News

ବେକାରୀଙ୍କୁ ସୁଯୋଗ ଦେଉଛି EPFO;ଶୀଘ୍ର କରନ୍ତୁ ରେଜିଷ୍ଟ୍ରସନ, ମିଳିବ ଜବରଦସ୍ତ ଲାଭ

ଇପିଏଫ୍ଓ କହିଛି ଚାକିରୀ ଖୋଜୁଥିବା ଯୁବକମାନେ ନିଜକୁ ABRY ଅଧୀନରେ ପଞ୍ଜୀକୃତ କରିପାରିବେ । ଏହାର ଶେଷ ତାରିଖ ବର୍ତ୍ତମାନ ମାର୍ଚ୍ଚ ୩୧, ୨୦୨୨ ଅଟେ ।

14 February, 2022 12:19 PM IST By: Sudesna Nayak

ଯଦି ଆପଣମାନେ ମଧ୍ୟ ଚାକିରି ଖୋଜୁଛନ୍ତି ତେବେ ଏହି ଖବର କେବଳ ଆପଣମାନଙ୍କ ପାଇଁ ରହିଛି । କର୍ମଚାରୀମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଇପିଏଫ୍ଓ (EPFO) ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା (Aatmanirbhar Bharat Rojgar Yojana) ଅଧୀନରେ ଯୁବକମାନଙ୍କୁ ସହଜରେ ଚାକିରି କରିବାର ସୁଯୋଗ ଦେଉଛି ।

ସୂଚନା ଅନୁଯାୟୀ, ଇପିଏଫ୍ଓ (EPFO)କହିଛି, 'ଚାକିରୀ ଖୋଜୁଥିବା ଯୁବକମାନେ ନିଜକୁ ABRY ଅଧୀନରେ ପଞ୍ଜୀକୃତ କରିପାରିବେ । ଏହାର ଶେଷ ତାରିଖ ବର୍ତ୍ତମାନ ମାର୍ଚ୍ଚ ୩୧, ୨୦୨୨ ଅଟେ । ଏହା ମାଧ୍ୟମରେ ସରକାର ଏକ କମ୍ପାନୀରେ ନିଯୁକ୍ତ କର୍ମଚାରୀଙ୍କ PF ଦେବେ । କେବଳ ଏତିକି ନୁହେଁ, କମ୍ପାନୀ ପକ୍ଷରୁ PFକୁ ଯାଉଥିବା ପରିମାଣ ମଧ୍ୟ ସରକାର ନିଜେ ଦେବେ ।

ଏହି ଯୋଜନା କ’ଣ,ଜାଣନ୍ତୁ...

ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା (Aatmanirbhar Bharat Rojgar Yojana)ଅନୁଯାୟୀ ସରକାର ପ୍ରୋଭିଡେଣ୍ଟ ଫଣ୍ଡ (PF)ରେ କର୍ମଚାରୀ ଓ ନିଯୁକ୍ତିଦାତାର ଅଂଶ ୨ ବର୍ଷ ଜମା କରିବେ । ଏହା ମଧ୍ୟ କମ୍ପାନୀଗୁଡ଼ିକୁ ଅଧିକ ସଂଖ୍ୟକ ଚାକିରି ଦେବା ପାଇଁ ଉତ୍ସାହିତ କରିବ । ଚାକିରି ପାଇବା ପରେ ୨୪ ମାସ ପାଇଁ ଏହି ଯୋଜନାର ଲାଭ ମିଳିପାରିବ । ଏଥିରେ ସରକାର କର୍ମଚାରୀଙ୍କ ବେତନର ୨୪ ପ୍ରତିଶତ ଯୋଗଦାନ କରିବେ ।

ତାହା ହେଉଛି, କର୍ମଚାରୀମାନଙ୍କ ଦ୍ୱାରା ୧୨ ପ୍ରତିଶତ ଓ ନିଯୁକ୍ତିଦାତାମାନଙ୍କ ଦ୍ୱାରା ୧୨ ପ୍ରତିଶତ ଅବଦାନ ରହିବ ।

ଏହି ଯୋଜନାର ଲାଭ କିଏ ପାଇବ,ଜାଣନ୍ତୁ...

ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା (ABRY)ର ଲାଭ ସେହି କର୍ମଚାରୀମାନଙ୍କୁ ଦିଆଯିବ ଯାହାର ଦରମା ପ୍ରତି ମାସରେ ୧ ହଜାରରୁ କମ୍ ହେବ ।

ଯେତେବେଳେ କର୍ମଚାରୀମାନଙ୍କ ଦରମା ମାସିକ ୧୫ ହଜାର ସୀମା ଅତିକ୍ରମ କରିବ, ସେତେବେଳେ ତାଙ୍କ PFଆକାଉଣ୍ଟରେ ସରକାର ଦେଇଥିବା ଅବଦାନ ବନ୍ଦ ହୋଇଯିବ ।

ଏହା ବ୍ୟତୀତ ଯେଉଁ କମ୍ପାନୀରେ କର୍ମଚାରୀମାନଙ୍କ ସଂଖ୍ୟା ୧,୦୦୦ ହଜାରରୁ ଅଧିକ ହେବ, ସେମାନଙ୍କୁ ମଧ୍ୟ ଏହି ଯୋଜନାର ସୁବିଧା ଦିଆଯିବ ନାହିଁ ।

୭୨ ଲକ୍ଷ କର୍ମଚାରୀ ଲାଭ ପାଇବେ,ଜାଣନ୍ତୁ...

ଏହା ଉପରେ ସୂଚନା ପ୍ରଦାନ କରି କର୍ମ ଓ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଯେ, ଏହି ଯୋଜନା ମାଧ୍ୟମରେ ପ୍ରାୟ ୭୧.୮ ଲକ୍ଷ ନୂତନ କର୍ମଚାରୀ ଉପକୃତ ହେବେ । ଏହି ଯୋଜନା ଅଧୀନରେ, ଯେଉଁ କର୍ମଚାରୀମାନେ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ଇପିଏଫ୍ଓ (EPFO)​​ରେ ପଞ୍ଜୀକୃତ କରନ୍ତି, ସେମାନଙ୍କୁ ଆଗାମୀ ୨ ବର୍ଷ ପାଇଁ ସରକାରଙ୍କ ଦ୍ୱାରା PF ଅବଦାନର ଲାଭ ମିଳିବ । ଏହି ଯୋଜନା ଏହିପରି କମ୍ପାନୀଗୁଡିକ ପାଇଁ ପ୍ରଯୁଜ୍ୟ ହେବ, ଯାହା ଅକ୍ଟୋବର, ୨୦୨୦ ପୂର୍ବରୁ ଇପିଏଫ୍ଓ (EPFO)ରେ ପଞ୍ଜୀକୃତ ହୋଇଛି ।

ଗୁଡ ନ୍ୟୁଜ ; ବଢିବ ଲକ୍ଷାଧିକ କର୍ମଚାରୀଙ୍କ ପେନସନ,ଜାଣନ୍ତୁ...

PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା ; ନୂଆ ନିୟମ ଆଣୁଛନ୍ତି ମୋଦି ସରକାର,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)