News

ରପ୍ତାନି ଉପରେ କଟକଣା ସତ୍ତ୍ବେ ଦର ବୃଦ୍ଧି ଉପରେ ଲାଗୁନି ଲଗାମ, ଗୋଟିଏ ବର୍ଷରେ 19 % ବଢିଲାଣି ଅଟା ଦାମ

ଗତ ଏକ ବର୍ଷ ମଧ୍ୟରେ ଅଟା ଖୁଚୁରା ଦର 19 ପ୍ରତିଶତ ବଢିଥିବାବେଳେ ଚାଉଳରେ 8 ପ୍ରତିଶତ ବୃଦ୍ଧି ହୋଇଛି ।

01 October, 2022 3:41 PM IST By: Shuvanshu Kar

ଅଟା ରପ୍ତାନି(atta export) ଉପରେ କଟକଣା ସତ୍ତ୍ବେ ଖୁଚୁରା ଦର(Retail pric) କ୍ରମାଗତ ବଢିଚାଲିଛି । ଗତ ଏକ ବର୍ଷ ମଧ୍ୟରେ ଅଟା ଖୁଚୁରା ଦର(Retail price of atta) 19 ପ୍ରତିଶତ ବଢିଥିବାବେଳେ ଚାଉଳରେ 8 ପ୍ରତିଶତ ବୃଦ୍ଧି ହୋଇଛି ।

ଗତ ଏକ ମାସରେ ଅଟା ଦାମ 5 ପ୍ରତିଶତ ବଢିଛି । ସେହିପରି ଗହମ ଦରରେ ଗତ ଏକ ମାସରୁ 3 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଗହମ ଫସଲ ନଷ୍ଟ କାରଣରୁ ଗତ ମେ ମାସରେ ଏହାର ରପ୍ତାନି ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର । ହେଲେ ଗତ ଏକ ବର୍ଷରେ ଅଟା ଦର 19 ପ୍ରତିଶତ ଓ ଗହମ ଦର 15 ପ୍ରତିଶତ ବଢିଛି ।

ଖୁଚୁରା ବଜାରରେ ବ୍ରାଣ୍ଡେଡ ଅଟାର ଦାମ କିଲୋ ପିଛା ପାଖାପାଖି 33ରୁ 40 ଟଙ୍କା ଛୁଇଁଛି । ଖାଉଟି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, 28 ସେପ୍ଟେମ୍ବର 2022ରେ ଅଟାର ହାରାହାରି ଦାମ କିଲୋ ପିଛା 65 ଟଙ୍କାରେ ପହଞ୍ଚିଥିଲା । ଅନ୍ୟପକ୍ଷେ ଏହାର ସର୍ବନିମ୍ନ ମୂଲ୍ୟ କିଲୋ ପିଛା 24 ଟଙ୍କା ରହିଛି ।

ଗହମ ଓ ଅଟାର ବଢୁଥିବା ଦରକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ସରକାର ଏହା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିପାରନ୍ତି । ଆମଦାନୀ ଶୁଳ୍କ ହ୍ରାସ ହେଲେ ଗହମର ଆମଦାନୀ ଶସ୍ତା ହେବ । ଏହାଫଳରେ ଦର ବୃଦ୍ଧି ଉପରେ ଆଂଶିକ ଲଗାମ ଲାଗିପାରିବା ନେଇ ଆଶା ରହିଛି ।

ଡିଜିଏଫଟିର ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଆନ୍ତଃମନ୍ତ୍ରଣାଳୟ କମିଟି ଅଟା ବ୍ୟତିତ ସୁଜି, ଲୋଲମିଲ ଅଟା, ରିଜଲ୍ଟେଣ୍ଟ ଅଟା ରପ୍ତାନି ପାଇଁ ମଧ୍ୟ ମଞ୍ଜୁରୀ ନେବାକୁ ପଡିବ । କମିଟି ମଞ୍ଜୁରୀ ମିଳିବା ପରେ ହିଁ ଉତ୍ପାଦକୁ ଭାରତରୁ ରପ୍ତାନି କରାଯାଇପାରିବ ବୋଲି କୁହାଯାଇଥିଲା ।

ରପ୍ତାନୀ ଉପରେ ରୋକ ସତ୍ତ୍ବେ କମୁନି ଗହମ ଦର

ଗହମ ପରେ ଅଟା ମଇଦା ସୁଜି ଉପରେ ଲାଗିଲା କଟକଣା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)