1. କୃଷି ଖବର

ଡିଜିଟାଲ୍ ପ୍ଲାଟ୍‌ଫର୍ମ ମାଧ୍ୟମରେ କୃଷି ମନ୍ତ୍ରୀଙ୍କ ଖରିଫ ଚାଷର ସମୀକ୍ଷା

ଚଳିତ ଖରିଫ ଋତୁ ଏବଂ ମୌସୁମୀ ବର୍ଷାର ବିଳମ୍ବ ପରିପ୍ରେକ୍ଷୀରେ ଜିଲ୍ଲାରେ ବୃଷ୍ଟିପାତ ସ୍ଥିତିକୁ ଆଖି ଆଗରେ ରଖି ଚାଷୀଙ୍କୁ ବିହନ , ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଉପରେ କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହା ଗୁରୁତ୍ୱାରୋପ କରିଛନ୍ତି ।

Tanushree Mahapatra
Tanushree Mahapatra
Review of Kharif farming by Agriculture Minister, image source - twitter

Review of Kharif farming by Agriculture Minister, image source - twitter

ଚଳିତ ଖରିଫ ଋତୁ ଏବଂ ମୌସୁମୀ ବର୍ଷାର ବିଳମ୍ବ ପରିପ୍ରେକ୍ଷୀରେ ଜିଲ୍ଲାରେ ବୃଷ୍ଟିପାତ ସ୍ଥିତିକୁ ଆଖି ଆଗରେ ରଖି ଚାଷୀଙ୍କୁ ବିହନ , ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଉପରେ କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହା ଗୁରୁତ୍ୱାରୋପ କରିଛନ୍ତି । ଚାଷୀମାନଙ୍କ ଆବଶ୍ୟକତା ଅନୁଯାୟୀ ବିହନ, ସାର ,ଫସଲ ଋଣ ସୁବିଧାରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

ଗତ ଶନିବାର ଦିନଯ କୃଷି ଭବନସ୍ଥିତ ଡିଜିଟାଲ୍ ପ୍ଲାଟ୍‌ଫର୍ମ ‘କୃଷି ସମୀକ୍ଷା କେନ୍ଦ୍ର’ରେ କୃଷି ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାର ଖରିଫ ଚାଷ ଓ ଅନ୍ୟାନ୍ୟ ଯୋଜନା ସଂପର୍କରେ ସମୀକ୍ଷା କରିଥିଲେ ବିଭାଗୀୟ ଅଧିକାରୀଙ୍କ ସହିତ । ଏହି ସମୀକ୍ଷାରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇଥିବାବେଳେ ତଳିପକା ଓ ରୋଇବା କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । 

ଏହାସହିତ ଜିଲ୍ଲାଗୁଡ଼ିକରେ ବୃଷ୍ଟିପାତର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିଥିଲେ l ରାଜ୍ୟରେ ଲାଗି ରହିଥିବା ସମ୍ଭାବ୍ୟ ବର୍ଷାରେ ଶୁଷ୍କ ପରିସ୍ଥିତି ଉପୁଜିଲେ ତାହାର ଉପଯୁକ୍ତ ପରିଚାଳନା ପାଇଁ ମଧ୍ୟ କ୍ଷେତ୍ର ଅଧିକାରୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ବିଭିନ୍ନ ଜିଲ୍ଲାର ଫସଲ ସ୍ଥିତି , ବିହନ ଓ ସାର ଯୋଗାଣ , ସବୁଜ ସାର , ଧନିଚା ଚାଷ , ଆଳୁ , ପନିପରିବା ଓ ମସଲା ଚାଷର ପ୍ରଗତି ଓ ମନରେଗାର ଫାର୍ମପଣ୍ଡ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲେ ।

ସୂଚନାଯୋଗ୍ୟ ଯେ, ଆଗାମୀ ଦିନରେ ଚାଷୀଙ୍କୁ କିଭଳି ସରକାରଙ୍କ ସମସ୍ତ ସହାୟତା ସଠିକ ଭାବେ ମିଳି ପାରିବ   ଏବଂ ସେମାନଙ୍କ ସମସ୍ୟାର ସଠିକ ସମାଧାନ ହୋଇପାରିବ , ଅନ୍ୟପଟେ କୃଷି କାର୍ଯ୍ୟକ୍ରମରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ବୈଷୟିକ ପଦ୍ଧତିର ବିଶ୍ଳେଷଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କୃଷି ସମୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କୃଷି ସମୀକ୍ଷା କ୍ଷେତ୍ରକୁ ବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ମସିହା ଅପ୍ରେଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଉଦ୍‌ଘାଟନ କରିଥିଲେ କୃଷୀଙ୍କ ହିତ ପାଇଁ । କୃଷି କ୍ଷେତ୍ରରେ ସମନ୍ବିତ କମାଣ୍ଡ ଏବଂ କଣ୍ଟ୍ରୋଲର ସୁବିଧା ଏହି କୃଷି ସମୀକ୍ଷା କେନ୍ଦ୍ରରେ ରହିଛି । ଯାହା ଚାଷୀଙ୍କ ସମସ୍ତ ଅସୁବିଧାକୁ ସଠିକ ଏବଂ ଉଚିତ ଉପାୟରେ ସମୟ ମଧ୍ୟରେ ପରିଚାଳନା କରିବା ପାଇଁ ଗଠନ କରାଯାଇଛି l 

କୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ସଦ୍ୟତମ ତଥ୍ୟ ସଂଗ୍ରହ କରି ସେଗୁଡ଼ିକ କୃଷି ସମୀକ୍ଷା କେନ୍ଦ୍ରର ଡିଜିଟାଲ ପ୍ଲାଟ୍‌ଫର୍ମରେ ବିଶ୍ଳେଷଣ କରିବା ହେଉଛି ଏହି କେନ୍ଦ୍ରର କାର୍ଯ୍ୟ l ଏହା ସହିତ ଏଠାରେ ସମସ୍ତ କାର୍ଯ୍ୟକୁ ସମୀକ୍ଷା କରିବା ସହିତ ତ୍ଵରିତ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ କୃଷି ସମୀକ୍ଷା କେନ୍ଦ୍ର ସହାୟକ ହୋଇପାରିଛି ବୋଲି ମଧ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସମୀକ୍ଷା ବୈଠକରେ କହିଛନ୍ତି ।  

କୃଷକ ଓ କୃଷି କ୍ଷେତ୍ରରେ ଏହାର ଯଥେଷ୍ଟ ଉପଯୋଗ ରହିଥିବାରୁ ଭବିଷ୍ୟତରେ ଏହାର ପରିସରକୁ ଅଧିକ ବ୍ୟାପକ କରାଯିବାର ଯୋଜନା ରହିଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ . ଅରବିନ୍ଦ କୁମାର ପାଢ଼ୀ ଚଳିତ ବର୍ଷ ଖରିଫ ଚାଷର ସ୍ଥିତି ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ , ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା , ମୃତ୍ତିକା ଓ ଜଳବିଭାଜିକା ନିର୍ଦ୍ଦେଶକ ଶୁଭମ ସକ୍‌ସେନା, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l ସେହିପରି ଅନ୍ୟାନ୍ୟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments