1. କୃଷି ଖବର

ଅଗଷ୍ଟ ୧ ରୁ ଏହି ନିୟମରେ ହେଵ ବଡ଼ ପରିବର୍ତ୍ତନ

ଆଉ ଦୁଇ ଦିନ ପରେ ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଏହା ପରେ ପରେ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ତେବେ ଅଗଷ୍ଟ ୧ ରୁ ହିଁ ଟଙ୍କା ସହିତ ଜଡିତ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି l

Tanushree Mahapatra
Tanushree Mahapatra
Rules changing from 1st august, image source - pexels

Rules changing from 1st august, image source - pexels

ଆଉ ଦୁଇ ଦିନ ପରେ ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଏହା ପରେ ପରେ  ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ତେବେ ଅଗଷ୍ଟ ୧ ରୁ ହିଁ ଟଙ୍କା ସହିତ ଜଡିତ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି l ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ସମ୍ଭାବନା ରହିଛି । ଏବେ ରାଜ୍ୟରେ ଜାରି ରହିଛି ବର୍ଷା l

ଏହା ପୂର୍ବରୁ ଅଦିନିଆ ବର୍ଷା ପାଇଁ ଅନେକ ରାଜ୍ୟର ଫସଲ ନଷ୍ଟ ହୋଇଛି l ଯାହାଦ୍ୱାରା ପରିବା ଦର ବଢିଯାଇଛି l ଆଉ ଏବେ ପରିବା ଦର ସହିତ ଚାଉଳ ,ଡାଲି ଭଳି ଅନ୍ୟାନ୍ୟ ଦର ମଧ୍ୟ ବଢିଛି l ଯାହାକୁ ନେଇ ଏବେ ଚିନ୍ତାରେ ରହିଛନ୍ତି ଚାଷୀ l ଏହି ଦରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି l ସେହିପରି ଆଗକୁ ଦେଶରେ ଧଳା ବାସ୍ମତି ଚାଉଳ ଅଭାବକୁ ଆଖିରେ ରଖି ଏହି ଚାଉଳ ରପ୍ତାନି ଉପରେ ମଧ୍ୟ ରୋକ ଲଗାଇଛନ୍ତି l ଏହାରି ଭିତରେ ଅଗଷ୍ଟ ମାସ ଆରମ୍ଭରୁ କିଛି ନିୟମ ପରିବର୍ତ୍ତନ ହେଵା ନେଇ ଖବର ଆସୁଛି l ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି l

ତେବେ ସୂଚନା ଅନୁଯାୟୀ, ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମାସ ଆରମ୍ଭରେ ହିଁ ଏଲପିଜି ମୂଲ୍ୟ ସ୍ଥିର କରାଯାଇଥାଏ । ସରକାରୀ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ସିଲିଣ୍ଡର ସହିତ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ପରିବର୍ତ୍ତନ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି । ଏହି କମ୍ପାନୀଗୁଡିକ ପ୍ରତି ମାସର ଆରମ୍ଭରୁ ଏବଂ ମାସର ୧୬ ରେ ଏଲପିଜି ମୂଲ୍ୟ ପରିବର୍ତ୍ତନ କରିଥାନ୍ତି । ଏହା ବ୍ୟତୀତ ପାଇପ୍ ଦ୍ୱାରା ବ୍ୟବହାର ହେଉଥିବା ପ୍ରାକୃତିକ ଗ୍ୟାସ୍ ଏବଂ ସଙ୍କୋଚିତ ପ୍ରାକୃତିକ ଗ୍ୟାସ୍ ର ହାର ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି  ।

ସେହିପରି ଆସନ୍ତା ମାସରେ ଅନେକ ପର୍ବ ଆସୁଛି । ଯେଉଁଥିପାଇଁ ବିଭିନ୍ନ ଜିନିଷର ଦର ବୃଦ୍ଧି ହୋଇପାରେ l ଏହି ପର୍ବକୁ ଆଖିରେ ରଖି ଅଗଷ୍ଟ ମାସରେ ବ୍ୟାଙ୍କଗୁଡିକ ଛୁଟିଦିନରେ ମଧ୍ୟ ପରିପୂର୍ଣ୍ଣ । ରକ୍ଷାବନ୍ଧନ, ମହରମ ଏବଂ ଅନ୍ୟାନ୍ୟ ଅନେକ ପର୍ବ ଯୋଗୁଁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକ ମୋଟ ୧୪ ଦିନ ବନ୍ଦ ରହିବ ବୋଲି ସୂଚନା ଜକରି କରାଯାଇଛି । ଏହା ସହିତ ଶନିବାର ଏବଂ ରବିବାର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ରହିଛି  । ତେବେ ଏହି ଛୁଟି ଗୁଡିକ ସମ୍ପର୍କରେ ସଠିକ ତଥ୍ୟ ପାଇବା ପାଇଁ ରିଜର୍ଭ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ବ୍ୟାଙ୍କ ଛୁଟିଦିନର ତାଲିକା ମଧ୍ୟ ଯାଞ୍ଚ କରିପାରିବେ ।

ଆର୍ଥିକ ବର୍ଷ ୨୦୨୨-୨୩ ଅର୍ଥାତ୍ ମୂଲ୍ୟାଙ୍କନ ବର୍ଷ ୨୦୨୩-୨୪ ମସିହା ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ଏହି ମାସର ଶେଷ ଦିନ ୩୧ ଜୁଲାଇ  । ଏହି ଶେଷ ତାରିଖ ଘୋଷଣା ହୋଇଛି ସେହି ଟିକସଦାତାମାନଙ୍କ ପାଇଁ, ଯେଉଁମାନେ ସେମାନଙ୍କର ଆକାଉଣ୍ଟର ଅଡିଟ୍ ଏ ପର୍ଯ୍ୟନ୍ତ କରାଇନାହାଁନ୍ତି । ତେବେ ଜାଣି ରଖନ୍ତୁ ଯଦି ଆପଣ ଏହି ତାରିଖ ସୁଦ୍ଧା ନିଜ ଆଇଟିଆର ଫାଇଲ୍  କରି ନାହାନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଜରିମାନା ମଧ୍ୟ ଦେବାକୁ ପଡିବ । ତେବେ ବିଳମ୍ବିତ ଆଇଟିଆର ଦାଖଲ ପାଇଁ ଟିକସଦାତାଙ୍କୁ ୧୦୦୦ କିମ୍ବା ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିପାରେ ବୋଲି କୁହାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments