନୋଟ୍ ଫେରାଇ ନେବାକୁ ଆରବିଆଇ ନିଷ୍ପତ୍ତି ନେଇଛି l ବର୍ତ୍ତମାନ କିଛି ମାସ ପାଇଁ ବୈଧ ରହିବ ୨ ହଜାର ଟଙ୍କିଆ ନୋଟ୍ । ତେବେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଡିପୋଜିଟ୍ ହୋଇପାରିବ ବୋଲି ଆରବିଆଇ କହିଛି ।

ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇ କୁହାଯାଇଛି ଯେ ଆଗକୁବଜାରରୁ ଧୀରେ ଧୀରେ କରି  ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଆଗକୁ କିଛି ମାସ ପର୍ଯ୍ୟନ୍ତ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ ।  ମେ’ ୨୩ ତାରିଖରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ ନୋଟ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଆସନ୍ତା ମେ ୨୩ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୨ହଜାର ଟଙ୍କିଆ ନୋଟ ନିକଟସ୍ଥ ବ୍ୟାଙ୍କରେ ବଦଳାଇ ପାରିବେ । ଏହି ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ । ଏଣୁ ଲୋକମାନେ ଏଥିପାଇଁ  ବ୍ୟସ୍ତ ନହୋଇ ସୁବିଧା ଅନୁଯାୟୀ ଘୋଷଣା କରାଯାଇଥିବା ତାରିଖ ମଧ୍ୟରେ ୨ ବଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ ଏ ବାବଦରେ  । ତେବେ ଗୋଟିଏ ଥରରେ ୨୦ ହଜାର ଟଙ୍କା ମୂଲ୍ୟର ୨୦୦୦  ଟଙ୍କିଆ ନୋଟ ବଦଳାଇ ହେବ ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି । ତେବେ ଏବେ ଗ୍ରାହକମାନଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ଆରବିଆଇ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ କେନ୍ଦ୍ର ସରକାର ନଭେମ୍ବର ୮, ୨୦୧୬ ରେ ବିମୁଦ୍ରିକରଣ ଘୋଷଣା କରି ୫୦୦ ଟଙ୍କିଆ ଓ ଏଥି ସହିତ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ l ତେବେ ଏହାପରେ ସେହିଦିନ ଠାରୁ ନୂଆ ୨ ବଜାର ଟଙ୍କିଆ ନୋଟ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ ଦେଶରେ  । ସେତେବେଳର ଆବଶ୍ୟକତାକୁ ନଜରରେ  ରଖି ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା । କିନ୍ତୁ ଦେଖିବାକୁ ଗଲେ ବଜାରରେ ଅନ୍ୟ ନୋଟ ଯଥେଷ୍ଟ ପରିମାଣରେ ବ୍ୟବହାର ବଢ଼ିଥିବାରୁ  ଏହାର ଆବଶ୍ୟକତା ଶେଷ ହୋଇଯାଇଛି ।  ପୂର୍ବରୁ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କକୁ ଆସୁଥିବା ୨୦୦୦  ଟଙ୍କିଆ ନୋଟ୍‍ ଆରବିଆଇ, ଫେରସ୍ତ ନେଇଥିବା ବେଳେ ଏବେ ଲୋକମାନଙ୍କ ପାଖରେ ଥିବା ନୋଟକୁ ଫେରାଇ ନେବ ଆରବିଆଇ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments