
retail inflation eases in may to 7 percent on lower food prices
ଦରବୃଦ୍ଧିରୁ ଏବେ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ମେ ମାସରେ ୭.୪%କୁ ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ଫୀତି ।
ସୂଚନା ଅନୁଯାୟୀ, ବିଗତ କିଛି ମାସ ହେଲା ଲୋକଙ୍କୁ କଲବଲ କରୁଥିଲା ମହଙ୍ଗା ମାଡ । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ମଧ୍ୟବିତ୍ତ ଓ ଗରୀବ ପରିବାରକୁ ପ୍ରଭାବିତ କରିଥିଲା । ଗତ ଏପ୍ରିଲ ମାସରେ 8 ବର୍ଷର ରେକର୍ଡ ଭାଙ୍ଗି 7.79 ପ୍ରତିଶତ ରହିଥିଲା ଖୁଚୁରା ମୁଦ୍ରାସ୍ଫୀତି (Retail Inflation)। ମାତ୍ର ଦରବୃଦ୍ଧିରୁ ଏବେ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଗତ ମେ ମାସରେ ଖାଉଟି ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ହୋଇଛି ।
ଏହି ମାସରେ ମୁଦ୍ରାସ୍ଫୀତି 7.04 ପ୍ରତିଶତକୁ ଖସି ଆସିଛି । ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (National Statistical Office) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ମୁଖ୍ୟତଃ ଖାଦ୍ୟପଦାର୍ଥ ଓ ଇନ୍ଧନ ମୂଲ୍ୟରେ ସାମାନ୍ୟ ହ୍ରାସ ଏବଂ ଦରଦାମ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କର ଶୁଳ୍କ କାଟ ଓ ସୁଧହାର ବୃଦ୍ଧି ପଦକ୍ଷେପ ଯୋଗୁଁ ମେ ମାସରେ ମୁଦ୍ରାସ୍ଫୀତି କମିଥିବା ରିପୋର୍ଟରେ କୁହାଯାଇଛି ।
ଖୁଚୁରା ମୁଦ୍ରାସ୍ଫୀତି କିଛିଟା ହ୍ରାସ ହୋଇଥିଲେ ମଧ୍ୟ ଏହା ରିଜର୍ଭ ବ୍ୟାଙ୍କର ମୁଦ୍ରାସ୍ଫୀତି ଆକଳନଠାରୁ ଅଧିକ ରହିଛି ।ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟିବାର କାରଣ ହେଉଛି ଏପ୍ରିଲ ତୁଳନାରେ ମେ ମାସରେ ଖାଦ୍ୟସାମଗ୍ରୀ ଏବଂ ଇନ୍ଧନ ଦରରେ ହ୍ରାସ ।
ପ୍ରକାଶ ଥାଉ ଯେ, ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି 7.79 ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚରେ 6.95 ପ୍ରତିଶତ, ଫେବୃୟାରୀରେ 6.07 ପ୍ରତିଶତ ଏବଂ ଜାନୁୟାରୀରେ 6.01 ପ୍ରତିଶତ ରହିଥିଲା ।
Share your comments