1. ସରକାରୀ ସ୍କିମ

Mission Shakti Loan: ଏମିତି କରନ୍ତୁ ଆବେଦନ

ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଉଦଘାଟନ କରିଛନ୍ତି ସରକାର l

Tanushree Mahapatra
Tanushree Mahapatra
mission shakti loan of odisha govt

mission shakti loan of odisha govt

ଓଡ଼ିଶା ରାଜ୍ୟ ସରକାର ମହିଳାଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି l ମହିଳା ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ମହିଳାମାନଙ୍କୁ ଅଧିକ ରୁ ଅଧିକ ସଶକ୍ତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ କିଛି ପରିବର୍ତ୍ତନ କରିଛନ୍ତି ।

ଏହି ମିଶନ ଶକ୍ତି ଅଧୀନରେ ସରକାର ମହିଳାଙ୍କୁ ଋଣ ପ୍ରଦାନ କରିବେ l ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ କୌଣସି ସୁଧ ବିନା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ। କିପରି ଓ କେଉଁ ଠାରେ ଆବେଦନ କରିବେ ତାହା ଜାଣନ୍ତୁ ଏହି ଆର୍ଟିକଲ ମାଧ୍ୟମରେ l

ମହିଳା ଉଦ୍ୟୋଗକୁ ଉତ୍ସାହିତ କରିବା ପାଇଁ ଏବଂ ରାଜ୍ୟରେ ମିଶନ ଶକ୍ତି ଯୋଜନାକୁ ଆହୁରି ଆଗକୁ ଆଗେଇ ନେବା ପାଇଁ ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଉଦଘାଟନ କରିଛନ୍ତି ସରକାର l ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ ମହିଳାଙ୍କ ପାଇଁ ।

କ'ଣ ଲାଭ ହେବ ଏହି ଋଣରେ ?

ଓଡ଼ିଶାର ପ୍ରାୟତଃ ୭୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠି ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି ସରକାର । ମିଶନ ଶକ୍ତି ମା’ମାନଙ୍କ ପାଇଁ ୟୁନିଫର୍ମ ଏବଂ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ପଦକ୍ଷେପକୁ ବର୍ଣ୍ଣନା କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ସୁଧମୁକ୍ତ ଋଣ ଅର୍ଥନୈତିକ ସଶକ୍ତିକରଣର ଉନ୍ନତି ପାଇଁ କାର୍ଯ୍ୟ କରିବ l

SHG ସଦସ୍ୟମାନଙ୍କୁ କୌଣସି ଆର୍ଥିକ ସମସ୍ୟା ନ ହେବା ବିନା ସେମାନଙ୍କ କାର୍ଯ୍ୟ କରିବାରେ ସାହାଯ୍ୟ କରିବ ଏହି ଋଣ ଟଙ୍କା । ସୁଧମୁକ୍ତ ଋଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗକୁ ଆହୁରି ପ୍ରୋତ୍ସାହିତ କରିବ l ଯାହା ରାଜ୍ୟରେ ମିଶନ୍ ଶକ୍ତି ଆନ୍ଦୋଳନକୁ ଆଗକୁ ନେବ। ମହିଳା ଅଧିକ ରୁ ଅଧିକ ସଶକ୍ତ ହେବେ ଏବଂ ଆତ୍ମନିର୍ଭରଶୀଳ ହେବେ ଏହି ସୁବିଧା ଅନୁଯାୟୀ l

ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରି ପାଇଁ ମିଶନ ଶକ୍ତି ବଜାର ମଧ୍ୟ କରାଯାଉଛି। ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଖୋଲାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରାୟ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ଚଳିତ ବର୍ଷ ମିଶନ ଶକ୍ତି ମା’ ମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣର ଲାଭ ଉଠାଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଆହୁରି ଅଧିକ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବ ।

ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଫେଡେରେସନ ଲିଡର ମାନେ ଏଥିପାଇଁ ଭଲ କାମ କରୁଛନ୍ତି ବୋଲି ପ୍ରଶଂସା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ l ତେବେ ଏଥିପାଇଁ ମିଶନ ଶକ୍ତି ଅଫିସରେ ଆପଣଙ୍କୁ ଯୋଗାଯୋଗ କରିବାକୁ ପଡ଼ିବ l ଋଣ ସମ୍ପର୍କରେ କିପରି ଲାଭ ପାଇବେ ତାହା ସେଠାରେ ଆପଣ ଜାଣି ପାରିବେ l

Govt subsidy: ନଳକୂପ ଖନନ ପାଇଁ ସରକାର ଦେବେ ୪୦,୦୦୦/-

Loan for Business: ଜାଣନ୍ତୁ କିପରି କରିବେ ଆବେଦନ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments