1. କୃଷି ଖବର

ଆୟୋଜିତ ହେବ ସମୃଦ୍ଧ କିସାନ ଉତ୍ସବ

ଆସନ୍ତାକାଲି ଚାଷୀଙ୍କ ହିତ କୁ ନଜରରେ ରଖି ଏହି ଏକ ଦିବସୀୟ ଚାଷୀ ମେଳାର ଆୟୋଜନ କରାଯାଉଛି l ଚାଷୀଙ୍କ ବିଭିନ୍ନ କୃଷି ଜାତ ପ୍ରଦର୍ଶନ ଷ୍ଟଲ ମଧ୍ୟ ଉପସ୍ଥାପନା କରାଯିବ l ଯେଉଁଠି ଚାଷୀଙ୍କୁ କିଛି ନୂଆ କୌଶଳ ସହିତ ପରିଚୟ କରାଇବାକୁ କୃଷି ଜାଗରଣ ଏହି ନିଷ୍ପତ୍ତି ନେଇଛି l

Tanushree Mahapatra
Tanushree Mahapatra
samridh kisan utsav arriving in bagnan village

samridh kisan utsav arriving in bagnan village

କୃଷି ଜାଗରଣ ଦ୍ୱାରା ଆସନ୍ତାକାଲି ପଶ୍ଚିମବଙ୍ଗର ବଗନାନ ଗାଁରେ ସମୃଦ୍ଧ କିସାନ ଉତ୍ସବ ଆୟୋଜିତ ହେବାକୁ ଯାଉଛି l କୃଷି ଜାଗରଣ ଗତ ୨୮ ବର୍ଷ ଧରି କୃଷି କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଛି । ଏଥି ସହିତ, କୃଷି ଜାଗରଣ କମ୍ପାନୀ ସମୟ ସମୟରେ କୃଷି ମେଳାର ଆୟୋଜନ କରିଥାଏ l

ଯାହାର ଉଦ୍ଦେଶ୍ୟ ହେଉଛି କୃଷି ବିଶେଷଜ୍ଞଙ୍କ ମାଧ୍ୟମରେ କୃଷକମାନଙ୍କ ମଧ୍ୟରେ ବୈଷୟିକ ସୂଚନା ପ୍ରଦାନ କରିବା, ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା, ଯାହାଦ୍ୱାରା କୃଷକମାନେ ସଚେତନ ହେବେ। ଏକ ନୂତନ ଧାରଣା ବାଣ୍ଟିବା ସହିତ ଅନ୍ୟ କୃଷକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବା ଯାହାଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ l

ସେହିପରି ଆସନ୍ତାକାଲି ଚାଷୀଙ୍କ ହିତ କୁ ନଜରରେ ରଖି ଏହି ଏକ ଦିବସୀୟ ଚାଷୀ ମେଳାର ଆୟୋଜନ କରାଯାଉଛି l ଚାଷୀଙ୍କ ବିଭିନ୍ନ କୃଷି ଜାତ ପ୍ରଦର୍ଶନ ଷ୍ଟଲ ମଧ୍ୟ ଉପସ୍ଥାପନା କରାଯିବ l ଯେଉଁଠି ଚାଷୀଙ୍କୁ କିଛି ନୂଆ କୌଶଳ ସହିତ ପରିଚୟ କରାଇବାକୁ କୃଷି ଜାଗରଣ ଏହି ନିଷ୍ପତ୍ତି ନେଇଛି l ବିଭିନ୍ନ ଚାଷୀ ଗୋଟିଏ ସ୍ଥାନରେ ଏକଜୁଟ ହେବେ l ଯାହା ଫଳରେ ଚାଷୀଙ୍କ କୃଷି ଜ୍ଞାନର ଆଦାନ ପ୍ରଦାନ ହେବ l ଚାଷୀଙ୍କ ପାଇଁ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ କରାଯାଇଛି l ଯେଉଁଠି ଚାଷୀ କୃଷି ବୈଜ୍ଞାନିକଙ୍କ ସହିତ କୃଷି ଉପରେ ଅନେକ କିଛି ଆଲୋଚନା କରିବାର ମଉକା ପାଇବେ l

କୃଷି ଜାଗରଣ ଦ୍ୱାରା ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସହ ସଂଯୋଜକ ରହିଛି ICAR l ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ମୁଥୁଟ ଫାଇନାନ୍ସ , ଆଇପିଏଲ ଏବଂ ସୋମାନି ସିଡ୍ସ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯୋଗ ଦେଇ ସାମିଲ ହୋଇଛନ୍ତି l ତେବେ ଆସନ୍ତାକାଲି ଜାନୁଆରୀ ୧୦ ତାରିଖ ଦିନ ୧୦ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ହାୱଡା ସ୍ଥିତ ବାଗନାନ ଗାଁରେ ଆୟୋଜିତ ହେଉଛି l ଆପଣ ମଧ୍ୟ ଏଥିରେ ସାମିଲ ହୋଇପାରିବେ l ସାମିଲ ହେବା ପାଇଁ ଆର୍ଟିକଲରେ ଦିଆଯାଇଥିବା ଫୋନ ନମ୍ବର ଯୋଗେ ଯୋଗାଯୋଗ କରନ୍ତୁ l

For sponsorship & exhibition inquiries, contact us today!

Sanjay Kumar : 91 93133 01029

Nishant Kumar Taak : 91 99537 56433

Megha Sharma : 91 98916 68292

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