1. କୃଷି ଖବର

ଏଥର ହେବନି ଧାନ ଉତ୍ପାଦନ ହ୍ରାସ ! କଣ କହିଲେ କୃଷିମନ୍ତ୍ରୀ ?

ଶନିବାର କେନ୍ଦ୍ର କୃଷିମମନ୍ତ୍ରୀ କହିଛନ୍ତି, ଚଳିତ ଖରିଫ ଋତୁରେ ଧାନ ବିହନର ଅଭାବକୁ ପୁରଣ କରିବାର ସମ୍ଭାବନା ରହିଛି ।

Shuvanshu Kar
Shuvanshu Kar
Shortfall in paddy sowing likely to be covered in kharif season, Says Narendra Singh Tomar

Shortfall in paddy sowing likely to be covered in kharif season, Says Narendra Singh Tomar

ଏଥର ନ ହୋଇପାରେ ଧାନ ଉତ୍ପାଦନ ହ୍ରାସ(Shortfall in paddy) । ଏନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର(Narendra Singh Tomar) । ଶନିବାର କେନ୍ଦ୍ର କୃଷିମମନ୍ତ୍ରୀ କହିଛନ୍ତି, ଚଳିତ ଖରିଫ ଋତୁରେ ଧାନ ବିହନର ଅଭାବକୁ ପୁରଣ କରିବାର ସମ୍ଭାବନା ରହିଛି ।

କୃଷି ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଖରିଫ ଋତୁର ଜୁନ୍ 29 ପର୍ଯ୍ୟନ୍ତ ଧାନ ବିହନ ବୁଣିବାରେ 231.59 ଲକ୍ଷ ହେକ୍ଟରର ରହିଛି । ଏହା ପୂର୍ବ ବର୍ଷ ତୁଳନାରେ 35.46 ଲକ୍ଷ ହେକ୍ଟର ହ୍ରାସ ପାଇଛି । ପୂର୍ବ ବର୍ଷ ଏହା 267.05 ଲକ୍ଷ ହେକ୍ଟର ରହିଥିଲା । ଧାନ ବୁଣିବା ଏପର୍ଯ୍ୟନ୍ତ ହ୍ରାସ ପାଇଛି, କିନ୍ତୁ ଏହି ଅଭାବ ପୁରଣ ହେବାର ସମ୍ଭାବନା ରହିଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ପଶ୍ଚିମବଙ୍ଗରେ 10.62 ଲକ୍ଷ ହେକ୍ଟର, ଉତ୍ତରପ୍ରଦେଶରେ 6.68 ଲକ୍ଷ ହେକ୍ଟର, ବିହାରରେ 5.61 ଲକ୍ଷ ହେକ୍ଟର ଝାଡଖଣ୍ଡରେ 4.72 ଲକ୍ଷ ହେକ୍ଟର, ତେଲେଙ୍ଗାନାରେ 4.06 ଲକ୍ଷ ହେକ୍ଟରରେ ଧାନ ବୁଣା ହ୍ରାସ ପାଇଛି । ଓଡିଶା, ଛତିଶଗଡ, ତ୍ରିପୁରା ଏବଂ ଆସାମରେ ମଧ୍ୟ ଧାନ ବିହନ ବୁଣିବା ହ୍ରାସ ପାଇଥିବା ରିପୋର୍ଟ ମିଳିଛି ।

ଧାନ ହେଉଛି ମୁଖ୍ୟ ଖରିଫ ଫସଲ ଏବଂ ଦେଶର ମୋଟ ଧାନ ଉତ୍ପାଦନର 80% ରୁ ଅଧିକ ଏହି ଋତୁରେ ହୋଇଥାଏ । ଧାନ ସମେତ ଖରିଫ ଫସଲ ବୁଣିବା ଜୁନ୍ ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭରୁ ଆରମ୍ଭ ହୋଇଥାଏ । ଭାରତ ପାଣିପାଗ ବିଭାଗ ଚଳିତ ବର୍ଷ ସ୍ବାଭାବିକ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆକଳନ କରିଛି।

ଜୁନ୍ 1ରୁ ଜୁଲାଇ 27 ମଧ୍ୟରେ ଦେଶରେ 10 ପ୍ରତିଶତ ଅଧିକ ମୌସୁମୀ ବର୍ଷା ହୋଇଥିଲେ ମଧ୍ୟ ସମାନ ଅବଧିରେ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ 15 ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାଯାଇଛି। ଭାରତୀୟ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମିଜୋରାମ ଏବଂ ମଣିପୁରରେ ବର୍ଷା ଅଭାବ ଥିଲା । ଧାନ ଉତ୍ପାଦନକାରୀ ତଥା ସର୍ବୋଚ୍ଚ ରପ୍ତାନକାରୀ ଦେଶ ହେଉଛି ଭାରତ ।

ଧାନ ଚାଷ ପାଇଁ କେମିତି ବାଛିବେ ଉନ୍ନତମାନର ବିହନ, ଜାଣନ୍ତୁ...

ବିକ୍ରି ହେଉନି ସରକାରୀ ବିହନ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments