1. କୃଷି ଖବର

Rythu Sammelanam: ଗୋଟିଏ କ୍ଲିକରେ ଜାଣନ୍ତୁ କ'ଣ ସବୁ ରହିଛି ଖାସ.....

ଦୁଇ ଦିନିଆ କୃଷି ମେଳା ଆୟୋଜିତ l କଣ ସବୁ ରହିଛି ଖାସ କାର୍ଯ୍ୟକ୍ରମ.....!

Tanushree Mahapatra
Tanushree Mahapatra
rythu sammelanam to be organized at centurion university

rythu sammelanam to be organized at centurion university

କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା l ଯାହା ଆଜିକୁ ୨୭ ବର୍ଷ ହେବ ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିରନ୍ତର ସେବା ପ୍ରଦାନ କରି ଆସିଛି l ଅନେକ ପ୍ରକାର ମେଳାର ଆୟୋଜନ କରି ଚାଷୀଙ୍କୁ ସର୍ବଦା ନୂଆ ନୂଆ ଚାଷ ଶୈଳୀ ସମ୍ପର୍କରେ ପରିଚିତ କରାଇଛି l ଦିଲ୍ଲୀ ସ୍ଥିତ ଏହି ସଂସ୍ଥା ନିଜେ କୃଷି ମେଳା ଆୟୋଜନ କରିବା ସହିତ ଅନେକ ପ୍ରକାର କୃଷି ମେଳାରେ ମିଡ଼ିଆ ପାର୍ଟନର ଭାବେ କାର୍ଯ୍ୟ ତୁଲାଇ ସଫଳତା ମଧ୍ୟ ହାସଲ କରିଛି l

ଦେଶର ପ୍ରାୟତଃ ୨୮ ଟି ରାଜ୍ୟର ଚାଷୀଙ୍କ ସହିତ ଏକ ମଧୁର ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇଛି l ଓଡ଼ିଶା , ଆସାମ , ପଶ୍ଚିମ ବଙ୍ଗ , ଆନ୍ଧ୍ର ପ୍ରଦେଶ , ପୁନେ , ପଞ୍ଜାବ ଭଳି ଅନ୍ୟାନ୍ୟ ରାଜ୍ୟରେ କୃଷି ମେଳାର ଆୟୋଜନ କରିଛି l

ଏହି ମେଳାରେ ଚାଷୀଙ୍କୁ ନୂତନ ଚାଷ ପ୍ରଣାଳୀ , ନୂତନ କୃଷି ଯନ୍ତ୍ରପାତି ଏବଂ କୃଷି ସହିତ ପରିଚୟ କରାଇଛି l ଯାହାଦ୍ୱାରା ଚାଷୀଙ୍କୁ ଅଧିକ ଆୟ ରୋଜଗାର କରିବାରେ ସାହାଯ୍ୟ କରିଛି l ନିକଟରେ ଓଡ଼ିଶାରେ ସୁବର୍ଣ୍ଣ କୃଷି ମେଳା ୨୦୨୪ ଓ କୃଷି ଉନ୍ନତି ସମ୍ମେଳନ ୨୦୨୪ ଆୟୋଜିତ କରାଯାଇଥିଲା l ଯାହା ଅନେକ ସଫଳତା ଦେଇଛି l ଏହି ମେଳାରେ ଅନେକ ଚାଷୀ ଭାଗ ନେଇଥିବାର ଦେଖିବାକୁ ମିଳିଥିଲା l ବିଭିନ୍ନ ପ୍ରକାର ଷ୍ଟଲ ମଧ୍ୟ ସ୍ଥାନିତ କରାଯାଇଥିଲା l ଚାଷୀଙ୍କ ପାଇଁ କୃଷି ମେଳାରେ ବିଭିନ୍ନ  ପ୍ରକାର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥାଏ l ଯେଉଁଠି ଚାଷୀଙ୍କ ସମସ୍ତ ଉତ୍ତର ଦେଇଥାନ୍ତି କୃଷି ବିଜ୍ଞାନୀ l ଏହିଭଳି ଆଜି ଆଉ ଏକ ମେଳାର ଆୟୋଜନ କରାଯାଇଛି ଆନ୍ଧ୍ର ପ୍ରଦେଶ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓ କୃଷି ଜାଗରଣ ମିଳିତ ଅନୁକୂଲ୍ୟରେ l

