1. ସରକାରୀ ସ୍କିମ

Loan for Business: ଜାଣନ୍ତୁ କିପରି କରିବେ ଆବେଦନ ?

ବ୍ୟବସାୟ ପାଇଁ ଋଣ ଦେବେ ସରକାର l କିପରି ଓ କେଉଁ ଯୋଜନାରେ ପାଇବେ ଋଣ ?

Tanushree Mahapatra
Tanushree Mahapatra
Pmvy modi govt giving 3 lakh loans for businesses, image source - pixeles

Pmvy modi govt giving 3 lakh loans for businesses, image source - pixeles

ଅନେକ ସମୟରେ ଆମେ ଦେଖିବାକୁ ପାଉଛୁ ଯେ ଚାକିରୀ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଯୋଗୁଁ ଧୀରେ ଧୀରେ ଯୁବପିଢ଼ି ନିଜ ଵ୍ୟଵସାୟ ଆରମ୍ଭ କରିବାକୁ ଇଛା ପ୍ରକାଶ କରୁଛନ୍ତି l କିନ୍ତୁ ଆର୍ଥିକ ସମସ୍ୟା ଦେଖା ଦେଉଥିବାରୁ ସେମାନେ ଅନ୍ୟ ଠାରୁ ଋଣ ଆଣୁଛନ୍ତି l ଏହିପରି ସ୍ଥିତିରେ ସରକାର ଆପଣଙ୍କୁ ଋଣ ପ୍ରଦାନ କରିବେ l ତେବେ, ଯଦି ଆପଣ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି l ତେବେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ  l

କାରଣ କେନ୍ଦ୍ର ସରକାର ଏବେ ଏଥିପାଇଁ ସହାଯ୍ୟ କରୁଛନ୍ତି ଯୁବପିଢ଼ିଙ୍କୁ । PM ବିଶ୍ୱକର୍ମା ଯୋଜନା ଅଧୀନରେ ଆପଣଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ ଏହି ଋଣ । ଏହା ଅଧୀନରେ ସରକାର ବ୍ୟବସାୟ ଆରମ୍ଭ କରିବାକୁ ଅଭାବୀ ଲୋକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି  l ବିଶେଷ କଥା ହେଉଛି କୌଣସି ଗ୍ୟାରେଣ୍ଟି ଦେବାକୁ ପଡିବ ନାହିଁ ଆପଣଙ୍କୁ ଏହି ଲୋନ ପାଇଁ ।

କେଉଁମାନେ ପାଇବେ ଏହି ଋଣ:-

ଯେକୌଣସି କୁଶଳୀ ବ୍ୟକ୍ତି PM ବିଶ୍ୱକର୍ମା ଯୋଜନା ଅଧୀନରେ ବ୍ୟବସାୟ ଆରମ୍ଭ କରିପାରିବେ । କାରଣ ଏହି ଯୋଜନା ଅଧୀନରେ ଋଣ ପ୍ରଦାନ କରାଯାଉଛି l ଆର୍ଥିକ ସମସ୍ୟାରେ ସାହାଯ୍ୟ ପାଇବା ପାଇଁ ଏହି ଯୋଜନା ଅଧୀନରେ ଋଣ ପାଇଁ ଆବେଦନ କରିପାରିବେ ଆପଣ । ଏଥିରେ କେନ୍ଦ୍ର ସରକାର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଏକ ବ୍ୟବସ୍ଥା କରିଛନ୍ତି l ଯାହା ଦୁଇଟି ପର୍ଯ୍ୟାୟରେ ଜାରି କରାଯାଇଛି ବ୍ୟବସାୟ ଆରମ୍ଭ କରୁଥିବା ଯୁବପିଢ଼ିଙ୍କ ପାଇଁ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ ଆପଣ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ଋଣ ପାଇବେ l ଏହାର ଆରମ୍ଭ ପରେ ସମ୍ପ୍ରସାରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉଛି ।

