1. କୃଷି ଖବର

PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା ; ନୂଆ ନିୟମ ଆଣୁଛନ୍ତି ମୋଦି ସରକାର,ଜାଣନ୍ତୁ...

ବର୍ତ୍ତମାନ PF ଆକାଉଣ୍ଟ ଉପରେ ମଧ୍ୟ ଟ୍ୟାକ୍ସ ଲାଗିବ । ଆପଣଙ୍କ ବେତନର କିଛି ଅଂଶ PF ଆକାଉଣ୍ଟରେ ଜମା ହୋଇଥାଏ, କିନ୍ତୁ ବର୍ତ୍ତମାନ PF ର ନିୟମରେ କିଛି ନୂତନ ପରିବର୍ତ୍ତନ ଘଟିବାକୁ ଯାଉଛି । ଚଳିତ ବର୍ଷ ଏପ୍ରିଲ ୧ ଠାରୁ ବର୍ତ୍ତମାନର PF ଖାତାଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।

Sudesna Nayak
Sudesna Nayak
tax will also be imposed on pf accounts from april 1 know what will be the effect on you

tax will also be imposed on pf accounts from april 1 know what will be the effect on you

ଚାକିରି କରୁଥିବା ଲୋକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର (Big news) ଅଛି । ଯଦି ଆପଣ ମଧ୍ୟ ଜଣେ କର୍ମଚାରୀ, ତେବେ ନିଶ୍ଚିତ ଭାବରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (Employees’ Provident Fund Organization-EPFO) ରେ ଆପଣଙ୍କ ଏକ ଆକାଉଣ୍ଟ ରହିଛି । ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ବର୍ତ୍ତମାନ PF ଆକାଉଣ୍ଟ ଉପରେ ମଧ୍ୟ ଟ୍ୟାକ୍ସ ଲାଗିବ । ଆପଣଙ୍କ ବେତନର କିଛି ଅଂଶ PF ଆକାଉଣ୍ଟରେ ଜମା ହୋଇଥାଏ, କିନ୍ତୁ ବର୍ତ୍ତମାନ PF ର ନିୟମରେ କିଛି ନୂତନ ପରିବର୍ତ୍ତନ ଘଟିବାକୁ ଯାଉଛି । ଚଳିତ ବର୍ଷ ଏପ୍ରିଲ ୧ ଠାରୁ ବର୍ତ୍ତମାନର PF ଖାତାଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।

ସୂଚନାଅନୁଯାୟୀ, ଗତ ବର୍ଷ ସରକାର ନୂତନ ଆୟକର ନିୟମ ବିଷୟରେ ଅବଗତ କରାଇଥିଲେ । ବର୍ତ୍ତମାନ ଏହା ଅନ୍ତର୍ଗତ PF ଖାତାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରାଯିବ । ଏଥିରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ ଅଧିକ କର୍ମଚାରୀଙ୍କ ଯୋଗଦାନ କରିବା କ୍ଷେତ୍ରରେ PF ଆୟ ଉପରେ ଟିକସ ଆଦାୟ କରାଯିବ । ବାସ୍ତବରେ, ନୂତନ ନିୟମର ଉଦ୍ଦେଶ୍ୟ ହେଉଛି ଉଚ୍ଚ ଆୟର ଲୋକଙ୍କୁ ସରକାରୀ କଲ୍ୟାଣ ଯୋଜନାର ସୁଯୋଗ ନେବାରୁ ରୋକିବା ।

ନୂତନ PF ନିୟମର ମୁଖ୍ୟ ବିଷୟଗୁଡ଼ିକ,ଜାଣନ୍ତୁ...

- ଏବେ PF ଆକାଉଣ୍ଟଗୁଡ଼ିକୁ ଟ୍ୟାକ୍ସଯୋଗ୍ୟ ଏବଂ ଅଣ-ଟ୍ୟାକ୍ସଯୋଗ୍ୟ ଅବଦାନ ଆକାଉଣ୍ଟରେ ହିଁ ବିଭକ୍ତ କରାଯିବ ।

-ଅଣ-ଟ୍ୟାକ୍ସଯୋଗ୍ୟ ଆକାଉଣ୍ଟଗୁଡିକରେ ସେମାନଙ୍କର ବନ୍ଦ ଆକାଉଣ୍ଟକୁ ମଧ୍ୟ ସାମିଲ କରାଯିବ, ଯଦି ଏହାର ତାରିଖ ମାର୍ଚ୍ଚ ୩୧, ୨୦୨୧ ହୋଇଥାଏ ।

-ନୂତନ PF ନିୟମଗୁଡିକ ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୧ ଏପ୍ରିଲ ୨୦୨୨ ଠାରୁ ହିଁ ଲାଗୁ ହୋଇପାରେ ।

-ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ ଅଧିକ କର୍ମଚାରୀଙ୍କ ଯୋଗଦାନରୁ ହିଁ PF ଆୟ ଉପରେ ନୂତନ ଟିକସ ଲାଗୁ କରିବା ପାଇଁ ଆଇଟି ନିୟମ ଅନୁଯାୟୀ ଏକ ନୂତନ ଧାରା 9D ସାମିଲ କରାଯାଇଛି ।

-ଟ୍ୟାକ୍ସଯୋଗ୍ୟ ସୁଧର ହିସାବ ପାଇଁ PF ଆକାଉଣ୍ଟରେ ଦୁଇଟି ଅଲଗା ଅଲଗା ଆକାଉଣ୍ଟ ମଧ୍ୟ ସୃଷ୍ଟି କରା ହେବ ।

ପ୍ରକାଶ ଥାଉ ଯେ, ଆପଣମାନଙ୍କୁ କହି ରଖୁଛୁ ଯେ ଏହି ନୂତନ ନିୟମ ଲାଗୁ ହେବା ୨.୫ ଲକ୍ଷ ଟଙ୍କାର ଲିମିଟର ଲାଭ ଅଧିକାଂଶ ପିଏଫ୍ ଗ୍ରାହକଙ୍କୁ ହେବେ । ଏହାସହ ଛୋଟ ଓ ମଧ୍ୟବିତ୍ତ ଟିକସଦାତାମାନେ ନୂତନ ନିୟମ ଦ୍ୱାରା ପ୍ରଭାବିତ ହେବେ ନାହିଁ । ଏହା ମୁଖ୍ୟତଃ ଉଚ୍ଚ ଆୟକାରୀ କର୍ମଚାରୀଙ୍କୁ ପ୍ରଭାବିତ କରିବ । ଅର୍ଥାତ, ଯଦି ଆପଣଙ୍କର ଦରମା କମ କିମ୍ବା ହାରାହାରି, ତେବେ ଆପଣ ଏହି ନୂତନ ନିୟମ ଦ୍ୱାରା କୌଣସି ଭାବେ ପ୍ରଭାବିତ ହେବେ ନାହିଁ ।

EPFO Alert: ଇ-ନୋମିନେସନ ବିନା ମିଳିବନି କୌଣସି ଫାଇଦା; ଜାଣନ୍ତୁ ଏହାର ନିୟମ...

Budget 2022: EPFO ଉପରେ ମିଳିବ ୫ ଲକ୍ଷ ରିହାତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments