1. କୃଷି ଖବର

ରାଜାରାମ ତ୍ରିପାଠୀଙ୍କ “ କକସାଡ଼ “ ପତ୍ରିକା ନୂଆ ସଂସ୍କରଣ ଉନ୍ମୋଚିତ

ରାଜାରାମଙ୍କ ନୂତନ ପତ୍ରିକା “ କକସାଡ଼ " ଉନ୍ମୋଚିତ....

Tanushree Mahapatra
Tanushree Mahapatra
releasing kaksad the 10 year old tribal magazine

releasing kaksad the 10 year old tribal magazine

କୃଷକ ଏବଂ କୃଷି କ୍ଷେତ୍ରର ଲାଭ ପାଇଁ ୨୭ ବର୍ଷ ପୂର୍ବେ କୃଷି ଜାଗରଣ ପ୍ରତିଷ୍ଠା କରାଯାଇଥିଲା l ଯିଏ ଆଜି ତାଙ୍କ ପତ୍ରିକା, ୱେବସାଇଟ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ କାର୍ଯ୍ୟ କରି ଏହି କ୍ଷେତ୍ରରେ ଇତିହାସ ସୃଷ୍ଟି କରୁଛି l କୃଷି ଜାଗରଣ ମିଡିଆର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଛି ‘ କେଜେ ଚଉପାଲ ’ l ଯେଉଁଥିରେ କୃଷି ଏବଂ ପ୍ରଗତିଶୀଳ କୃଷକ ସହିତ ଜଡିତ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଆସନ୍ତି ଏବଂ ସେମାନଙ୍କର କାର୍ଯ୍ୟ, ଅଭିଜ୍ଞତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବାଣ୍ଟନ୍ତି l

ଏହି କ୍ରମରେ ସୋମବାର ଅର୍ଥାତ ଆଜି ଭାରତର ସବୁଠାରୁ ଧନୀ କୃଷକ ଡଃ. ରାଜାରାମ ତ୍ରିପାଠୀ କୃଷି ଜାଗରଣ ଚଉପାଲ କାର୍ଯ୍ୟକ୍ରମରେ ନିଜ କକସାଡ଼ ପତ୍ରିକାର ନୂତନ ସଂସ୍କରଣ ଉନ୍ମୋଚିତ କରିଛନ୍ତି l ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କୃଷି ଜାଗରଣ ର ପ୍ରତିଷ୍ଠାତା ଏମ ସି ଡୋମିନିକ ଏବଂ କାପରିଚାଳନା ନିର୍ଦ୍ଦେଶକ ସାଇନି ଡୋମିନିକ ସାମିଲ ହୋଇଥିଲେ ରାଜାରାମଙ୍କ ସହିତ l

ପତ୍ରିକା ଉନ୍ମୋଚନ ପରେ ରାଜାରାମ ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିବା କୃଷି ଜାଗରଣ ସଂସ୍ଥାକୁ ଏବଂ ଟିମ କୁ ଧନ୍ୟବାଦ ଅର୍ପଣ କରିଥିଲେ l ତେବେ ରାଜାରାମଙ୍କ ଏହି ନୂତନ ପତ୍ରିକାର ନାମ ହେଉଛି “ କକସାଡ଼ “ l ଏହା ହେଉଛି ଏକ ରାଷ୍ଟ୍ରୀୟ ମାସିକ ପତ୍ରିକା ଯାହା ପ୍ରତି ସରକାରୀ ଅଫିସରେ ଉପଲବ୍ଧ l ଯେଉଁଥିରେ ଅଧିବାସୀ ଜନଜାତି ଜାତିଙ୍କ ରହଣି ବିଷୟରେ ଉଲ୍ଲେଖ କରାଯାଇଛି l ବିଲୁପ୍ତ ହେବାକୁ ବସିଥିବା ଅନେକ ତଥ୍ୟକୁ ପ୍ରକାଶ କରିବାକୁ ଚେଷ୍ଟା କରାଯାଇଛି l ଯାହା ଆଜିର ଯୁବପିଢିଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ରାଜାରାମ କହିଛନ୍ତି l

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୩ରେ ଦେଶର ଶ୍ରେଷ୍ଠ ଧନୀ ଚାଷୀର ସମ୍ମାନିତ ହୋଇଥିଲେ l ତାଙ୍କ ଦ୍ୱାରା ପ୍ରକାଶିତ ଏହି ପତ୍ରିକାରେ ସେ ସମ୍ପାଦକ ରହିଛନ୍ତି l ୧୦ ବର୍ଷ ଧରି ଏହି ପତ୍ରିକା ପ୍ରକାଶିତ କରାଯାଉଛି ଯେଉଁଠି ଲୁପ୍ତ ହେବାକୁ ବସିଥିଲା କଳା ସଂସ୍କୃତି ରହଣି ସହଣୀ ଉପରେ ଧ୍ୟାନ ଦିଆଯାଇଛି ବିଶେଷ ଭାବରେ l ତେବେ ଆଜି ରାଜାରାମ ଓ କୃଷି ଜାଗରଣର ଟିମ ପାଇଁ ଏକ ଖୁସିର ମାହୋଲ ସୃଷ୍ଟି ହୋଇଥିଲା ଏହି କାର୍ଯ୍ୟକ୍ରମ ଜରିଆରେ l

ଅଧିକ ପଢ଼ନ୍ତୁ

Gooseberry Farming: ଅଁଳାର ଲାଭକାରୀ ଚାଷ କରନ୍ତୁ

ମଲଚିଂ କାଗଜ ପ୍ରୟୋଗ କରିବାର ସଠିକ ଉପାୟ କ’ଣ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments