News

ଆଜିଠୁ ନବୀନ ଓଡିଶା ମ୍ୟାଜିକ୍ କାର୍ଡ ପାଇଁ ପଞ୍ଜୀକରଣ, ଜାଣନ୍ତୁ ସୁବିଧା...

ଆଜି ମଙ୍ଗଳବାରଠୁ ନବୀନ ଓଡିଶା ମ୍ୟାଜିକ୍ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ ହେବ । ବସ୍, ଟ୍ରେନ୍ ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ମିଳିବ ରିହାତି । ଜାଣନ୍ତୁ...

05 March, 2024 12:29 PM IST By: Sudesna Nayak

ଆଜି ମଙ୍ଗଳବାର (tuesday)ଠୁ ନବୀନ ଓଡିଶା ମ୍ୟାଜିକ୍ କାର୍ଡ (naveen odisha magic card) ପାଇଁ ପଞ୍ଜୀକରଣ ଆରମ୍ଭ ହେବ । ବସ୍, ଟ୍ରେନ୍ ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ମିଳିବ ରିହାତି । ଜାଣନ୍ତୁ...

ସୂଚନା ଥାଉ ଯେ, ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର (state government) ଏବଂ କେନ୍ଦ୍ର ସରକାର (central government) ସବୁବେଳେ ପ୍ରୟାସ କରିଥାନ୍ତି ।

ଏବେ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଏକ ବଡ ଖୁସି ଖବର ଅଛି । ଯାହାକୁ ନେଇ ଆଜି ମଙ୍ଗଳବାର (tuesday)ଠୁ ଆରମ୍ଭ ହେବ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ପାଇଁ ପଞ୍ଜୀକରଣ । ଅଗଷ୍ଟ ୧୫ (August 15) ତାରିଖ ସୁଦ୍ଧା ଏହି କାର୍ଡ ବଣ୍ଟନ କରାଯିବ । 

ଏହି ମ୍ୟାଜିକ୍‌ କାର୍ଡରେ ସବୁ ସୁବିଧା ମିଳିବ ଛାତ୍ରଛାତ୍ରୀଙ୍କୁ । ଏହି ମ୍ୟାଜିକ୍‌ କାର୍ଡ (magic card) କୁ ଶିକ୍ଷାର୍ଥୀମାନେ ସ୍ମାର୍ଟକାର୍ଡ ଭାବେ ହିଁ ବ୍ୟବହାର କରିପାରିବେ । ଆଜି ମଙ୍ଗଳବାର (tuesday) ଏହି କାର୍ଡ ଆବେଦନ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲର ମଧ୍ଯ ଲୋକାର୍ପଣ କରାଯିବ ।

ପ୍ରକାଶ ଥାଉ ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଜୀବନକୁ ବିକଶିତ କରିବ ଏହି କାର୍ଡ । ଏହି କାର୍ଡରେ ଛାତ୍ରଛାତ୍ରୀ ଅଥାତ୍ ବିଦ୍ୟାର୍ଥୀମାନଙ୍କୁ ଟ୍ରେନ୍‌,ବସ୍‌, ଏବଂ ଫ୍ଲାଇଟ୍‌ରେ କେବଳ ରିଆତି ସୁବିଧା କରାଇବ ନାହିଁ, ବରଂ ଫୋନ୍‌ (phone) , ଡାଟା ରିଚାର୍ଜ, ୱାଇ ଫାଇ, ଅନ୍‌ଲାଇନ୍‌ କ୍ଲାସ୍‌, ଇ-ଲାଇବ୍ରେରୀ ,ପାଠ୍ୟକ୍ରମ, ଆଦି ସୁବିଧା ସହିତ ବହିପତ୍ର କିଣାରେ ମଧ୍ଯ ରିଆତି ସୁବିଧା ଦେବ ।

Mission Shakti Loan: ଏମିତି କରନ୍ତୁ ଆବେଦନ

KALIA YOJANA: ମାନିବାକୁ ପଡ଼ିବ ଏହି ସର୍ତ୍ତ , ନଚେତ ହେବେ ବଞ୍ଚିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)