ଆନ୍ଧ୍ରପ୍ରଦେଶର ଭିଜୟାନଗରମରେ ଅବସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏବଂ ଭାରତର ଅଗ୍ରଣୀ କୃଷି ମିଡିଆ ହାଉସ୍ କୃଷି ଜାଗରଣ ସହଯୋଗରେ “ ରାଇଥୁ ସମ୍ମେଲନମ “ ନାମକ କୃଷି ମେଳାର ଆୟୋଜନ କରାଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀ ୨୮ ଓ ୨୯ ଫେବୃଆରୀ, ୨୦୨୪ ରେ ସେଞ୍ଚୁରିଅନ୍ ୟୁନିଭରସିଟି ର ଆନ୍ଧ୍ରପ୍ରଦେଶର ସେଞ୍ଚୁରିଆନ୍ ସ୍କୁଲ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ଆୟୋଜିତ କରାଯାଇଛି । ଏ ନେଇ ବିଶ୍ୱବିଦ୍ୟାଳୟ କହିଛି ଯେ ଏହି ସମ୍ମିଳନୀ କୃଷି ଶିକ୍ଷା ତଥା ଏହି ଅଞ୍ଚଳ ଥିବା କୃଷି ମଧ୍ୟରେ ନୂତନତ୍ୱ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ।

ତେବେ ଏହି କୃଷି ମେଳାରେ ଆଜି ମୁଖ୍ୟ ଅତିଥି ଶ୍ରୀ ବତ୍ସା ସତ୍ୟନାରାୟଣା ( honable minister of education Govt of AP )କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଛନ୍ତି l ଶ୍ରୀ ବି ଚନ୍ଦ୍ର ଶେଖର ( Member of parliament,vzm ) , ଡଃ. ପି .ଭି .ଭି ସୁର୍ଯ୍ୟନାରାୟଣା ରାଜୁ ( MLC ), ଶ୍ରୀ ଆପ୍ପାଲା ନାଇଡୁ ( MLA ) , ଶ୍ରୀ ଆପ୍ପାଲାନାରାସୟାନା ( MLA ), ପ୍ରଫେସର ଡି. ଏନ ରାଓ ( vice president ), ପ୍ରଫେସର ଜି.ଏସ.ଏନ ରାଜୁ ( chancellor ),
ପ୍ରଫେସର ପିକେ ମହାନ୍ତି (vice chancellor ) , ଡଃ.ପଲ୍ଲବି ( register ) ,ଡଃ ଜି ପୁଷ୍ପାଲତା ( Dean agriculture ) , ପ୍ରଫେସର ସୌରଭ ବର୍ମନ ଏବଂ କୃଷି ଜାଗରଣ ପ୍ରତିଷ୍ଠାତା ଏ. ସି ଡୋମିନିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ l l

ଆନ୍ଧ୍ରପ୍ରଦେଶର କୃଷି ବିଭାଗ ସହଯୋଗରେ ଏହି ମେଳାରେ ଆୟୋଜିତ ହେବ ବିଭିନ୍ନ କୃଷି ସହିତ ଜଡିତ ଥିବା ବିଷୟ ଉପରେ ଆଲୋଚନାଚକ୍ର l ଯାହାର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରରେ ଜ୍ଞାନର ଆଦାନ ପ୍ରଦାନ  ସହଯୋଗ ଏବଂ କୃଷିରେ ନବସୃଜନକୁ ପ୍ରୋତ୍ସାହିତ କରିବା । ଅନେକ କୃଷି ଉପକରଣ କମ୍ପାନୀ, ବିହନ କମ୍ପାନୀ, ଜଳସେଚନ କମ୍ପାନୀ, ସାର ଏବଂ କୀଟନାଶକ କମ୍ପାନୀଗୁଡିକର ଅଂଶଗ୍ରହଣ କରିଛନ୍ତି l  ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ କୃଷି ଅଭ୍ୟାସର ଏକ ମିଶ୍ରଣ ହେବ ବୋଲି ପ୍ରତିଶୃତି ରହିଛି ଏହି ମେଳାର l

ରାଇଥୁ ସମ୍ମେଲନମରେ କୃଷକମାନଙ୍କ ପାଇଁ ଏକ ପାରସ୍ପରିକ ଅଧିବେଶନ ମଧ୍ୟ ଆୟୋଜିତ କରାଯାଇଛି l  ଏଥିସହ, ଏହି ସମ୍ମିଳନୀରେ ବିଶିଷ୍ଟ ସରକାରୀ କର୍ମଚାରୀମାନେ ଯୋଗଦେବେ ଯେଉଁମାନେ କୃଷି ବିକାଶ ଏବଂ ସ୍ଥିରତାକୁ ଅଗ୍ରଗତି କରିବାରେ ସରକାରୀ-ବେସରକାରୀ ସହଭାଗୀତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିବେ । ଏହି ସମ୍ମିଳନୀରେ କୃଷି ସମ୍ବନ୍ଧିତ ନେଟୱାର୍କିଂର ସୁଯୋଗ ଏବଂ ଅତ୍ୟାଧୁନିକ କୃଷି ପ୍ରଯୁକ୍ତିବିଦ୍ୟା ଏବଂ କୃଷିରେ ବିଭିନ୍ନ ନୂତନ ସମାଧାନର ବ୍ୟବହାରିକ ପ୍ରଦର୍ଶନ ସହିତ ଜଡିତ ବିଷୟ ଉପରେ ଆଲୋଚନା ହେବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments