ବର୍ଷାର ପରିମାଣ ହ୍ରାସ କାରଣରୁ ପ୍ରଭାବିତ ହୋଇଛି ଧାନ ରୋପଣ(paddy acreage)। ଏଭଳିସ୍ଥିତିରେ ଚଳିତ ଖରିଫ ରୁତୁ(kharif season)ରେ 5 ଅଗଷ୍ଟ ଯାଏଁ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ ଭଳି ରାଜ୍ୟରେ ଧାନ ରୋପଣ(paddy acreage) 13 ପ୍ରତିଶତ କମିଛି । କୃଷି ମନ୍ତ୍ରଣାଳୟ(Agriculture Ministry)ର ରିପୋର୍ଟ ଅନୁଯାୟୀ, ଧାନ ରୋପଣ 5 ଅଗଷ୍ଟସୁଦ୍ଧା 274.30 ଲକ୍ଷ ହେକ୍ଟର ରହିଥିଲା । ଏକ ବର୍ଷ ପୂର୍ବେ ଏହି ସମୟରେ ଏହି ସଂଖ୍ୟା ରହିଥିଲା 314.14 ଲକ୍ଷ ହେକ୍ଟର ।
ଭାରତ ଦ୍ବିତୀୟ ବୃହତ ଧାନ ଉତ୍ପାଦକ ଓ ସର୍ବବୃହତ ରପ୍ତାନିକାରୀ ଦେଶ । ବିଶ୍ବ ବାଣିଜ୍ୟରେ ଭାରତର ଅଂଶ 40 ପ୍ରତିଶତ ରହିଛି । କମ୍ ଧାନ ବିହନ ରୋପଣ ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ (12.28 ଲକ୍ଷ ହେକ୍ଟର), ଝାଡଖଣ୍ଡ (9.34 ଲକ୍ଷ ହେକ୍ଟର), ବିହାର (4.85 ଲକ୍ଷ ହେକ୍ଟର), ଛତିଶଗଡ (4.39 ଲକ୍ଷ ହେକ୍ଟର), ଉତ୍ତରପ୍ରଦେଶ (3.82 ଲକ୍ଷ ହେକ୍ଟର), ମଧ୍ୟପ୍ରଦେଶ (3.72 ଲକ୍ଷ ହେକ୍ଟର), ଓଡିଶା (3.56 ଲକ୍ଷ ହେକ୍ଟର) ଏବଂ ତେଲେଙ୍ଗାନା (2.89 ଲକ୍ଷ ହେକ୍ଟର) ସାମିଲ ରହିଛି ।
ଫସଲ ବର୍ଷରେ 2021-22 (ଜୁନ-ଜୁଲାଇ)ରେ ଧାନ ଉତ୍ପାଦନ ରେକର୍ଡ 12 କୋଟି 96.6 ଲକ୍ଷ ଟନ ଥିଲା । 2021-22 ଆର୍ଥିକ ବର୍ଷରେ ଭାରତ 2.12 କୋଟି ଟନ୍ ଚାଉଳ ରପ୍ତାନି କରିଛି, ସେଥିମଧ୍ୟରୁ 39.4 ଲକ୍ଷ ଟନ୍ ବାସୁମତି ଚାଉଳ ରହିଛି । ଧାନ ବ୍ୟତୀତ ଡାଲି ବୁଣାଯାଇଥିବା କ୍ଷେତ୍ର 119.43 ଲକ୍ଷ ହେକ୍ଟରରୁ 116.45 ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି । ଅନ୍ୟପକ୍ଷେ ତୈଳବୀଜ, କପା, ଆଖୁ, ଝୋଟର ରୋପଣ ଅଧିକ ରହିଛି ।
ମନ୍ତ୍ରଣାଳୟ ଦ୍ବାରା ସଂଗୃହିତ ତଥ୍ୟରୁ ଜଣାପଡିଛି ଯେ ମୋଟା ଚାଉଳ ରୋପଣ 154.40 ଲକ୍ଷ ହେକ୍ଟରରୁ 160.37 ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଥିବାବେଳେ ତୈଳବୀଜ ରୋପଣ 173.82 ଲକ୍ଷ ହେକ୍ଟରରୁ 174.79 ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି ।
କପା ଅନ୍ତର୍ଗତ କ୍ଷେତ୍ର 113.50 ଲକ୍ଷରୁ 121.12 ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଥିବାବେଳେ ଆଖୁ କ୍ଷେତ୍ର 54.42 ଲକ୍ଷ ହେକ୍ଟରରୁ 54.67 ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି । ସେପଟେ ଝୋଟ କ୍ଷେତ୍ର 6.94 ଲକ୍ଷ ହେକ୍ଟରରୁ 6.92 ଲକ୍ଷ ହେକ୍ଟରରେ ରହିଛି ।
ଧାନର କମ ରୋପଣ ଖରିଫ ଋତୁରେ ଚାଉଳର ଉତ୍ପାଦନ ଏବଂ ମୂଲ୍ୟକୁ ନେଇ ଚିନ୍ତା ବଢାଇ ଦେଇଛି ଯାହା ମୋଟ ଉତ୍ପାଦନର ପ୍ରାୟ 80% ଅଟେ। ଗତ କିଛି ବର୍ଷ ମଧ୍ୟରେ ଅଧିକ ଉତ୍ପାଦନ ଏବଂ କ୍ରୟ ଯୋଗୁଁ, ଜୁଲାଇ 1 ସୁଦ୍ଧା 1.35 କୋଟି ଟନ୍ ବଫର୍ ମାପଦଣ୍ଡ ତୁଳନାରେ କେନ୍ଦ୍ରରେ 4.7 କୋଟି ଟନ୍ ଚାଉଳ ମହଜୁଦ ରହିଥିଲା ।
ମୂଲ୍ୟ ବୃଦ୍ଧି ସ୍ଥିତିରେ ବଜାରରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ଏହାର ଗୋଦାମରୁ ଚାଉଳ ଉପଯୋଗ କରିପାରେ । ପୂର୍ବରୁ, ରାସନ ଦୋକାନ ମାଧ୍ୟମରେ ଗହମ ଅପେକ୍ଷା ଅଧିକ ଚାଉଳ ଯୋଗାଉଥିବାରୁ ଚଳିତ ବର୍ଷ ଗହମ କ୍ରୟ 19 ମିଲିୟନ ଟନକୁ ହ୍ରାସ ପାଇ ଗତ ବର୍ଷ ତୁଳନାରେ 43 କୋଟି ଟନରେ ପହଞ୍ଚିଛି ।