ଦକ୍ଷତା ବୃଦ୍ଧି ତାଲିମ -

ମୋଦୀ ସରକାରଙ୍କ ଏହି ସ୍ୱତନ୍ତ୍ର ଯୋଜନା ସେପ୍ଟେମ୍ବର ୨୦୨୩ ରେ ଆରମ୍ଭ କରାଯାଇଥିଲା । କୁଶଳୀ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ଏବଂ ସେମାନଙ୍କୁ ବ୍ୟବସାୟରେ ଉତ୍ସାହିତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏହି ଯୋଜନାରେ କେବଳ ଏକ ଋଣ ନୁହେଁ ବରଂ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ଦିଆଯାଇଛି ଏହି ଯୋଜନା ଅଧୀନରେ l ଯେଉଁଥିରେ ଆପଣ ବିଭିନ୍ନ ବାଣିଜ୍ୟ ସହିତ ଜଡିତ ଲୋକଙ୍କ ପାଇଁ ସେହି କ୍ଷେତ୍ରରେ ବ୍ୟବସାୟ ପ୍ରତିଷ୍ଠା ଦକ୍ଷତା ତାଲିମ ମଧ୍ୟ ଦିଆଯାଇଛି l ତାଲିମ ସମୟରେ ଆପଣଙ୍କୁ ଷ୍ଟାଇପେଣ୍ଡ 

ମଧ୍ୟ ପ୍ରଦାନ କରାଯିବ । ଗୋଟିଏ ପଟେ ଆପଣଙ୍କୁ ବ୍ୟବସାୟ ପ୍ରତିଷ୍ଠା ପାଇଁ ୩ ଲକ୍ଷ ଟଙ୍କା ଋଣ ଦିଆଯାଉଛି l ଯାହା ଅଧୀନରେ ସ୍ଥିର ହୋଇଥିବା ୧୮ ଟି ବାଣିଜ୍ୟରେ ଲୋକଙ୍କ ଦକ୍ଷତାକୁ ଅଧିକ ଉନ୍ନତ କରିବାକୁ ଏକ ସପ୍ତାହର ତାଲିମ ଦିଆଯାଉଛି ।

ଯୋଗ୍ୟତା :-

୧-  ଭାରତର ନାଗରିକ ହେବା ଆବଶ୍ୟକ

୨-  ବିଶ୍ୱକର୍ମା ଯୋଜନା ଅନୁଯାୟୀ ନିଷ୍ପତ୍ତି ହୋଇଥିବା ୧୮ ଟି ବାଣିଜ୍ୟ ମଧ୍ୟରୁ ଗୋଟିଏ ହେବା ଉଚିତ୍

୩-  ବୟସ ୧୮ ବର୍ଷରୁ ଅଧିକ ଏବଂ ୫୦ ବର୍ଷରୁ କମ୍

୪-  ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ବାଣିଜ୍ୟରେ ସାର୍ଟିଫିକେଟ୍ ଜରୁରୀ

୫- ୧୪୦ ଜାତି ମଧ୍ୟରୁ ଗୋଟିଏ ହେବା ଜରୁରୀ

 

ଆବଶ୍ୟକ ଡକ୍ୟୁମେଣ୍ଟ :-

-ଜାତି ପ୍ରମାଣପତ୍ର

-ପରିଚୟ ପତ୍ର

-ଠିକଣା ପ୍ରମାଣ

-ପାସପୋର୍ଟ ଆକାରର ଫଟୋଗ୍ରାଫ୍

-ଆଧାର କାର୍ଡ

-ପାନ୍ କାର୍ଡ

-ଇନକମ୍ ଟ୍ୟାକ୍ସ ସାର୍ଟିଫିକେଟ

-ବ୍ୟାଙ୍କ ପାସବୁକ୍

-ବୈଧ ମୋବାଇଲ୍ ନମ୍ବର

Free Seeds: କେନ୍ଦ୍ର ସରକାର ଦେବେ ଏହି ଜିନିଷ ସମ୍ପୂର୍ଣ୍ଣ ମାଗଣା...

Kalia Scheme: ବଡ ଖବର, ୪୪ ଲକ୍ଷ ଚାଷୀଙ୍କୁ ମିଳିବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments