1. କୃଷି ଖବର

ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା

ରାଜ୍ୟ ସରକାର ସର୍ବଦା ରାଜ୍ୟବାସୀଙ୍କ ଶିକ୍ଷା ରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ରେ ସାହାଯ୍ୟ କରିଛନ୍ତି l ତେବେ ଆଜି ରାଜ୍ୟ ସରକାର ଶିକ୍ଷାକୁ ନେଇ ଆଉ ଏକ ବଡ ଘୋଷଣା କରିଛନ୍ତି l

Tanushree Mahapatra
Tanushree Mahapatra
Rs 50000 to st students for higher education

Rs 50000 to st students for higher education

ରାଜ୍ୟ ସରକାର ସର୍ବଦା ରାଜ୍ୟବାସୀଙ୍କ ଶିକ୍ଷା ରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ରେ ସାହାଯ୍ୟ କରିଛନ୍ତି l ତେବେ ଆଜି ରାଜ୍ୟ ସରକାର ଶିକ୍ଷାକୁ ନେଇ ଆଉ ଏକ ବଡ ଘୋଷଣା କରିଛନ୍ତି l ଏବେ ଶିକ୍ଷା କ୍ଷେତ୍ରରେ ସରକାର କରିବେ ଅର୍ଥଡିକ ସହାୟତା l ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ସାହାଯ୍ୟ କରିବେ ସରକାର l

ଆର୍ଥିକ ଅନଗ୍ରସର ଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାରଙ୍କ ଦ୍ୱାରା ଦିଆଯିବ ଆର୍ଥିକ ସହାୟତା l ଚଳିତ ଶିକ୍ଷା ବର୍ଷଠାରୁ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥିବା ଅନୁସୂଚିତ ଜାତି ଏବଂ ଜାନଜାତିର ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଦିଆଯିବ । ଆଜି ଏ ନେଇ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ସେହିଭଳି ଆଦିମ ଜନଜାତି ସଶକ୍ତିକରଣ ଏବଂ ଜୀବନଜୀବିକା କାର୍ଯ୍ୟକ୍ରମର ସଂପ୍ରସାରଣ ପାଇଁ କେନ୍ଦ୍ରକୁ ମଧ୍ୟ ଏକ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ହୋଇଥିବା ଚିହ୍ନଟ ହୋଇଥିବା ୧୧୩୮ ଆଦିମ ଜନଜାତିଙ୍କ ପାଇଁ ଏହି ଯୋଜନା ସଂପ୍ରସାରଣ କରିବାକୁ ଦାବି କରାଯାଇଛି । ତେବେ ଆର୍ଥିକ ବର୍ଷ ୨୦୨୪-୨୫ରୁ  ଆସନ୍ତା ୭ ବର୍ଷ ପାଇଁ ଏହିସବୁ ଗାଁରେ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ସରକାର ଦାବି କରିଛନ୍ତି l ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ର ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ସରକାର । ପ୍ରତିଥର ସେମାନଙ୍କ ଶିକ୍ଷା, ଜୀବିକା ଓ ଅଧିକାରର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ସେହିପରି ଆଦିବସୀଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୨୩ଟି ଜିଲ୍ଲାର ୧୭୨ ବ୍ଲକକୁ ସଂପ୍ରସାରିତ କରାଯାଇଛି ରାଜ୍ୟରେ ଯାହା ତାଙ୍କୁ ଲାଭ ପ୍ରଦାନ କରୁଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ଆବାସିକ ଛାତ୍ରାବାସ ଜରିଆରେ ଶିକ୍ଷାଦାନରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରିଛି । ରାଜ୍ୟରେ ବାର୍ଷିକ ପ୍ରାୟ ୬ ଲକ୍ଷରୁ ଅଧିକ  ଆଦିବାସୀ ଛାତ୍ରଛତ୍ରୀ ଏହି ସୁବିଧା ପାଉଛନ୍ତି । ସେହିପରି ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରିବାରେ ମଧ୍ୟ ଓଡ଼ିଶା ସବୁଠୁ ଆଗରେ ରହିଛି । ଏଥିସହିତ ନିକଟରେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ରାଜ୍ୟରେ " ମୋ ଜଙ୍ଗଲ ମୋ ଜମି ଯୋଜନା " ମଧ୍ୟ ଆରମ୍ଭ କରିଛନ୍ତି । 

ଏହି ଯୋଜନା ମାଧ୍ୟମରେ ଗୋଷ୍ଠିଗତ ଭାବେ ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ ହୋଇପାରିବ ରାଜ୍ୟରେ । ଆଦିବାସୀଙ୍କ ଜୀବନଜୀବିକା ପାଇଁ ରାଜ୍ୟ ସରକାର " ମୁଖ୍ୟମନ୍ତ୍ରୀ ଜୀବିକା ମିଶନ" ମାଧ୍ୟମରେ ନିଜସ୍ବ ପାଣ୍ଠିରୁ ୫୦୦ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ମାଧ୍ୟମରେ ତିନି ବର୍ଷରେ ଦେଢ ଲକ୍ଷ ଆଦିବାସୀ ପରିବାରକୁ ସହାୟତା ମିଳିପାରିବ ବୋଲି ଆଶା ରଖାଯାଇଛି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments