News

ମହିଳା ଶକ୍ତି ବିଷୟରେ କଣ କହିଲେ ମୋଦି? ପ୍ରତ୍ୟେକ ଦେଶବାସୀ ହେଲେ ଭାବପ୍ରବଣ

ଭାରତର ସ୍ୱାଧୀନତା ସଂଗ୍ରାମରେ ମହିଳା ନେତାଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ ମୋଦି । ଦୈନନ୍ଦିନ ଜୀବନରେ ମହିଳାମାନଙ୍କୁ ଅପମାନିତ କରୁଥିବା ସମସ୍ତ ତତ୍ବରୁ ମୁକ୍ତି ପାଇବା ପାଇଁ ସଙ୍କଳ୍ପ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

15 August, 2022 2:04 PM IST By: Shuvanshu Kar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Modi) ଦିଲ୍ଲୀର ଲାଲ୍‌କିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ ନାରୀ ଶକ୍ତି(Nari Shakti) ବିଷୟରେ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ସ୍ୱାଧୀନତା ସଂଗ୍ରାମରେ ମହିଳା ନେତାଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ ମୋଦି ।

ଭାରତର ସ୍ୱାଧୀନତା ସଂଗ୍ରାମରେ ମହିଳାଙ୍କ ଭୂମିକାକୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ରାଣୀ ଲକ୍ଷ୍ମୀବାଇ ହୁଅନ୍ତୁ କି ଝଲକାରୀବାଇ, ଚେନ୍ନମ୍ମା, ବେଗମ୍ ହଜରତ ମହଲ, ଯେତେବେଳେ ଦେଶର ନାରୀ ଶକ୍ତି ମନେ ପଡ଼େ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ବିକାଶ ପାଇଁ ମହିଳାଙ୍କ ପ୍ରତି ସମ୍ମାନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ନାରୀ ଶକ୍ତିକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୈନନ୍ଦିନ ଜୀବନରେ ମହିଳାଙ୍କ ପ୍ରତି ମାନସିକତା ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କୁ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କୌଣସି କାରଣରୁ ଏହି ଚିନ୍ତାଧାରା ଆମ ଭିତରେ ଆସିଛି ଯେ ଆମେ ମହିଳାମାନଙ୍କୁ ଆମର ଭାଷଣ, ଆଚରଣ, କିଛି ଶବ୍ଦ ସହିତ ଅସମ୍ମାନ କରୁଛୁ । ଦୈନନ୍ଦିନ ଜୀବନରେ ମହିଳାମାନଙ୍କୁ ଅପମାନିତ କରୁଥିବା ସମସ୍ତ ତତ୍ବରୁ ମୁକ୍ତି ପାଇବା ପାଇଁ ସଙ୍କଳ୍ପ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅମୃକାଳରେ ଦେଶର ପ୍ରଗତିରେ ନାରୀ ଶକ୍ତି, ମା, ଭଉଣୀ ଏବଂ ଝିମାନଙ୍କ ଅବଦାନ ବହୁଗୁଣିତ ହେଉଛି । ଆମେ ଆମ ଝିଅମାନଙ୍କୁ ଯେତେ ସୁଯୋଗ ଦେବୁ, ଆମେ ଝିଅମାନଙ୍କ ଉପରେ ଯେତେ ଅଧିକ ସୁବିଧା କେନ୍ଦ୍ରିତ କରିବୁ, ସେମାନେ ଆମକୁ ବହୁଗୁଣ ଫେରାଇ ଦେବେ । ଝିଅମାନେ ଦେଶକୁ ନୂଆ ଉଚ୍ଚତାକୁ ନେଇଯିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Independence Day 2022: କାଶ୍ମୀରରୁ କନ୍ୟାକୁମାରୀ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା

ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ପଞ୍ଚ ସଙ୍କଳ୍ପର ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)