1. କୃଷି ଖବର

ଖାଉଟିଙ୍କ ପାଇଁ ବଡ ଖବର, ନିୟନ୍ତ୍ରଣରେ ଅଛି ଅଟା-ଚାଉଳ ଦର

ଗହମ ଏବଂ ଚାଉଳର ଖୁଚୁରା ଓ ହୋଲସେଲ ମୂଲ୍ୟ ହ୍ରାସ ହୋଇଥିବା ତଥା ଗତ ସପ୍ତାହରେ ଗହମ ଓ ଆଟାର ମୂଲ୍ୟ ସ୍ଥିର ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

Shuvanshu Kar
Shuvanshu Kar
Wheat, atta, rice prices under control; sufficient foodgrain stocks available: Centre

Wheat, atta, rice prices under control; sufficient foodgrain stocks available: Centre

ଅଟା ଓ ଚାଉଳର ଖୁଚୁରା ଦର(Retail prices) ବୃଦ୍ଧିକୁ ନେଇ ରିପୋର୍ଟ ପ୍ରକାଶ ପରେ ଏହା ଉପରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର । ଗହମ ଏବଂ ଚାଉଳର ଖୁଚୁରା ଓ ହୋଲସେଲ ମୂଲ୍ୟ ହ୍ରାସ ହୋଇଥିବା ତଥା ଗତ ସପ୍ତାହରେ ଗହମ ଓ ଆଟାର ମୂଲ୍ୟ ସ୍ଥିର ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପ୍ରଧାନ ମନ୍ତ୍ରୀ ଗାରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)କୁ ତିନିମାସ ବଢାଇବାର କିଛି ଦିନ ପରେ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ଉପଲବ୍ଧ ଅଛି। ଭାରତ ସରକାର ନିୟମିତ ଭାବେ ଗହମ ଏବଂ ଚାଉଳ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଗତ ଦୁଇ ବର୍ଷ ମଧ୍ୟରେ ଗହମ ଏବଂ ଚାଉଳର ମୂଲ୍ୟ ସଂପୃକ୍ତ ବର୍ଷଗୁଡ଼ିକରେ MSP ବୃଦ୍ଧି ସହିତ ଅଧିକ କିମ୍ବା କମ୍ ବୃଦ୍ଧି ପାଇଛି । 2021-22 ମଧ୍ୟରେ ମୂଲ୍ୟ ତୁଳନାତ୍ମକ ଭାବରେ କମ ରହିଥିଲା ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି ।

ମୂଲ୍ୟ ନିୟନ୍ତ୍ରଣ କରିବା ଏବଂ ସମାଜର ଆର୍ଥିକ ରୂପେ ଦୁର୍ବଳ ଶ୍ରେଣୀଙ୍କ ଅସୁବିଧାକୁ ଏଡାଇବା ପାଇଁ କେନ୍ଦ୍ର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)କୁ ଅକ୍ଟୋବର 2022ରୁ ଡିସେମ୍ବର 2022 ପର୍ଯ୍ୟନ୍ତ ବୃଦ୍ଧି କରିଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA)ର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ, ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଏବଂ PMGKAY ର ଅତିରିକ୍ତ ଆବଶ୍ୟକତା ଉପଲବ୍ଧ ଥିବାବେଳେ ମୂଲ୍ୟ ନିୟନ୍ତ୍ରଣରେ ରହିଥିବା ମନ୍ତ୍ରଣାଳୟ କହିଛି ।

ଗତ ଏକ ବର୍ଷ ମଧ୍ୟରେ ଅଟା ଖୁଚୁରା ଦର(Retail price of atta) 19 ପ୍ରତିଶତ ବଢିଥିବାବେଳେ ଚାଉଳରେ 8 ପ୍ରତିଶତ ବୃଦ୍ଧି ହୋଇଥିବା କୁହାଯାଉଥିଲା ।

ରପ୍ତାନି ଉପରେ କଟକଣା ସତ୍ତ୍ବେ ଦର ବୃଦ୍ଧି ଉପରେ ଲାଗୁନି ଲଗାମ, ଗୋଟିଏ ବର୍ଷରେ 19 % ବଢିଲାଣି ଅଟା ଦାମ

ରପ୍ତାନୀ ଉପରେ ରୋକ ସତ୍ତ୍ବେ କମୁନି ଗହମ ଦର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments