1. କୃଷି ଖବର

MFOI Samridh Kisan Utsav 2024: କୃଷି ଅଧିକାରୀ ସମେତ କୃଷକ ସାମିଲ

ସମୃଦ୍ଧ କିସାନ ଉତ୍ସବ l ଛତିଶଗଡ଼ ରାଜ୍ୟର ଭଟ୍ଟାପାରା ଠାରେ ଆୟୋଜିତ ହୋଇଥିଲା l ଯେଉଁଠି ସାମିଲ ହୋଇଥିଲେ ୨୦୦ କୃଷକ l

Tanushree Mahapatra
Tanushree Mahapatra
samridh kisan utsav 2024 in bhatapara of Chhattisgarh

samridh kisan utsav 2024 in bhatapara of Chhattisgarh

ଛତିଶଗଡର ଭଟ୍ଟାଠାରେ କୃଷି ଜାଗରଣ ଦ୍ୱାରା ' ସମୃଦ୍ଧ କିସାନ ଉତ୍ସବ ' ମେଳା ଆୟୋଜିତ ହୋଇଥିଲା l ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷି ବିଶେଷଜ୍ଞଙ୍କ ମାଧ୍ୟମରେ କୃଷକମାନଙ୍କ ମଧ୍ୟରେ ବୈଜ୍ଞାନିକ ସୂଚନା ପ୍ରଦାନ କରିବା, ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା, ଯାହା ଦ୍ୱାରା  କୃଷକମାନେ ସଚେତନ ହୋଇପାରିବେ । ଆହୁରି ମଧ୍ୟ, ସେମାନେ ସେମାନଙ୍କର ଧାରଣା ଅନ୍ୟ କୃଷକମାନଙ୍କ ନିକଟରେ ଉପସ୍ଥାପନ କରିପାରିବେ |

କୃଷି ଜକଗରଣ ଦ୍ୱାରା ଆୟୋଜିତ ଏହି ‘  ସମୃଦ୍ଧ କିସାନ ଉତ୍ସବ ’ ମେଳାରେ ୨୦୦ ରୁ ଅଧିକ କୃଷକ ଅଂଶଗ୍ରହଣ କରିଛନ୍ତି । ଏଥି ସହିତ ମହିନ୍ଦ୍ରା ଟ୍ରାକ୍ଟର ଏହି  ସମୃଦ୍ଧ କିସାନ ଉତ୍ସବ ମେଳାରେ ନିଜର ଷ୍ଟଲ ସ୍ଥାପନ କରିଛନ୍ତି । ଯେଉଁଠି ନୂତନ ପ୍ରକାର ଏବଂ ନୂଆ କୌଶଳ ଥିବା ଟ୍ରାକ୍ଟର ପ୍ରଦର୍ଶନ କରାଯାଇଥିଲା l

ଏହି କୃଷି ମେଳାର ବିଷୟବସ୍ତୁ ହେଉଛି " ପନିପରିବାରେ ରୋଗ ଏବଂ କୀଟନାଶକ ପରିଚାଳନା, ମିଲେଟ ଚାଷ, ଟ୍ରାକ୍ଟର ଶିଳ୍ପରେ ନୂତନ ଆବିଷ୍କାର ଏବଂ ଟ୍ରାକ୍ଟରର ରକ୍ଷଣାବେକ୍ଷଣ "। ଏପରି ପରିସ୍ଥିତିରେ, ଏହି ମେଳାରେ କ’ଣ ବିଶେଷତା ତାହା ବିଷୟରେ ବିସ୍ତୃତ ଭାବରେ ଜାଣିବା l

ସମୃଦ୍ଧ କିସାନ ଉତ୍ସବ:-

ଛତିଶଗଡର ଭଟ୍ଟାପାରାରେ କୃଷି ଜାଗରଣ ଦ୍ୱାରା ଆୟୋଜିତ ଏହି ଏକ ଦିନିକିଆ ' ସମୃଦ୍ଧ କିସାନ ଉତ୍ସବ' ମେଳାରେ ୨୦୦ ରୁ ଅଧିକ କୃଷକ ଅଂଶଗ୍ରହଣ କରିଛନ୍ତି । ଏହି ସମୃଦ୍ଧ କୃଷି ମହୋତ୍ସବର ବିଷୟବସ୍ତୁ “ପନିପରିବାରେ ରୋଗ ଏବଂ କୀଟନାଶକ ପରିଚାଳନା, ମିଲେଟ ଚାଷ, ଟ୍ରାକ୍ଟର ଶିଳ୍ପରେ ନୂତନ ଆବିଷ୍କାର ଏବଂ ଟ୍ରାକ୍ଟର ରକ୍ଷଣାବେକ୍ଷଣ ଉପରେ ଆଲୋଚନା” । ଯାହାଦ୍ୱାରା କୃଷକମାନେ ପନିପରିବା ଉପରେ ପ୍ରଭାବ ପକାଉଥିବା ରୋଗ ଏବଂ କୀଟନାଶକ ସହିତ ମିଲେଟ ଏବଂ ଟ୍ରାକ୍ଟର ଚାଷ ସହିତ ଜଡିତ ସମସ୍ତ ସୂଚନା ବିଷୟରେ ଜାଣିପାରିବେ ଏବଂ ଏହାକୁ ନିଜ ଜୀବନରେ ଗ୍ରହଣ କରି ସେମାନେ ଚାଷରୁ ସର୍ବାଧିକ ଲାଭ ପାଇପାରିବେ l ଚାଷରେ ଟ୍ରାକ୍ଟରର ଭୂମିକାକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମହିନ୍ଦ୍ରା ଟ୍ରାକ୍ଟର ସମେତ ଅନ୍ୟାନ୍ୟ ଷ୍ଟଲ୍ ମଧ୍ୟ ଏହି  ସମୃଦ୍ଧ କିସାନ ଉତ୍ସବରେ ଷ୍ଟଲ ରହିଥିବାର ଦେଖିବାକୁ ମିଳିଥିଲା ।

