1. ସରକାରୀ ସ୍କିମ

Kalia Scheme: ବଡ ଖବର, ୪୪ ଲକ୍ଷ ଚାଷୀଙ୍କୁ ମିଳିବ

ଚାଷୀଙ୍କ ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା l ଏଥିପାଇଁ ବଡ ଅପଡେଟ ଦେଲେ ରାଜ୍ୟସରକାର l

Tanushree Mahapatra
Tanushree Mahapatra
Kalia scheme installment may credit to farmers account

Kalia scheme installment may credit to farmers account

ରାଜ୍ୟରେ ସମସ୍ତ ପାଇଁ ଖୁସି ଖବର । କାଳିଆ ଯୋଜନାକୁ ନେଇ ବଡ ଘୋଷଣା l ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଲାଭ ପାଇବେ । କାଳିଆ ଯୋଜନାକୁ ନେଇ ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ଘୋଷଣା । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବଡ ଘୋଷଣା l ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କ୍ୟାବିନେଟର ନିଷ୍ପତ୍ତି ନିଆଯାଇଛି ଚଳିତ ବର୍ଷ କୌଣସି ସମୟରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ କାଳିଆ ଯୋଜନା କିସ୍ତି ଟଙ୍କା । ଏହାସହ ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କାଳିଆ ଯୋଜନା ଆହୁରି ୩ ବର୍ଷକୁ ବୃଦ୍ଧି କରାଯାଇଛି । ଏହାସହିତ ଆଉ ଏକ ଖୁସି ଖବର , କାଳିଆ ଯୋଜନାରେ ଏଥର ବାର୍ଷିକ ୨ ଥର ସହାୟତା ବ୍ୟତୀତ ରାଜ୍ୟ ସରକାର ଅନ୍ୟ ଯେକୌଣସି ସମୟରେ ଅତିରିକ୍ତ ସହାୟତା ମଧ୍ୟ ଦେଇପାରିବେ ।

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ କାଳିଆ ଯୋଜନା କିସ୍ତି ଟଙ୍କା ।  ଯାହା ପୂର୍ବରୁ ଏପ୍ରିଲ ମାସରେ ଆସୁଥିଲା କିସ୍ତି ଟଙ୍କା । କେବଳ ସେତିକି ନୁହେଁ, କାଳିଆ ସହାୟତା ରାଶିକୁ ଆହୁରି ୩ ବର୍ଷ ବଢାଇଦେଇଛନ୍ତି ରାଜ୍ୟ ସରକାର । ଏହିପରି ହେଲେ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଚାଷୀ ଟଙ୍କା ପାଇବେ ଏହି ଯୋଜନା ଅଧୀନରେ । ଅନ୍ୟପଟେ ରାଜ୍ୟ ରାଜକୋଷରୁ ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟତଃ ୬୦୨୯ ଉର୍ଦ୍ଧ୍ବ କୋଟି ଟଙ୍କା ।

ଖାଲି ଏତିକି ନୁହେଁ, କାଳିଆ ଯୋଜନାର ହିତାଧିକାରୀ ଭୂମିହୀନ ଚାଷୀ ପରିବାରଙ୍କୁ ଆଉ ୨ହଜାର ଟଙ୍କାର ଅତିରିକ୍ତ ସହାୟତା ମିଳିବ ବୋଲି କୁହାଯାଇଛି । ଏହି ଯୋଜନା ଟଙ୍କା ପୂବର୍ରୁ ନୂଆଁଖାଇରେ ଉପହାର ଦେଉଥିଲେ ରାଜ୍ୟ ସରକାର । ନୂଆଖାଇ ଠାରୁ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଥିଲେ ରାଜ୍ୟ ସରକାର । ନୂଆଁଖାଇ ଉପଲକ୍ଷେ ରାଜ୍ୟର ସମସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଥାନ୍ତି ଉପହାର ସଦୃଶ ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଯାଇଥିଲା । ଏହି ଯୋଜନାର ଆରମ୍ଭ ପରେ କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ କାଳିଆ ସହାୟତା ଦେଇଥିଲେ ସରକାର । DBT ମୋଡ୍‌ରେ ପ୍ରତି ଚାଷୀଙ୍କୁ ହସ୍ତାନ୍ତର ହୋଇଥିଲା କିସ୍ତି ଟଙ୍କା ଯେଉଁଥିପାଇଁ ଖର୍ଚ୍ଚ ହୋଇଥିଲା ୯୦୦ କୋଟି ଟଙ୍କା ।

କାଳିଆ ଯୋଜନାରେ ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା ୨୦୦୦ ଟଙ୍କା । ରାଜ୍ୟର ପ୍ରାୟତଃ ୪୪ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ମିଳିଥିଲା ଏହି ସହାୟତା କିସ୍ତି ରାଶି । ଓଡ଼ିଶାର ସମସ୍ତ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ଏଥିରେ ଉପକୃତ ହେଉଛନ୍ତି । ଗତ ୨୦୧୮ ମସିହା ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ରାଜ୍ୟରେ ପ୍ରଚଳନ କରିଥିଲେ । ଏହି ଯୋଜନା ଦ୍ୱାରା ପ୍ରତିବର୍ଷ ହିତାଧିକାରୀଙ୍କୁ ଦୁଇଟି ପର୍ଯ୍ୟାୟରେ ସର୍ବମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଯାହା କିସ୍ତି ହିସାବରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ l

ଗୋଟିଏ ଆଧାର କାର୍ଡରେ ୫୦ ହଜାର ଟଙ୍କାର ଋଣ

Farmer pension: ଚାଷୀଙ୍କ ସଞ୍ଜୀବନୀ ହେଉଛି ଏହି ଯୋଜନା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments