1. କୃଷି ଖବର

ପକ୍ଷୀ ଫେରୁଛନ୍ତି ନୀଡ଼କୁ ...

ଗତ ସପ୍ତାହରୁ ଓଡ଼ିଶାରେ ଖରାର ତାତି ବଢ଼ିଛି l କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର କରିଗଲାଣି l ଏହା ଆମର ଜୀବନଯାତ୍ରା ଉପରେ ଯେତିକି ପ୍ରବାବ ପକାଉଛି ଠିକ ସମାନ ଭାବରେ ପକ୍ଷୀମାନଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଅଛି l ଶୀତ ଋତୁର ପ୍ରାରମ୍ଭରେ ଚିଲିକାକୁ ଆସିଥିବା ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଏହି ହଠାତ ତାପମାତ୍ରାର ବୃଦ୍ଧି ଅସହ୍ୟ ହୋଇଉଠିଛି l

Sugyan Kumar Nayak
Sugyan Kumar Nayak

ଗତ ସପ୍ତାହରୁ ଓଡ଼ିଶାରେ ଖରାର ତାତି ବଢ଼ିଛି l କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର କରିଗଲାଣି l ଏହା ଆମର ଜୀବନଯାତ୍ରା ଉପରେ ଯେତିକି ପ୍ରବାବ ପକାଉଛି ଠିକ ସମାନ ଭାବରେ ପକ୍ଷୀମାନଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଅଛି l ଶୀତ ଋତୁର ପ୍ରାରମ୍ଭରେ ଚିଲିକାକୁ ଆସିଥିବା ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଏହି ହଠାତ ତାପମାତ୍ରାର ବୃଦ୍ଧି ଅସହ୍ୟ ହୋଇଉଠିଛି l

ଅସହ୍ୟ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପକ୍ଷୀଗୁଡ଼ିକ ସୁଦୂର ହିମାଳୟ, ସାଇବେରିଆ, ଇରାନ, ଇରାକ, ବୈକାଲ ହ୍ରଦ, କାସ୍ପିଆନ ସାଗର, ଉତ୍ତର ଏସିଆ,

କେନ୍ଦ୍ରୀୟ ୟୁରୋପ ତଥା ରୁଷିଆରୁ ଚିଲିକାକୁ ଆସିଥାନ୍ତି l ସାଧାରଣତଃ ପ୍ରତିବର୍ଷ ଚିଲିକାକୁ ଅକ୍ଟୋବର ଦ୍ଵିତୀୟ ଏବଂ ତୃତୀୟ ସପ୍ତାହରେ ବିଦେଶାଗତ ପକ୍ଷୀମାନେ ଆସିଥାନ୍ତି ଏବଂ ମାର୍ଚ୍ଚ 

ମାସର ଦ୍ଵିତୀୟ ଏବଂ ତୃତୀୟ ସପ୍ତାହରେ ପୁନଶ୍ଚ ନିଜର ବାସସ୍ଥଳୀକୁ ଫେରିବା ଆରମ୍ଭ କରନ୍ତି l

ଜଳବାୟୁର ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ଅସହ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବାରୁ ଏହି ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି 

l ଫେବୃଆରୀ ମାସର ଶେଷ ସପ୍ତାହରୁ ପକ୍ଷୀଗୁଡ଼ିକ ଫେରିବା ଆରମ୍ଭ କରିଦେଇଛନ୍ତି l

ଚିଲିକା ନଳବନର ଜଳ ସ୍ତର ହ୍ରାସ ପାଇଛି ଏବଂ ତାପମାତ୍ରା ମଧ୍ୟ ବଢ଼ିଯାଇଛି l ଚିଲିକା ୱାଇଲଡ ଲାଇଫ ଡିଭିଜନର ସହକାରୀ କଞ୍ଜରଭେଟର ଏ ସମ୍ପର୍କରେ ସୂଚନା ଦେଇ କୁହନ୍ତି ଯେ, ବାଲୁଗାଁ, ରମ୍ଭା ଭଳି ଚିଲିକାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡ଼ିକରେ ହଠାତ ତାପମାତ୍ରା ବୃଦ୍ଧି ଘଟିଛି l ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦% ବିଦେଶାଗତ ପକ୍ଷୀ ଫେରିସାରିଲେଣି l  ଏବେ କେବଳ ମଙ୍ଗଳାଯୋଡ଼ି ଠାରେ ପକ୍ଷୀମାନେ ରହିଛନ୍ତି କାରଣ ସେଠାରେ ପକ୍ଷୀମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଣି ରହିଛି l

ଭିତରକନିକା ଅଭୟାରଣ୍ୟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି l ଏଠାରୁ ବର୍ତ୍ତମାନ ପକ୍ଷୀମାନେ ଫେରିବା ଆରମ୍ଭ କରିଛନ୍ତି l ପକ୍ଷୀ ଗଣନାରୁ ଜଣାପଡ଼ିଛି ଯେ, ଏହି ବର୍ଷ ଭିତରକନିକା ଅଭୟାରଣ୍ୟକୁ ୧୨୧ ପ୍ରଜାତିର ପକ୍ଷୀ ଆସିଥିଲେ l ଜାନୁଆରୀ ୫, ୨୦୧୧ ସୁଦ୍ଧା କରାଯାଇଥିବା ପକ୍ଷୀଗଣନା ଅନୁସାରେ ଚଳିତ ବର୍ଷ ଚିଲିକାକୁ ୧୯୦ ପ୍ରଜାତିର ପକ୍ଷୀ ଆସିଥିଲେ l ସେଗୁଡ଼ିକ ମଧ୍ୟରୁ ୭୯ ପ୍ରଜାତିର ପକ୍ଷୀ ଦେଶୀ ଏବଂ ୧୧୧ ପ୍ରଜାତିର ବିଦେଶୀ ପକ୍ଷୀ ଥିଲେ ବୋଲି ଗଣନାରୁ ଜଣାପଡ଼ିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments