News

କୃଷି ବିଜ୍ଞାନ କେନ୍ଦ୍ରର ୩ ଦିନିଆ ଆଞ୍ଚଳିକ ବାର୍ଷିକ କର୍ମଶାଳା

ଏଥିରେ ମୁଖ୍ୟ ବକ୍ତା ଭାବେ ATARI-Kolkata ର ନିର୍ଦେଶକ ଡ଼. ପ୍ରଦୀପ ଦେ ଯୋଗ ଦେଇ ବିଗତ ବର୍ଷ କାର୍ଯ୍ୟ ସମ୍ବନ୍ଧୀୟ ବିବରଣୀ ଓ ଆଗାମୀ ଦିନ କାର୍ଯ୍ୟ ଖସଡ଼ା ଉପରେ ଏକ ଉପସ୍ଥାପନା ରଖିଥିଲେ I

31 August, 2024 11:38 AM IST By: Tanushree Mahapatra

ICAR-ATARI କୋଲକାତା ଅଧୀନରେ ଥିବା ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କର ବାର୍ଷିକ ୩ ଦିନିଆ କର୍ମଶାଳା ପୁରୀର ତୋଷାଳୀ ସେଣ୍ଡ ହୋଟେଲରେ ଉଦଘାଟିତ ହୋଇଯାଇଛି l

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଭାରତୀୟ କୃଷି ଅନୁଧ୍ୟାନର ଡିଜି ଡ଼. ତ୍ରିଲୋଚନ ମହାପାତ୍ର ଯୋଗ ଦେଇ କୃଷି ତଥା ଆନୁସଙ୍ଗିକ ଜ୍ଞାନ କୌଶଳ ସମ୍ବନ୍ଧରେ ଆଲୋକପାତ କରିଥିଲେ I ଏଥିରେ ମୁଖ୍ୟ ବକ୍ତା ଭାବେ ATARI-Kolkata ର ନିର୍ଦେଶକ ଡ଼. ପ୍ରଦୀପ ଦେ ଯୋଗ ଦେଇ ବିଗତ ବର୍ଷ କାର୍ଯ୍ୟ ସମ୍ବନ୍ଧୀୟ ବିବରଣୀ ଓ ଆଗାମୀ ଦିନ କାର୍ଯ୍ୟ ଖସଡ଼ା ଉପରେ ଏକ ଉପସ୍ଥାପନା ରଖିଥିଲେ I

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପୌରାହିତ୍ୟ କରି କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ବିବରଣୀ ଦେଇଥିଲେ I BCKV ର କୁଳପତି ପ୍ରଫେସର ଗୌତମ ଶାହ, NRRI, କଟକର ନିର୍ଦେଶକ ଡ଼. ଅମରେଶ ନାୟକ, ଓୟୁଏଟି ସମ୍ପ୍ରସାରଣ ଓ ଶିକ୍ଷା ନିରଦେଶାଲୟର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜିତ ମିଶ୍ର ଯୋଗ ଦେଇଥିଲେ l ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ରେ କାର୍ଯ୍ୟ କରୁଥିବା ସମସ୍ତ ୫୯ଟି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟମାନେ ଉପସ୍ଥିତ ରହିଥିଲେ l

ଉଦ୍ଘାଟନୀ ଉତ୍ସବ ପରେ ଏକ ସ୍ୱତନ୍ତ୍ର ଅଧିବେଶନରେ ନିମନ୍ତ୍ରିତ ଅତିଥି ବିଭିନ୍ନ କୃଷି ସମସ୍ୟାର ସମାଧାନ କରିବା ସହିତ ସେମାନଙ୍କ ବହୁମୂଲ୍ୟ ଉପଦେଶ ଦେଇଥିଲେ I ଯାହାକି ଆଗାମୀ ଦିନରେ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କୁ ସଶକ୍ତ କରିବ ବୋଲି ଆଶା ରଖାଯାଇଛି  l ମଧ୍ୟାହ୍ନ ପରେ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କର ଗତବର୍ଷର କାର୍ଯ୍ୟକ୍ରମ ଏବଂ ଚଳିତ ବର୍ଷର କାର୍ଯ୍ୟକ୍ରମ ବିଷୟରେ ଏକ ପ୍ରେସେନ୍ଟଟେସନ ହୋଇଥିଲା l

ଅଧିକ ପଢ଼ନ୍ତୁ

କୃତ୍ରିମ ବୁଦ୍ଧିମତାର ବ୍ୟବହାର ତ‌ଥା ପ୍ରଯୁକ୍ତିବିଦ୍ୟା ସମ୍ୱନ୍ଧରେ ସଚେତନତା କର୍ମଶାଳା

ଓୟୁଏଟି ଓ ଆଇଆଇଆଇଟି ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)