ଛତିଶଗଡରେ ଆୟୋଜିତ ସମୃଦ୍ଧ କିସାନ ମହୋତ୍ସବରେ ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ମହିନ୍ଦ୍ରା ମିଲିଅନେୟାର ଫାର୍ମ ଅଫ୍ ଇଣ୍ଡିଆ ପୁରସ୍କାର -୨୦୨୩ ଶୋ’ର ପୁରସ୍କାର ପ୍ରାପ୍ତ ବ୍ୟକ୍ତି, ପ୍ରଗତିଶୀଳ କୃଷକ ରୁପେନ୍ଦ୍ର ସାହୁ, ପ୍ରଗତିଶୀଳ କୃଷକ ରୂପେଶ ମିଶ୍ର, ସ୍ୱୟଂ ସହାୟକ ଗୋଷ୍ଠୀ, ଡିକେଏସ ଆଗ୍ରିକଲଚର କଲେଜର କୁଳପତି , ଚନ୍ଦନ କୁମାର ଯିଏକି ଜିଲ୍ଲାପାଳ ରହିଛନ୍ତି ସେହି ଜିଲ୍ଲାର ତାଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ସେଠାରେ l

ମିଲେନିଅର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩:-

ତିନି ଦିନିଆ ‘ମହିନ୍ଦ୍ରା ମିଲିଅନେୟାର ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର -୨୦୨୩ ’ କୃଷି ଜାଗରଣ ଦ୍ୱାରା  ଆୟୋଜିତ ତଥା ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ଡିସେମ୍ବର ୬ ରୁ ୮, ୨୦୨୩ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପୁସା IARI ଫେୟାର ଗ୍ରାଉଣ୍ଡରେ ଆୟୋଜିତ ହୋଇଥିଲା । କୃଷି ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏହି ତିନି ଦିନିଆ ମିଲିଅନେୟାର କିସାନ ମହାକୁମ୍ଭରେ ଭାଗ ନେଇଥିଲେ | ଏହା ବ୍ୟତୀତ ଦେଶର ହଜାର ହଜାର କୃଷକ ଏହି ମିଲିଅନେୟାର କିସାନ ମହାକୁମ୍ଭରେ ଭାଗ ନେଇଥିଲେ। ଏହି ସମୟ ମଧ୍ୟରେ ସମଗ୍ର ଦେଶରେ ଶହ ଶହ କୃଷକଙ୍କୁ ଜିଲ୍ଲା ସ୍ତର, ରାଜ୍ୟ ସ୍ତର ଏବଂ ଜାତୀୟ ସ୍ତରରେ 'ମିଲିଅନେୟାର ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର -୨୦୨୩' ସମ୍ମାନରେ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ପ୍ରଥମରୁ ୫ ଡିସେମ୍ବର ମଧ୍ୟରେ ଦିଲ୍ଲୀରେ 'ମିଲିଅନେୟାର ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର -୨୦୨୪ ' ଶୋ 'ଆୟୋଜିତ ହେବ, ଯାହାର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦି ଆପଣ ଜଣେ କୋଟିପତି କୃଷକ ଅର୍ଥାତ୍ ଆପଣଙ୍କର ବାର୍ଷିକ ଆୟ ୧୦ ଲକ୍ଷ କିମ୍ବା ତା’ଠାରୁ ଅଧିକ, ତେବେ ଆପଣ ଆର୍ଟିକଲ ତଳେ ଦିଆଯାଇଥିବା ଲିଙ୍କ୍ ମାଧ୍ୟମରେ ନିଜ ବର୍ଗ ଅନୁଯାୟୀ ପଞ୍ଜୀକୃତ କରିପାରିବେ l

ଆପଣ https://millionairefarmer.in/en/categories/ ପରିଦର୍ଶନ କରି ପଞ୍ଜୀକୃତ କରିପାରିବେ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments