1. କୃଷି ଖବର

କୃଷି ବିକାଶ ଓ ସମୃଦ୍ଧି କ୍ଷେତ୍ରରେ କୁଳପତିଙ୍କ ଭୂମିକା

କୃଷି ଜାଗରଣ ଦ୍ୱାରା ଆୟୋଜିତ ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ ର ଆଜି ଦ୍ଵିତୀୟ ଦିନ l ଏହି କୃଷି ପୁରସ୍କାରର ମହାସମ୍ମିଳନି ପର୍ବରେ ବିଭିନ୍ନ ବିଭାଗ ବିଷୟରେ ଆଲୋଚନା କରାଯାଇଥିଲା l

Tanushree Mahapatra
Tanushree Mahapatra
role of VCs in fostering growth and farmers prosperity

role of VCs in fostering growth and farmers prosperity

କୃଷି ଜାଗରଣ ଦ୍ୱାରା ଆୟୋଜିତ ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ ର ଆଜି ଦ୍ଵିତୀୟ ଦିନ l ଏହି କୃଷି ପୁରସ୍କାରର ମହାସମ୍ମିଳନି ପର୍ବରେ ବିଭିନ୍ନ ବିଭାଗ ବିଷୟରେ ଆଲୋଚନା କରାଯାଇଥିଲା l କୃଷି ଜଗତ କୁ ଦୃଷ୍ଟିରେ ରଖି ଅନେକ ବିଷୟ ଉପରେ ଆଲୋଚନା କରିଥିଲେ ଏକ୍ସପର୍ଟ l

ସେହିପରି ଅନ୍ୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ ବିଭିନ୍ନ ପ୍ରକାର ବିଶ୍ୱବିଦ୍ୟାଳୟର କୁଳପତିମାନେ ଉପସ୍ଥିତ ଥିଲେ l ଯେଉଁମାନଙ୍କ ଏକ ପ୍ରମୁଖ ଭୂମିକା ରହିଛି କୃଷି ଓ ଚାଷୀଙ୍କ ଜୀବନରେ l

ତେବେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ଚକ୍ରର ଆଲୋଚନାର ବିଷୟ ରହିଥିଲା " କୃଷି ବିକାଶ ଓ ସମୃଦ୍ଧିରେ କୁଳପତିଙ୍କ ଭୂମିକା " l ଏହି ଆଲୋଚନା ରେ ଦେଶର ବଡ ବଡ ବିଶ୍ୱବିଦ୍ୟାଳୟର କୁଳପତି ମାନେ ଯୋଡି ହୋଇଥିଲେ l ଏହି ଆଲଚନାର ପନେଲିଷ୍ଟ ମାନେ ରହିଥିଲେ -dr RC.agrawal ( DDG education , IARI ) , dr Kamal pathak ( former vice president ,DUVASU )B , Dr nutan kaushik ( director general , AMITY university ) , dr rameshwar sing ( patna , BASU ) l

ତେବେ ଏହି ସମସ୍ତ ପନେଲିଷ୍ଟ କୃଷି ବୈଜ୍ଞାନିକ ପଦ୍ଧତିରେ କରିବା ଆବଶ୍ୟକ ଚାଷୀଙ୍କୁ l କାରଣ ଏହା କମ ଖର୍ଚ୍ଚରେ ହାଡ଼ିକ ଲାଭ ଦେଇଥାଏ ଯାହା ଶରୀର ପାଇଁ ଖୁବ ଭଲ l ଏହାର କୌଣସି ପ୍ରକାର ଖରାପ ପ୍ରଭାବ ପକାଇନଥାଏ l ବିଶ୍ୱବିଦ୍ୟାଳୟ ଗୁଡିକ କିପରି କୃଷି କ୍ଷେତ୍ରରେ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ତାହା ଉପରେ ଆଲୋକପାତ କରାଯାଇଥିଲା l ସରକାରୀ , ବୈଜ୍ଞାନିକ ଏବଂ କୃଷକ ମଧ୍ୟରେ ଥିବା ସମ୍ପର୍କକୁ ଏକ କଂସାରଳା ଭାଷାରେ ବୁଝାଇଥିଲେ l

କିପରି କୃଷି ବିଶ୍ୱବିଦ୍ୟାଳୟ ଗୁଡିକ ନୂତନ ପଶୁଙ୍କ ପ୍ରଜାତି , ନୂତନ କିସମ ବିହନ ଏବଂ ଅନ୍ୟାନ୍ୟ କିସମ ପ୍ରସ୍ତୁତ  କରୁଛି ଯାହାକୁ ପ୍ରୟାଗ କଲେ ଜଣେ ଚାଷୀ ଖୁବ କମ ଦିନରେ ଚାଷ କରି ଲାଭବାନ ହୋଇପାରିବ l ଅନେକ କୃଷି ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଉଛି ଯେଉଁଠାରେ ଚାଷୀ ନୂଆ ନୂଆ ଚାଷ ପ୍ରଣାଳୀ ଶିଖିପାରିବେ l କିପରି ଏହା ଚାଷୀଙ୍କ ନିକଟକୁ ପହଞ୍ଚି ପାରିବ ସେଥିପ୍ରତି ସମସ୍ତ କୁଳପତି କୃଷି କେନ୍ଦ୍ର ସହିତ ଆଲୋଚନା କରି ସମାଧାନ କରୁଛନ୍ତି ଚାଷୀଙ୍କ ସମସ୍ୟା l ଏକ ଶ୍ରେଷ୍ଠ କୃଷି ଜଗତ ପାଇଁ କିପରି କୁଳପତି ନିଜର ମହତ୍ୱ ଭୂମିକା ପାଳନ କରୁଛନ୍ତି ତାହା ଉପରେ ଆଲୋଚନା କରାଯାଇଥିଲା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments