News

ପାର୍ବଣରେ ତଳ ଉପର ଦରଦାମ, ବଢୁଛି ଗହମ ଖସୁଛି ଚାଉଳ

ଦୁଇଟି ଭିନ୍ନ ଦିଗକୁ ଗତି କରୁଛି ଗହମ ଓ ଚାଉଳ ଦର । ଗୋଟିଏର ମୂଲ୍ୟ ଉପରମୁହାଁ ଥିବାବେଳେ ଅନ୍ୟଟି ତଳ ମୁହାଁ ହେଉଛି ।

06 October, 2022 12:30 PM IST By: Shuvanshu Kar

ଚାଲିଛି ପାର୍ବଣ ଋତୁ । ଏହି ସମୟରେ ଦୁଇଟି ଭିନ୍ନ ଦିଗକୁ ଗତି କରୁଛି ଗହମ(Wheat) ଓ ଚାଉଳ ଦର(Rice Price) । ଗୋଟିଏର ମୂଲ୍ୟ ଉପରମୁହାଁ ଥିବାବେଳେ ଅନ୍ୟଟି ତଳ ମୁହାଁ ହେଉଛି । ଗହମ ଦର(Wheat Price) ବଢୁଥିବାବେଳେ ଅନ୍ୟପକ୍ଷେ ଚାଉଳ ଦର କମୁଥିବା ଦେଖିବାକୁ ମିଳୁଛି ।

ପାର୍ବଣ ଋତୁରେ 4 ପ୍ରତିଶତ ବଢିଛି ଗହମ ଦାମ । ସେପଟେ ବାସୁମତି ଚାଉଳ ଦର 12 ପ୍ରତିଶତ କମିଥିବାବେଳେ ଅଣବାସୁମତି ଚାଉଳ ଦର 5 ପ୍ରତିଶତ ଯାଏଁ ଖସିଛି ।

ନିକଟରେ ଗହମ ଏବଂ ଚାଉଳର ଖୁଚୁରା ଓ ହୋଲସେଲ ମୂଲ୍ୟ ହ୍ରାସ ହୋଇଥିବା ତଥା ଗତ ସପ୍ତାହରେ ଗହମ ଓ ଆଟାର ମୂଲ୍ୟ ସ୍ଥିର ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଭାରତ ସରକାର ନିୟମିତ ଭାବେ ଗହମ ଏବଂ ଚାଉଳ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିଲା ।

ସେପଟେ ଅଟା ରପ୍ତାନି ଉପରେ କଟକଣା ସତ୍ତ୍ବେ ଖୁଚୁରା ଦର କ୍ରମାଗତ ବଢିଚାଲିଛି । ଗତ ଏକ ବର୍ଷ ମଧ୍ୟରେ ଅଟା ଖୁଚୁରା ଦର 19 ପ୍ରତିଶତ ବଢିଥିବା ଜଣାପଡିଛି । ଗହମ ଫସଲ ନଷ୍ଟ କାରଣରୁ ଗତ ମେ ମାସରେ ଏହାର ରପ୍ତାନି ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର ।

ଏପଟେ ସ୍ବଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇଥିଲେ ମଧ୍ୟ ଚଳିତ ଋତୁରେ ଖରିଫ ଧାନ ଉତ୍ପାଦନ 6 ପ୍ରତିଶତ ହ୍ରାସ ଘଟିବା ନେଇ ଆକଳନ କରାଯାଇଛି ।

Kharif rice production: ଏଥର 6% କମିବ ଖରିଫ ଧାନ ଉତ୍ପାଦନ

ଖାଉଟିଙ୍କ ପାଇଁ ବଡ ଖବର, ନିୟନ୍ତ୍ରଣରେ ଅଛି ଅଟା-ଚାଉଳ ଦର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)