1. କୃଷି ଖବର

କୃଷକଙ୍କ ଆର୍ଥିକ ସ୍ଥିରତା ପାଇଁ କୃଷି ବୋର୍ଡର ଭୂମିକା

ମିଲେନିୟର ଫାର୍ମର ଇଣ୍ଡିଆର ଦ୍ଵିତୀୟ ତମ ଆଲୋଚନା ଚକ୍ରର ବିଷୟବସ୍ତୁ ହେଉଛି " ଚାଷୀଙ୍କ ଆର୍ଥିକ ସୁଦୃଢତାରେ କୃଷି ବୋର୍ଡର ଭୂମିକା " l ବିଶେଷ କରି କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି କ୍ଷେତ୍ର, ଭିତ୍ତିଭୂମି ପାଇଁ ପୁଞ୍ଜି ଲଗାଣ ଏବଂ ନିୟାମକ ପ୍ରସଙ୍ଗ ଉପରେ କୃଷି ବୋର୍ଡର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ l

Tanushree Mahapatra
Tanushree Mahapatra
role of agriculture board's for ensuring the financial stability of farmers

role of agriculture board's for ensuring the financial stability of farmers

ମିଲେନିୟର ଫାର୍ମର ଇଣ୍ଡିଆର ଦ୍ଵିତୀୟ ତମ ଆଲୋଚନା ଚକ୍ରର ବିଷୟବସ୍ତୁ ହେଉଛି " ଚାଷୀଙ୍କ ଆର୍ଥିକ ସୁଦୃଢତାରେ କୃଷି ବୋର୍ଡର ଭୂମିକା " l ବିଶେଷ କରି କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି କ୍ଷେତ୍ର, ଭିତ୍ତିଭୂମି ପାଇଁ ପୁଞ୍ଜି ଲଗାଣ ଏବଂ ନିୟାମକ ପ୍ରସଙ୍ଗ ଉପରେ କୃଷି ବୋର୍ଡର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ l

କାରଣ ଚାଷୀଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର କରିବାରେ ଏହି ବୋର୍ଡ ସହାୟତା ପ୍ରଦାନ କରିଥାଏ l ଏହି ଆଲଚନା ଚକ୍ରରେ ଭାଗ ନେଇଥିଲେ ଦେବରତ ଶର୍ମା ( member , national bee board ), ଡାକ୍ତର ପ୍ରଭାତ କୁମାର ( national horticulture board ) , ଡାକ୍ତର ସାୱର  ଧନାନିଆ( chairman , rubber board of india ) , ଡି.କୁପୁରାମୁ( chairman , coir board of india ), ବିଜେନ୍ଦ୍ର ସିଂ ଦଲାଲ( pragatisheel kisan club ) l

ପ୍ରଭାବଶାଳୀ କୃଷି ମାର୍କେଟିଂର ଦକ୍ଷ ତଥା ପ୍ରଭାବଶାଳୀ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବା ଏବଂ କୃଷକଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ କୃଷି ବୋର୍ଡ କାର୍ଯ୍ୟ କରିଥାଏ l କୃଷିକୁ ଅନଲାଇନ୍ ପ୍ଲାଟଫର୍ମ ଦେବାରେ ଏହାର ସହାୟକ ରହିଛି l

କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ କରିବାରେ ଏହାର ଭୂମିକା ଅନନ୍ୟ l ମଞ୍ଚସ୍ଥ ସମସ୍ତ ଅତିଥି କୃଷି ବୋର୍ଡର ଭୂମିକା କଣ ରହିଛି କୃଷି ଜଗତରେ ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରିଥିଲେ ସମସ୍ତଙ୍କର l କିପରି ଦେଶରେ ଚାଷୀଙ୍କୁ କୃଷି ବୋର୍ଡ ସହାୟତା ପ୍ରଦାନ କରୁଛି ସେଥିପ୍ରତି ଧ୍ୟାନ ଆକର୍ଷିତ କରାଯାଇଥିଲା ସମସ୍ତଙ୍କର l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments