ଏହା ଭଲଭାବେ ଜଣା ଯେ କ୍ଷୁଦ୍ର ଚାଷୀ ମାନଙ୍କ ପକ୍ଷେ ଉତ୍ପାଦର ସୁହାଇଲାଭଳି ମୂଲ୍ୟ ହେବା ପର୍ଯ୍ୟନ୍ତ ତାକୁ ସାଇତି ରଖିବାର ଆର୍ଥିକ କ୍ଷମତା ନଥାଏ । ଗ୍ରାମୀଣ ଗୋଦାମ ଗୁଡିକ ଏହି କ୍ଷୁଦ୍ର ଚାଷୀ ମାନଙ୍କୁ ସେମାନଙ୍କ ଉତ୍ପାଦକୁ ସାଇତି ରଖିବାର କ୍ଷମତା ବଢାଇ ଥାଏ ଓ ଅଭାବୀ ବିକ୍ରି ରୁ ରକ୍ଷା କରିଥାଏ । ସେଥିପାଇଁ ଭାରତ ସରକାର ୦୧. ୦୪. ୨୦୦୧ରୁ ଗ୍ରାମୀଣ ଗୋଦାମ ଯୋଜନା ଆରମ୍ଭ କରିଛନ୍ତି । ଯୋଜନାର ଲକ୍ଷ୍ୟ-କ୍ଷେତ ଉତ୍ପାଦ, ପ୍ରକ୍ରିୟାକୃତ କ୍ଷେତ ଉତ୍ପାଦ, କୃଷି ନିବେଶ ଗୁଡିକର ବୈଜ୍ଞାନିକ ସଂଚୟନ ସହ ଆନୁଷଙ୍ଗିକ ସୁବିଧା ପାଇଁ ତଥା କ୍ଷୁଦ୍ର ଚାଷୀ ମାନଙ୍କୁ ବିପଣନ ଋଣ ବନ୍ଦୋବସ୍ତ ମାଧ୍ୟମରେ ଅଭାବୀ ବିକ୍ରୀରୁ ବଞ୍ଚେଇବା ଏହି ଯୋଜନାର ମୂଳ ଲକ୍ଷ ।
ମୁଖ୍ୟ ବୈଶିଷ୍ଟ୍ୟ-ଯୋଗ୍ୟ ସଂସ୍ଥା: ଦେଶ ମଧ୍ୟରେ ଥିବା ଯେକୌଣସି, ବ୍ୟକ୍ତିବିଶେଷ, କୃଷକ,କୃଷକସମୂହ, ସ୍ଵତ୍ଵ ତଥା ଭାଗୀଦାରୀ ବ୍ୟବସାୟୀ, ସ୍ଵେଛାସେବୀ ସଂଗଠନ, ସ୍ଵୟଂ ସହାୟକ ଗୋଷ୍ଠୀ, କମ୍ପାନୀ, ନିଗମ, ପୌର ପରିଷଦ ବ୍ୟତୀତ ଅନ୍ୟ ଆଞ୍ଚଳିକ ଅନୁଷ୍ଠାନ, ସଂଘ, କୃଷି ଉତ୍ପାଦ ବିପଣନ କମିଟି, ବିପଣନ ବୋର୍ଡ, ଉତ୍ପାଦ ପ୍ରକ୍ରିୟାକରଣ ନିଗମ ଇତ୍ୟାଦି ଏହି ଯୋଜନା ହାତକୁ ନେଇ ପାରିବେ, କିନ୍ତୁ ପୁରୁଣା ଗୋଦାମର ନବୀକରଣ କେବଳ ସମବାୟମାନେ କରିପାରିବେ । ଅବସ୍ଥିତି:-କେବଳ ପୌର ପରିଷଦ ସୀମା ବାହାରେ, ବ୍ୟବସାୟୀକ ଅନୁମାନକୁ ବିଚାରକୁ ନେଇ ଯେ କୌଣସି ଜାଗାରେ ଗ୍ରାମୀଣ ଗୋଦାମ ନିର୍ମାଣ କରିହେବ । ଖାଦ୍ୟ ପ୍ରକ୍ରିୟାକରଣ ମନ୍ତରାଳୟ ଦ୍ଵାରା ନିର୍ମିତ ଫୁଡ୍ ପାର୍କ ରେ ଥିବା ଗ୍ରାମୀଣ ଗୋଦାମଗୁଡିକ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଆକାର:-ଏହି ଗୋଦାମର କ୍ଷମତା ଉଦ୍ଦ୍ୟମକର୍ତାଙ୍କ ଦ୍ଵାରା ନିର୍ଧାରିତ ହେବ । କିନ୍ତୁ, ଅନୁବୃତ୍ତି ରାସୀ ନିମ୍ନତମ କ୍ଷମତା ୧୦୦ ଟନ୍ ଓ ଉଚ୍ଚତମ କ୍ଷମତା ୧୦୦୦ ଟନ୍ ମଧ୍ୟରେ ସୀମିତ ରଖାଯାଇଛି । NCDC ଦ୍ଵାରା ସାହାଯ୍ୟପ୍ରାପ୍ତ ଗ୍ରାମୀଣ ଗୋଦାମ ମାନଙ୍କପାଇଁ ଅନୁବୃତ୍ତିର ସର୍ବୋଚ୍ଚ ସୀମା ନାହିଁ । ଅଞ୍ଚଳର/ ରାଜ୍ୟର ଆବଶ୍ୟକତା ଉପରେ ନିର୍ଭରକରି ଏହାର ଜୀବନ-କ୍ଷମତା ବିଶ୍ଳେଷଣକୁ ଅଧାରକରି ୫୦ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୁଡିକୁ ମଧ୍ୟ ଅନୁବୃତ୍ତି ମିଳିପାରେ । ପାହାଡିଆ ଅଞ୍ଚଳରେ (ଆପେକ୍ଷିକ ସମୁଦ୍ର ପତ୍ତନଠାରୁ ଅନ୍ତତଃ ୧୦୦୦ ମିଟର ଉର୍ଦ୍ଧ୍ଵରେ ଅବସ୍ଥିତ) ୨୫ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୁଡିକୁ ମଧ୍ୟ ଅନୁବୃତ୍ତି ମିଳିପାରେ
Share your comments