1. କୃଷି ଖବର

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼: ବୃଦ୍ଧି ହେବ ଏହି ସବୁ ଖାଦ୍ୟର ଦର

ଏହି ବର୍ଷ ଆର୍ଥିକ ବଜେଟ ବସିବା ପରେ ଅନେକ ଖାଦ୍ୟ ଦର ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ବଢ଼ିବାରେ ଲାଗିଛି l

Tanushree Mahapatra
Tanushree Mahapatra
Rise in inflation rate of pulses rice wheat milk prices, image source -pexels.com

Rise in inflation rate of pulses rice wheat milk prices, image source -pexels.com

ଏହି ବର୍ଷ ଆର୍ଥିକ ବଜେଟ ବସିବା ପରେ ଅନେକ ଖାଦ୍ୟ ଦର ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ବଢ଼ିବାରେ ଲାଗିଛି l କେତେବେଳେ ଖାଇବା ତେଲ ଦର ବଢୁଛି ତ ଆଉ କେତେବେଳେ ପେଟ୍ରୋଲ ଡିଜେଲ ଦର ବଢୁଛି l

ଯାହାକୁ ନେଇ ଖାଉଟି ସବୁବେଳେ ଚିନ୍ତାରେ l ଏବେ ବଜାରରେ ଅଦା ଦର ଆକାଶ ଛୁଆଁ ହୋଇଥିବା ବେଳେ ଆଗକୁ ଆହୁରି ଅନେକ କିଛିର ଦର ବଢିବାକୁ ଯାଉଛି l  ସେହିପରି ନିକଟରେ ଆଉ ଏକ ଖବର ଗ୍ରାହକଙ୍କୁ ବଡ ଝଟକା ଦେଇଛି l ମହଙ୍ଗା ହେବାକୁ ଯାଉଛି ଅନେକ କିଛି ଜିନିଷର ଦର l

ତେବେ ଏପ୍ରିଲରେ ହୋଲସେଲ ଏବଂ ଅନ୍ୟାନ୍ୟ ଖାଦ୍ୟର ମହଙ୍ଗା ମାଡରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଆଉ କିଛି ସାମଗ୍ରୀର ଦାମରେ ଲଗାମ୍ ଲାଗୁନାହିଁ ଯାହା ପାଇଁ ଖାଉଟି ହନ୍ତସନ୍ତ ହେଉଛନ୍ତି । ଆଉ ଏବେ ଏଥିରେ ଡାଲି, ଚାଉଳ, ଗହମ ଏବଂ କ୍ଷୀର ଭଳିଆ ଟି ଜରୁରୀ ଖାଦ୍ୟ ସାମିଲ ହୋଇଛି । ଏଗୁଡିକର ମୂଲ୍ୟ ପ୍ରତି ବର୍ଷରେ ଆରବିଆଇର ସ୍ଥିର ମହଙ୍ଗା ଦରର ପାଞ୍ଚ ପ୍ରତିଶତ ସୀମାଠାରୁ ଅଧିକ  ରହି ଆସିଥିବା ନଜର ରହିଛି ।

ସେହିପରି ଏବେ ଧାନ ଏବଂ ଡାଲିର ମହଙ୍ଗା ହାରରେ ବୃଦ୍ଧି  ଘଟିଛି  l ଡାଲି ଏବଂ ଧାନରେ ସର୍ବାଧିକ ମୁଦ୍ରାସ୍ଫୀତି ହାର ବଢିଥିବା ଦେଖିବାକୁ ମିଳିଛି । ଡାଲିର ମୁଦ୍ରାସ୍ଫୀତି ହାର ଏପ୍ରିଲ୍ ୨୦୨୨ ରେ -୦.୩୪ ପ୍ରତିଶତ ରହିଥିଲା, ଯାହା ଏପ୍ରିଲ୍ ୨୦୨୩ ରେ ୫.୫୫ ପ୍ରତିଶତରେ ପହଞ୍ଚିଥିବାର ସୂଚନା ରହିଛି । ମାର୍ଚ୍ଚ ୨୦୨୩ରେ ଏହି ସଂଖ୍ୟା ୩.୦୩ ପ୍ରତିଶତ ରହିଥିବା ଜଣାପଡିଛି । ସେହିଭଳି ଏପ୍ରିଲ୍ ୨୦୨୨ ରେ ଧାନର ମୁଦ୍ରାସ୍ଫୀତି ହାର ପାଖାପାଖି ୧ .୪୮  ପ୍ରତିଶତ ରହିଥିଲା । ମାର୍ଚ୍ଚରେ ଏହି ହାର ବଢିବା ପରେ ୭ .୭୫ ପ୍ରତିଶତ ରହିଥିଲା ।

