1. କୃଷି ଖବର

ବାଲେଶ୍ୱରରେ ଏକ ଦିବସୀୟ କୃଷି ମେଳା ଆୟୋଜିତ

କୃଷି ଜାଗରଣ ଓ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଅନୁକୁଲ୍ୟରେ ଏକ ଦିବସୀୟ କୃଷି ମେଳା ଆୟୋଜିତ

Tanushree Mahapatra
Tanushree Mahapatra
Samridh kisan utsav held in Balasore

Samridh kisan utsav held in Balasore

ଚାଷୀ ଓ ଚାଷ ପାଇଁ ଗତବର୍ଷ କୃଷି ଜାଗରଣ ଏକ ଉନ୍ନତ ପଦକ୍ଷେପ ନେଇଥିଲା l ଚାଷୀଙ୍କୁ ଚାଷ କ୍ଷେତ୍ରରେ ଏକ ନୂତନ ପରିଚୟ ଦେବାକୁ କୃଷି ଜାଗରଣର ଏହି ପ୍ରୟାସ ସଫଳ ମଧ୍ୟ ହୋଇଥିଲା l କୃଷି ଜାଗରଣର ପ୍ରତିଷ୍ଠାତା ଏମ.ସି ଡୋମିନିକ ଏହି ପଦକ୍ଷେପ ନେଇଥିଲେ ଯାହାକୁ ସହଯୋଗ କରିଥିଲା ICAR l ଏହି ପ୍ରୟାସର ନାମ ହେଉଛି " Millionaire Farmer of India award" l ଏହା ଦିଲ୍ଲୀ ସ୍ଥିତ ICARରେ ଆୟୋଜିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ କରାଯାଇଥିଲା l ଯାହା ଚାଷୀଙ୍କୁ ଉତ୍ସାହିତ କରିଥିଲା କୃଷି କ୍ଷେତ୍ରରେ l ଏହି ପୁରସ୍କାର କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ସଫଳ ହେବାପରେ ୨୦୨୪ରେ ଦ୍ଵିତୀୟ ସଂସ୍କରଣ ମଧ୍ୟ ଆୟୋଜିତ କରାଯାଇଛି l

ତେବେ ଏହି Millionaire Farmer of India ଆୱାର୍ଡ ଅଧୀନରେ ଆରମ୍ଭ ହୋଇଛି ସମ୍ରିଦ୍ଧ କିସାନ ଉତ୍ସବ l ଯାହା ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ ଜିଲ୍ଲା ଗୁଡିକର କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଉଛି l ରାଜସ୍ଥାନ , ହରିୟାଣା , ପଞ୍ଜାବ , ମଧ୍ୟ ପ୍ରଦେଶ , ଉତ୍ତର ପ୍ରଦେଶ ଭଳି ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହା ଆୟୋଜିତ କରାଯାଉଛି l ଏହି କ୍ରମରେ ନିକଟରେ ଓଡ଼ିଶାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଉଛି ବିଭିନ୍ନ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରେ l ପୂର୍ବରୁ ବାରିପଦା, ସୋନପୁର , ମୟୁରଭଞ୍ଜ , ସମ୍ବଲପୁର ଭଳି ଜିଲ୍ଲାରେ ଏହାର ଆୟୋଜନ କରାଯାଇଥିଲା l ସେହିପରି ଆଜି ସମ୍ରିଦ୍ଧ କିସାନ ଉତ୍ସବ ବାଲେଶ୍ୱର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ଜାଗରଣର ମିଳିତ ଅନୁକୂଲ୍ୟରେ ସାନଖୁଡି ପ୍ରାଇମେରୀ ସ୍କୁଲ ନିକଟରେ ଏହା ଆୟୋଜିତ କରାଯାଇଛି l ଏହି ଏକ ଦିବସୀୟ କୃଷି ମେଳାରେ ୨୦୦ ରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି l ମୁଖ୍ୟ କୃଷି ବୈଜ୍ଞାନିକଙ୍କ ସହିତ ଡଃ ଅମିତା ରାଣୀ ପାତ୍ର , ଡଃ ସ୍ଵାଗତିକ ସାହୁ , ଡଃ କମଳାକାନ୍ତ ବେହେରା (Agriculture extnsn) , ଶ୍ରୀଯୁକ୍ତ ହିମାଂଶୁ ପାତ୍ର(Dhanuka agritech ) , ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ପାତ୍ର (JCB) ଉପସ୍ଥିତ ରହିଥିଲେ l

ଏହି କିସାନ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଚାଷୀଙ୍କ ସହ ଚାଷ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିବା ଯାହାଦ୍ୱାରା ଚାଷୀଙ୍କ ଅମଳ ଦ୍ଵିଗୁଣ ହେବା ସହିତ ଆୟ ଅଧିକ ହେବ ଅଳ୍ପ ବ୍ୟୟରେ l  ଅନ୍ୟପଟେ ଏହି ମେଳାରେ ଚାଷୀଙ୍କୁ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା Millionaire Farmer of India ଆୱାର୍ଡ ଅବଗତ ମଧ୍ୟ କରାଯାଉଛି l ଏହି ସମ୍ରିଦ୍ଧ କିସାନ ଉତ୍ସବ ତଥା ଏକ ଦିବସୀୟ କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଆଜିର ଏହି କୃଷି ମେଳାରେ JCB ଏବଂ Dhanuka agritech କମ୍ପାନୀ ମଧ୍ୟ ସହଯୋଗ ପ୍ରଦାନ କରିଛନ୍ତି ଓ ICAR ରହିଛି ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର l ଉପସ୍ଥିତ ବିଭିନ୍ନ କମ୍ପାନୀ ନିଜ ଷ୍ଟଲ ମାଧ୍ୟମରେ ନିଜ ନିଜ ଉତ୍ପାଦ ପ୍ରଦର୍ଶନ କରିଛନ୍ତି ଯାହା କାର୍ଯ୍ୟକ୍ରମ ଶେଷ ହେବାପରେ ଚାଷୀ ବୁଲି ଦେଖୁଛନ୍ତି ଯାହା ଫଳରେ ସେମାନେ ନୂଆ ନୂଆ ତଥ୍ୟ ଜାଣିବାକୁ ପାଉଛନ୍ତି ଚାଷ ବିଷୟରେ l

ଅଧିକ ପଢ଼ନ୍ତୁ

ମହଙ୍ଗା ଭତ୍ତାକୁ ନେଇ ଗୁଡନ୍ୟୁଜ୍!

GOVT SCHEME: ଦେଶରେ ଅଧିକ ସଶକ୍ତ ହେବେ ମହିଳା !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