ସେହିପରି କିଛିଦିନ ପୂର୍ବରୁ କ୍ଷୀର ଦର ବଢିଥିଲା l ଯାହା ପାଇଁ ଖାଉଟିଙ୍କ ମଧ୍ୟରେ ଆସନ୍ତି ବଢିଥିଲା l ତେବେ ଅନେକ କିଛି ଖାଦ୍ୟ ଉପରେ ମୁଦ୍ରାସ୍ଫୀତି ହାର ବଢିଥିବାବେଳେ କ୍ଷୀରରେ ମଧ୍ୟ ଏହା ହୋଇଥିବା ନଜର ଆସିଥିଲା l ତେବେ କ୍ଷୀରର ହୋଲସେଲ ମୁଦ୍ରାସ୍ଫୀତି ହାର ଗତ ବର୍ଷ ଏପ୍ରିଲରେ ୫.୫୬ ପ୍ରତିଶତ ରହିଥିଲା ଯାହା ଚଳିତ ବର୍ଷ ଏପ୍ରିଲରେ ୭.୧ ପ୍ରତିଶତରେ ପହଞ୍ଚିଛି । ମାର୍ଚ୍ଚ ୨୦୨୩ ରେ ଏହି ସଂଖ୍ୟା ୮.୪୮ ପ୍ରତିଶତ ରହିଥିଲା ।

ଅନ୍ୟପଟେ ଗହମ ଦରରେ ମଧ୍ୟ ଏହା ପରିଲକ୍ଷିତ ହୋଇଥିଲା l  ସେହିଭଳି ଗହମର ମୁଦ୍ରାସ୍ଫୀତି ହାରରେ ଏକ ହ୍ରାସ ଦେଖାଦେଇଛି । ୨୦୨୨ ଏପ୍ରିଲରେ ଗହମର ମୁଦ୍ରାସ୍ଫୀତି ହାର ପାଖାପାଖି ୧୧.୦୨ ପ୍ରତିଶତ ଥିଲା ଯାହା ଏପ୍ରିଲ୍ ୨୦୨୩ ରେ ୭.୨୭ ପ୍ରତିଶତକୁ ଖସି ଆସିଥିବା ନଜ ଆସିଥିଲା । ମାର୍ଚ୍ଚ ୨୦୨୩ ରେ ଏହି ସଂଖ୍ୟା ୯.୧୬ ପ୍ରତିଶତ ରହିଥିଲା । ତେବେ ଏ ନେଇ ବିଶେଷଜ୍ଞମାନେ ନିଜ ମତ ଦେଇ କହିଛନ୍ତି ଯେ ପରିବର୍ତ୍ତିତ ପାଣିପାଗ ପ୍ରଭାବ  ଫସଲ ଉପରେ ଦେଖାଯାଉଛି । ଯାହା ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହେଉଛି l ତେବେ ଏହି କ୍ଷତି ବିଶେଷ ଭାବରେ ଗହମ, ଧାନ ଏବଂ ଡାଲି ଉତ୍ପାଦନକୁ ପ୍ରଭାବିତ କରୁଛି ଯାହା ଚାଷୀଙ୍କ ସହିତ ଦେଶର ଅର୍ଥନୀତିକୁ ମଧ୍ୟ କ୍ଷତି ପହଞ୍ଚାଉଛି । ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ସେଗୁଡ଼ିକୁ ସଂରକ୍ଷଣ କରୁଛନ୍ତି, ଯେଉଁ କାରଣରୁ ଖାଦ୍ୟ ପଦାର୍ଥ ଗୁଡିକର ମୂଲ୍ୟ ପ୍ରଭାବିତ ହୋଇଛି । ଯାହା ଖାଉଟିଙ୍କୁ ଏବେ ଚିନ୍ତାରେ ପକାଇଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments